ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍, ଯାତ୍ରୀ ହନ୍ତସନ୍ତ
ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍ ସେବା ବନ୍ଦ କରାଯାଇଛି। ମୋ’ ବସ୍ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍। କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋ’ ବସ୍ ଭିତରେ ଥିବା ସିଟ୍ରେ ଟିକେ ବସି ଦେଲେ ମୋ’ବସ୍ରେ କାର୍ଯ୍ୟରତ କଣ୍ଡକ୍ଟର ବା ଗାଇଡ଼ମାନଙ୍କୁ ମୋଟା ଅଙ୍କର ଜରିମାନା କରାଯାଉଛି। ଏଭଳି ସାମାନ୍ୟ ଭୁଲ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୫୦୦୦ ଟଙ୍କାର […] The post ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍, ଯାତ୍ରୀ ହନ୍ତସନ୍ତ appeared first on Dharitri Odia News.
ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍ ସେବା ବନ୍ଦ କରାଯାଇଛି। ମୋ’ ବସ୍ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍। କର୍ମଚାରୀଙ୍କ ସାମାନ୍ୟ ଭୁଲ୍ ପାଇଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ମୋ’ ବସ୍ ଭିତରେ ଥିବା ସିଟ୍ରେ ଟିକେ ବସି ଦେଲେ ମୋ’ବସ୍ରେ କାର୍ଯ୍ୟରତ କଣ୍ଡକ୍ଟର ବା ଗାଇଡ଼ମାନଙ୍କୁ ମୋଟା ଅଙ୍କର ଜରିମାନା କରାଯାଉଛି। ଏଭଳି ସାମାନ୍ୟ ଭୁଲ୍ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ୫୦୦୦ ଟଙ୍କାର ଜରିମାନା ଆଦାୟ କରୁଛନ୍ତି। ଖାଲି ସେତିକି ନୁହେଁ ସାମାନ୍ୟ କଥାରେ କର୍ମଚାରୀଙ୍କ ଦରମା ମଧ୍ୟ କାଟି ଦିଆଯାଉଛି।
ଏହାବ୍ୟତୀତ ମୋ’ ବସ୍ରେ ବର୍ତ୍ତମାନ ପ୍ରବଳ ଭିଡ଼ ହେଉଥିବାରୁ ବସ୍ ମଧ୍ୟରେ ବୁଲିବୁଲି ଟିକେଟ୍ କାଟିବାରେ କଣ୍ଡକ୍ଟର ଓ ଗାଇଡ୍ମାନେ ମଧ୍ୟ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉକ୍ତ ସମସ୍ତ ସମସ୍ୟାର ସମାଧାନ ଦାବିରେ ମୋ’ ବସ୍ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇ ବସ୍ ଚଳାଚଳ ବନ୍ଦ ରଖି ସିଆରୟୁଟି ସମ୍ବଲପୁର ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ମୋ’ବସ୍ ଗାଇଡ୍। ଫଳରେ ସମ୍ବଲପୁର ସହରରେ ଆଜି ସକାଳୁ ମୋ’ ବସ୍ ସେବା ବନ୍ଦ ରହିଛି। ତେବେ ସମସ୍ୟାର ସମାଧାନ ନ ହେବା ର୍ପଯ୍ୟନ୍ତ ମୋ’ ବସ୍ ସେବା ବନ୍ଦ ରହିବ ବୋଲି ଗାଇଡ୍ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
The post ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍, ଯାତ୍ରୀ ହନ୍ତସନ୍ତ appeared first on Dharitri Odia News.