ଭାରତରେ ଲଞ୍ଚ ହେଲା Honda Rebel 500: କ୍ଲାସିକ୍ ଲୁକ୍ ସାଙ୍ଗକୁ ଦମ୍ଦାର ଇଞ୍ଜିନ୍
ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ହୋଣ୍ଡା ରିବେଲ ୫୦୦ କ୍ରୁଜର(Rebel 500 cruiser) ମୋଟରସାଇକେଲ। କମ୍ପାନୀ ଏହି ବାଇକ୍କୁ ୫.୧୨ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)ରେ ଲଞ୍ଚ କରିଛି। ଏହି ମୋଟରସାଇକେଲ ବିଶେଷ ଭାବରେ ଗୁରୁଗ୍ରାମ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିଗ୍ୱିଙ୍ଗ୍(BigWing) ଡିଲରସିପ୍ ମାଧ୍ୟମରେ ଉପଲବ୍ଧ।ହୋଣ୍ଡା ରିବେଲ୍ ୫୦୦ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍ ୨୦୨୫ ରୁ ଡେଲିଭରି ଆରମ୍ଭ ହେବାର ଯୋଜନା ରହିଛି। ହୋଣ୍ଡା ରିବେଲ୍ ୫୦୦ ରେ ଏକ ଉଚ୍ଚା-ମାଉଣ୍ଟେଡ୍ ଫୁଏଲ ଟ୍ୟାଙ୍କ(ଉଚ୍ଚା ଟାଙ୍କି), ଅଳ୍ପ ଉଚ୍ଚାର ସିଟ୍ ସାଂଗକୁ ମଛ ସାଇଟ୍ ଖୁବ୍ ଛୋଟ ରହିଛି। ଯାହା ଏହି ବାଇକ୍କୁ କ୍ଲାସିକ୍ ଲୁକ୍ ଦେଉଛି। କଳା ରଙ୍ଗର ଥିମ୍ ସହିତ ମୋଟରସାଇକେଲ୍ରେ ସିଙ୍ଗଲ୍ ମ୍ୟାଟ୍ ଗନପାଉଡର ବ୍ଲାକ୍ ମେଟାଲିକ୍ ରଙ୍ଗ ଉପଲବ୍ଧ ହୋଇଛି।ପଢନ୍ତୁ- ପେଟ୍ରୋଲିୟ ଓ କଟ୍ ଡାଇମଣ୍ଡକୁ ପଛରେ ପକାଇ ଭାରତର ସର୍ବାଧିକ ରପ୍ତାନୀକାରୀ ସାମଗ୍ରୀ ହେଲା ସ୍ମାର୍ଟଫୋନ୍ରିବେଲ ୫୦୦ ରେ ଏକ ୪୭୧ସିସି ପାରାଲାଲ ଟ୍ୱିନ୍ ଇଞ୍ଜିନ ଦିଆଯାଇଛି, ଯାହା ୮,୫୦୦୦ ଆରପିଏମ୍ ରେ ୪୬ବିଏଚପି ଏବଂ ୬୦୦୦ଆରପିଏମରେ ୪୩.୩ଏନମର ସର୍ବାଧିକ ଟର୍କ ଉତ୍ପାଦନ କରେ। ଏହି ଲିକ୍ୟୁଇଡ କୁଲ୍ଡ ମୋଟରରେ ଛଅ-ସ୍ପିଡ୍ ଗିଅରବକ୍ସ ଦିଆଯାଇଛି। ଫିଚର୍ସ ଦୃଷ୍ଟିରୁ, Rebel 500 ଏକ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ମିଳିବ।ହୋଣ୍ଡା ରିବେଲ୍ ୫୦୦ ଟେଲିସ୍କୋପିକ୍ ଫ୍ରଣ୍ଟ ଫର୍କ
ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହେଲା ହୋଣ୍ଡା ରିବେଲ ୫୦୦ କ୍ରୁଜର(Rebel 500 cruiser) ମୋଟରସାଇକେଲ। କମ୍ପାନୀ ଏହି ବାଇକ୍କୁ ୫.୧୨ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍)ରେ ଲଞ୍ଚ କରିଛି। ଏହି ମୋଟରସାଇକେଲ ବିଶେଷ ଭାବରେ ଗୁରୁଗ୍ରାମ, ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ବିଗ୍ୱିଙ୍ଗ୍(BigWing) ଡିଲରସିପ୍ ମାଧ୍ୟମରେ ଉପଲବ୍ଧ।

ହୋଣ୍ଡା ରିବେଲ୍ ୫୦୦ ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଜୁନ୍ ୨୦୨୫ ରୁ ଡେଲିଭରି ଆରମ୍ଭ ହେବାର ଯୋଜନା ରହିଛି। ହୋଣ୍ଡା ରିବେଲ୍ ୫୦୦ ରେ ଏକ ଉଚ୍ଚା-ମାଉଣ୍ଟେଡ୍ ଫୁଏଲ ଟ୍ୟାଙ୍କ(ଉଚ୍ଚା ଟାଙ୍କି), ଅଳ୍ପ ଉଚ୍ଚାର ସିଟ୍ ସାଂଗକୁ ମଛ ସାଇଟ୍ ଖୁବ୍ ଛୋଟ ରହିଛି। ଯାହା ଏହି ବାଇକ୍କୁ କ୍ଲାସିକ୍ ଲୁକ୍ ଦେଉଛି। କଳା ରଙ୍ଗର ଥିମ୍ ସହିତ ମୋଟରସାଇକେଲ୍ରେ ସିଙ୍ଗଲ୍ ମ୍ୟାଟ୍ ଗନପାଉଡର ବ୍ଲାକ୍ ମେଟାଲିକ୍ ରଙ୍ଗ ଉପଲବ୍ଧ ହୋଇଛି।
ପଢନ୍ତୁ- ପେଟ୍ରୋଲିୟ ଓ କଟ୍ ଡାଇମଣ୍ଡକୁ ପଛରେ ପକାଇ ଭାରତର ସର୍ବାଧିକ ରପ୍ତାନୀକାରୀ ସାମଗ୍ରୀ ହେଲା ସ୍ମାର୍ଟଫୋନ୍
ରିବେଲ ୫୦୦ ରେ ଏକ ୪୭୧ସିସି ପାରାଲାଲ ଟ୍ୱିନ୍ ଇଞ୍ଜିନ ଦିଆଯାଇଛି, ଯାହା ୮,୫୦୦୦ ଆରପିଏମ୍ ରେ ୪୬ବିଏଚପି ଏବଂ ୬୦୦୦ଆରପିଏମରେ ୪୩.୩ଏନମର ସର୍ବାଧିକ ଟର୍କ ଉତ୍ପାଦନ କରେ। ଏହି ଲିକ୍ୟୁଇଡ କୁଲ୍ଡ ମୋଟରରେ ଛଅ-ସ୍ପିଡ୍ ଗିଅରବକ୍ସ ଦିଆଯାଇଛି। ଫିଚର୍ସ ଦୃଷ୍ଟିରୁ, Rebel 500 ଏକ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସହିତ ମିଳିବ।

ହୋଣ୍ଡା ରିବେଲ୍ ୫୦୦ ଟେଲିସ୍କୋପିକ୍ ଫ୍ରଣ୍ଟ ଫର୍କ ଏବଂ ପଛରେ ଶୋୱା ଟ୍ୱିନ୍ ସକ୍ ଅବଜର୍ବରରେ ଲାଗିଛି। ସେହିପରି ଫ୍ରଣ୍ଟରେ ୨୯୬ଏମଏମ ଡିସ୍କ ଏବଂ ପଛ ଭାଗରେ ୨୪୦ଏମଏମ ଡିସ୍କ ଦ୍ୱାରା ଅପରେଟ ହେବ। ଏହାର ଡୁଆଲ୍-ଚ୍ୟାନେଲ୍ ABS ଉନ୍ନତ ମାନକର ହୋଇଥିବା ବେଳେ ମୋଟରସାଇକେଲ୍ ଆଗ ଭାଗରେ ୧୩୦/୯୦-୧୬ ଏବଂ ପଛ ଭାଗରେ ୧୫୦/୮୦-୧୬ ଆଲୟ ଚକ ଦିଆଯାଇଛି।