ଭୁବନ ଏନ୍ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ
ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍ଏସି ଚିନ୍ତା ପୋଖରୀ ରାସ୍ତା ଦେଇ ଗ୍ରାମର ବିଭିନ୍ନ ସାହିରେ ବୁଲି ରାତି ୩ଟା ସମୟରେ ୬ ନମ୍ବର ଓ୍ବାର୍ଡରେ ବୁଲିବା ସହିତ କେତେକ ସ୍ଥାନରେ କାନ୍ଥ ଭାଙ୍ଗିଦେଇଥିଲା। ଲୋକମାନେ ବନବିଭାଗକୁ ଜଣାଇବା ସହିତ ହୋ-ହଲ୍ଲା କରିବା ଦାରା ହାତୀଟି ଗ୍ରାମ ବାହାରକୁ ଯାଇଥିଲା। ସକାଳ ହୋଇଯିବାରୁ ଜିରାଉତ ସ୍ମୃତି କଲେଜରେ ଥିବା ଜଙ୍ଗଲ ଭିତରକୁ […] The post ଭୁବନ ଏନ୍ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ appeared first on Dharitri Odia News.
ଭୁବନ,୧୯ା୭(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅରାସାହିରେ ଗୋଟିକିଆ ହାତୀ ଆତଙ୍କ ସୃଷ୍ଟି କରିଛି। ହାତୀଟି ଭୁବନ ଏନ୍ଏସି ଚିନ୍ତା ପୋଖରୀ ରାସ୍ତା ଦେଇ ଗ୍ରାମର ବିଭିନ୍ନ ସାହିରେ ବୁଲି ରାତି ୩ଟା ସମୟରେ ୬ ନମ୍ବର ଓ୍ବାର୍ଡରେ ବୁଲିବା ସହିତ କେତେକ ସ୍ଥାନରେ କାନ୍ଥ ଭାଙ୍ଗିଦେଇଥିଲା। ଲୋକମାନେ ବନବିଭାଗକୁ ଜଣାଇବା ସହିତ ହୋ-ହଲ୍ଲା କରିବା ଦାରା ହାତୀଟି ଗ୍ରାମ ବାହାରକୁ ଯାଇଥିଲା। ସକାଳ ହୋଇଯିବାରୁ ଜିରାଉତ ସ୍ମୃତି କଲେଜରେ ଥିବା ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। କଲେଜର ଏକ ଫାଟକ ଭାଙ୍ଗିବା ସହିତ ବାଳିକା ଓ ବାଳକ ଛାତ୍ରାବାସ ଚାରିପାଖରେ ବୁଲିବାରୁ ସମସ୍ତ ଛାତ୍ରୀଛାତ୍ର ଭୟଭୀତ ହୋଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଅଧ୍ୟକ୍ଷ ବନବିଭାଗକୁ ଫୋନ୍ ଯୋଗେ ଜଣାଇବାରୁ କର୍ମଚାରୀମାନେ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି। କଲେଜର ଛାତ୍ରୀଛାତ୍ର ଭୟଭୀତ ଅଛନ୍ତି।
The post ଭୁବନ ଏନ୍ଏସିରେ ହାତୀ ଆତଙ୍କ, ଜନସାଧାରଣ ଭୟଭୀତ appeared first on Dharitri Odia News.