ଆନ୍ତର୍ଜାତିକ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଦିବସ: ଜୀବନହାନି କମାଇବାକୁ ବିଶ୍ୱ ସମୁଦାୟର ଆହ୍ୱାନ

ନୂଆଦିଲ୍ଲୀ: ଅକ୍ଟୋବର ୧୩ରେ ‘ଆନ୍ତର୍ଜାତିକ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଦିବସ’ ପାଳନ କରୁଛନ୍ତି ବିଶ୍ବ ସମୁଦାୟ । ବିପର୍ଯ୍ୟୟଜନିତ କ୍ଷତି ତଥା ଧନଜୀବନ, ଜୀବିକା ଓ ସ୍ବାସ୍ଥ୍ୟହାନିର ଭରଣା କରିବାକୁ ସ୍ବୀକାର କରିବା ଲାଗି ଏହା ଏକ ଅବସର। ଏଥି ସହିତ ଅନେକ ବିପର୍ଯ୍ୟୟ ଯେ ମନୁଷ୍ୟକୃତ ତାହା ମନେ ପକାଇବାକୁ ଏହି ଦିବସ ପାଳନ ହୋଇଆସୁଛି। ବିଶ୍ବସ୍ତରରେ ବିପଦ ସଚେତନତା ଓ ବିପର୍ଯ୍ୟୟ ହ୍ରାସକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ପରିଷଦର ଆହ୍ବାନ କ୍ରମେ ୧୯୮୯ ମସିହାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତିକ ଦିବସ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ପାଳିତ ହୋଇଆସୁଛି ଏହି ଦିବସ। ଏହି ଦିବସରେ ସାରା ବିଶ୍ବର ଜନ ସମୁଦାୟ କିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏବଂ ତାହାର ମୁକାବିଲା କିପରି କରାଯିବ ସେ ନେଇ ସଚେତନତା କରାଯାଉଛି। ଆକସ୍ମିକ ବିପର୍ଯ୍ୟୟ ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୁଅନ୍ତି।ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ 2023 ବିପର୍ଯ୍ୟୟ ଏବଂ ଅସମାନତା ମଧ୍ୟରେ ଲିଙ୍କ ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛି। ବିପର୍ଯ୍ୟୟ କ୍ଷତି ହ୍ରାସ କରିବା ପାଇଁ ତିନୋଟି ସ୍ତର ପ୍ରସ୍ତୁତି ଆବଶ୍ୟକ ରହିଛି। ଦୁନିଆରେ ଏମିତି କୌଣସି ଦେଶ ନାହିଁ, ଯିଏ କୌଣସି ଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇନାହାଁନ୍ତି। ପ୍ରତିବର୍ଷ ବନ୍ୟା, ମରୁଡ଼ି, ଘୂର୍ଣ୍ଣିବଳ

ଆନ୍ତର୍ଜାତିକ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଦିବସ: ଜୀବନହାନି କମାଇବାକୁ ବିଶ୍ୱ ସମୁଦାୟର ଆହ୍ୱାନ

ନୂଆଦିଲ୍ଲୀ: ଅକ୍ଟୋବର ୧୩ରେ ‘ଆନ୍ତର୍ଜାତିକ ବିପର୍ଯ୍ୟୟଜନିତ ବିପଦ ହ୍ରାସ ଦିବସ’ ପାଳନ କରୁଛନ୍ତି ବିଶ୍ବ ସମୁଦାୟ । ବିପର୍ଯ୍ୟୟଜନିତ କ୍ଷତି ତଥା ଧନଜୀବନ, ଜୀବିକା ଓ ସ୍ବାସ୍ଥ୍ୟହାନିର ଭରଣା କରିବାକୁ ସ୍ବୀକାର କରିବା ଲାଗି ଏହା ଏକ ଅବସର। ଏଥି ସହିତ ଅନେକ ବିପର୍ଯ୍ୟୟ ଯେ ମନୁଷ୍ୟକୃତ ତାହା ମନେ ପକାଇବାକୁ ଏହି ଦିବସ ପାଳନ ହୋଇଆସୁଛି। ବିଶ୍ବସ୍ତରରେ ବିପଦ ସଚେତନତା ଓ ବିପର୍ଯ୍ୟୟ ହ୍ରାସକୁ ପ୍ରୋତ୍ସାହିତ କରିବା ପାଇଁ ମିଳିତ ଜାତିସଂଘ ସାଧାରଣ ପରିଷଦର ଆହ୍ବାନ କ୍ରମେ ୧୯୮୯ ମସିହାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତିକ ଦିବସ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଅକ୍ଟୋବର ୧୩ ତାରିଖରେ ପାଳିତ ହୋଇଆସୁଛି ଏହି ଦିବସ। ଏହି ଦିବସରେ ସାରା ବିଶ୍ବର ଜନ ସମୁଦାୟ କିପରି ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏବଂ ତାହାର ମୁକାବିଲା କିପରି କରାଯିବ ସେ ନେଇ ସଚେତନତା କରାଯାଉଛି। ଆକସ୍ମିକ ବିପର୍ଯ୍ୟୟ ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୁଅନ୍ତି।

