ଆନ୍ଦୋଳନରୁ ଓହରିଲା ମିଳିତ ଟ୍ରକ ମାଲିକ ମହାସଂଘ
ଭୁବନେଶ୍ବର: ନଭେମ୍ବର ୧୦ ତାରିଖରୁ ମିଳିତ ଟ୍ରକ ମାଲିକ ମହାସଂଘର ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ତୃତୀୟ... The post ଆନ୍ଦୋଳନରୁ ଓହରିଲା ମିଳିତ ଟ୍ରକ ମାଲିକ ମହାସଂଘ appeared first on .
ଭୁବନେଶ୍ବର: ନଭେମ୍ବର ୧୦ ତାରିଖରୁ ମିଳିତ ଟ୍ରକ ମାଲିକ ମହାସଂଘର ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ । ଆସନ୍ତାକାଲିଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ ।
ନଭେମ୍ବର ୧୦ ତାରିଖରୁ ୧୧ ଦଫା ଦାବି ନେଇ ୧୩ ଜିଲ୍ଲାର ବାଲି ପରି ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଳନ ଜାରି ରଖିଥିଲେ । ଆସନ୍ତା ଫେବୃଆରୀ ମାସ ସୁଦ୍ଧା ସଂଘର ସମସ୍ତ ଦାବି ପୂରଣ ଲାଗି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଯାଇଛି ସଂଘ । ଟ୍ରକକୁ ଇ-ଟ୍ରାନଜିଟ ପାସ୍ ଦିଆଯିବା, ବାଲିଘାଟରେ ଓଜନ ବ୍ଯବସ୍ଥା କରାଯିବା, ଏନଜିଟି ଗତ ଅକ୍ଟୋବର ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶରେ କୋହଳ କରାଯିବା, ଘାଟରେ ସିସିଟିଭିର ବ୍ଯବସ୍ଥା କରାଯିବା, ପ୍ରତ୍ଯେକ ଘାଟରେ ସାଇନ ବୋର୍ଡ ଲଗାଯିବା, ରାଜ୍ଯ ସାରା ପ୍ରତ୍ଯେକ ବାଲି ଘାଟର ସଠିକ ମୂଲ୍ଯ ନିର୍ଦ୍ଧାରଣ କରାଯିବା, ସ୍ବତନ୍ତ୍ର ଆପ ତିଆରି କରାଯିବା, ଜିଲ୍ଲାୱାରୀ ବାଲିଘାଟର ତାଲିକା ପ୍ରକାଶ କରାଯିବା, ଇ-ଟ୍ରାନଜିଟ ପାସର ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଭଳି ପ୍ରମୁଖ ଦାବି ରଖିଥିଲା ସଂଘ ।
The post ଆନ୍ଦୋଳନରୁ ଓହରିଲା ମିଳିତ ଟ୍ରକ ମାଲିକ ମହାସଂଘ appeared first on .