ଆନ୍ତର୍ଜାତିକ ଜିଲ୍ଲାସ୍ତରୀୟ ସମବାୟ ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲା ଟେମରା ସମବାୟ ସମିତି।

କଳାହାଣ୍ଡି:୨୯/୦୪ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଅଧ୍ୟକ୍ଷ ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟନା ସଭାପତି ଗିରୀଶ ଚନ୍ଦ୍ର ବେହେରା,ଏମ୍ ପି, କଳାହାଣ୍ଡି ଙ୍କ ପ୍ରତିନିଧି […] The post ଆନ୍ତର୍ଜାତିକ ଜିଲ୍ଲାସ୍ତରୀୟ ସମବାୟ ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲା ଟେମରା ସମବାୟ ସମିତି। appeared first on Odisha.News.

ଆନ୍ତର୍ଜାତିକ ଜିଲ୍ଲାସ୍ତରୀୟ ସମବାୟ ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲା ଟେମରା ସମବାୟ ସମିତି।

କଳାହାଣ୍ଡି:୨୯/୦୪
ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଟାଉନହଲ ଭବାନୀପାଟଣା ଠାରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ବିଧାୟକ ଜୁନାଗଡ ଦିବ୍ୟ ଶଙ୍କର ମିଶ୍ର, ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଅଧ୍ୟକ୍ଷ ଜିଲ୍ଲାପରିଷଦ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ର ସମବାୟ ବ୍ୟାଙ୍କ ଭବାନୀପାଟନା ସଭାପତି ଗିରୀଶ ଚନ୍ଦ୍ର ବେହେରା,ଏମ୍ ପି, କଳାହାଣ୍ଡି ଙ୍କ ପ୍ରତିନିଧି ଜୟଶଙ୍କର ନାୟକ,ମୁଖ୍ୟ ବକ୍ତା ଭାବେ ଡକ୍ଟର ଉମେଶଚନ୍ଦ୍ର ଶତପଥି, ଉପ ନିବନ୍ଧକ ସମବାୟ ସମିତି ପ୍ରମୋଦ କୁମାର ସାହୁ, ଏ ଆର୍ ସି ଏସ୍, ମଧୁସୂଦନ ମେହେର, ସମବାୟ ବ୍ୟାଙ୍କ ନିର୍ବାହୀ ଅଧିକାରୀ ବନଲତା ଧଳ ଯୋଗଦେଇ କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ, ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳନ ଅବସରରେ ମଧୁବାବୁ ଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଆନ୍ତର୍ଜାତିକ ସମବାୟ ବର୍ଷ “ସଶକ୍ତ ସମବାୟ, ସୁଦୃଢ ସମାଜ, ସମୃଦ୍ଧ ଜୀବନ” ଓଡିଶା ସମବାୟ ଆନ୍ଦୋଳନ ର କର୍ଣ୍ଣ ଧାର ମଧୁସୂଦନ ଦାସ ଙ୍କ ଭୂମିକା,ମଧୁବାବୁ ଙ୍କ ଆଦର୍ଶ ଜୀବନୀ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ କ୍ଷେତ୍ରରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ ର ଆବଶ୍ୟକତା, ସମବାୟ ଆନ୍ଦୋଳନ ର ଭୂମିକା ସମ୍ପର୍କରେ ସମସ୍ତ ଅତିଥି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୋକସରା ବ୍ଲକ ଟେମରା ସମବାୟ ସମିତି ର ଉତ୍କର୍ଷତା କାର୍ଯ୍ୟ ସମ୍ପାଦନ ପାଇଁ ପେକ୍ସ ସମ୍ପାଦକ ରଞ୍ଜନ କୁମାର ପାଣିଗ୍ରାହୀ ଙ୍କୁ ମାନପତ୍ର ଓ ପ୍ରୋତ୍ସାହନ ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

The post ଆନ୍ତର୍ଜାତିକ ଜିଲ୍ଲାସ୍ତରୀୟ ସମବାୟ ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲା ଟେମରା ସମବାୟ ସମିତି। appeared first on Odisha.News.