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଆନ୍ତର୍ଜାତୀୟ ଦିବସ 2023 ବିପର୍ଯ୍ୟୟ ଏବଂ ଅସମାନତା ମଧ୍ୟରେ ଲିଙ୍କ ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖିଛି। ବିପର୍ଯ୍ୟୟ କ୍ଷତି ହ୍ରାସ କରିବା ପାଇଁ ତିନୋଟି ସ୍ତର ପ୍ରସ୍ତୁତି ଆବଶ୍ୟକ ରହିଛି। ଦୁନିଆରେ ଏମିତି କୌଣସି ଦେଶ ନାହିଁ, ଯିଏ କୌଣସି ଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇନାହାଁନ୍ତି। ପ୍ରତିବର୍ଷ ବନ୍ୟା, ମରୁଡ଼ି, ଘୂର୍ଣ୍ଣିବଳୟ, ସୁନାମି, ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। କୋଟି କୋଟି ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଉଛି।

 ବିପର୍ଯ୍ୟୟ ବିଷୟରେ କହିବାକୁ ଗଲେ ଦୁଇ ପ୍ରକାରର। ପ୍ରଥମ ପ୍ରାକୃତିକ ବିପର୍ଯ୍ୟୟ। ଦ୍ୱିତୀୟତଃ ମନୁଷ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ବିପର୍ଯ୍ୟୟ କିମ୍ବା ମାନବୀୟ ଭୁଲରୁ ଉତ୍ପନ୍ନ ବିପର୍ଯ୍ୟୟ। ଯେଉଁ ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ। ବରଂ ବିପର୍ଯ୍ୟୟ ବିପଦକୁ ହ୍ରାସ କରି ଏହାର କ୍ଷତିକୁ ରୋକାଯାଇପାରିବ। ଏଥିପାଇଁ ସର୍ବପ୍ରଥମେ ଆମକୁ ବିପର୍ଯ୍ୟୟର ଚିହ୍ନଟ ଏବଂ ପ୍ରତିରୋଧ ବିଷୟରେ ଜାଣିବା ଆବଶ୍ୟକ। ଆହୁରି ମଧ୍ୟ ବିପର୍ଯ୍ୟୟ ବିପଦ ହ୍ରାସ କରିବାରେ ତିନୋଟି ସ୍ତର ଉପରେ ଧ୍ୟାନ ଦେଇ ପ୍ରସ୍ତୁତି ଆବଶ୍ୟକ। ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରେ। ଯାହାଦ୍ୱାରା ଜୀବନହାନି ଓ କ୍ଷତିକୁ ହ୍ରାସ କରିପାରିବା। 

ବିପର୍ଯ୍ୟୟ, ଯାହା ମଧ୍ୟରୁ ଅନେକ ଜଳବାୟୁ ପରିବର୍ତ୍ତନ ଦ୍ବାରା ଉଗ୍ର ରୂପ ଧାରଣ କରୁଛି, ତାହା ସ୍ଥାୟୀ ବିକାଶରେ ନିବେଶ ଓ ଆଶାନୁରୂପ ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ବିଗତ ବର୍ଷମାନଙ୍କରେ ମୃତ୍ୟୁସଂଖ୍ୟା ବୃଦ୍ଧି ବିଶ୍ବ ସ୍ତରରେ ବିଭିନ୍ନ ବିପର୍ଯ୍ୟୟ ପରିଚାଳନା ସଂଗଠନ ପାଇଁ ଚିନ୍ତାର କାରଣ ପାଲଟିଛି। ଜନସଂଖ୍ୟା ସାଙ୍ଗକୁ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାରତା କ୍ରମାଗତ ବୃଦ୍ଧି ପାଉଥିବାରୁ ମୃତ୍ୟୁ, ଧ୍ବଂସ ଓ କ୍ଷତିର ଆଶଙ୍କାକୁ ହ୍ରାସ କରିବାର ଅଧିକ ଆବଶ୍ୟକତା ରହିଛି। ତେବେ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ, ପ୍ରସ୍ତୁତି ଓ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଦ୍ବାରା କ୍ଷତିକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇପାରିବ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ଏକ ସୁଦୃଢ଼ ଭବିଷ୍ୟତ ପାଇଁ ଅସମାନତା ବିରୋଧରେ ଲଢ଼େଇ। ମିଳିମିଶି ସେ ଚକ୍ରକୁ ଭାଙ୍ଗିବା।