ଆନ୍ଧ୍ରପ୍ରଦେଶରେ ୬ ଶିଶୁ ଭୁଲ ଇଂଜେକସନ ନେଇ ଅସୁସ୍ଥ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ମଛିଲିପଟନମର ଏକ ହସ୍ପିଟାଲରେ ୬ ଜଣ ଶିଶୁ ଭୁଲ୍ ଇଂଜେକସନ ନେଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ସର୍ବଜନ ସରକାରୀ ହସ୍ପିଟାଲରେ ଏହି ଘଟଣା ଘଟିଛି। ଯେଉଁମାନେ ଅସୁସ୍ଥ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୪ ଜଣ ଅତି ଛୋଟ। ସେମାନଙ୍କ ମଧ୍ୟରେ ୨ ଜଣ ୮ ମାସର ଶିଶୁ ଅଛନ୍ତି। ଶୁକ୍ରବାର ରାତିରେ ରୁଟିନ ପ୍ରକ୍ରିୟାରେ ଶିଶୁମାନଙ୍କୁ ଇଂଜେକସନ ଦିଆଯାଇଥିଲା। କିନ୍ତୁ ମାତ୍ର ଅଧ ଘଣ୍ଟା ମଧ୍ୟରେ ଶିଶୁମାନଙ୍କର ପ୍ରବଳ […]

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ମଛିଲିପଟନମର ଏକ ହସ୍ପିଟାଲରେ ୬ ଜଣ ଶିଶୁ ଭୁଲ୍ ଇଂଜେକସନ ନେଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଆଇସିୟୁରେ ରଖାଯାଇଛି। ସର୍ବଜନ ସରକାରୀ ହସ୍ପିଟାଲରେ ଏହି ଘଟଣା ଘଟିଛି। ଯେଉଁମାନେ ଅସୁସ୍ଥ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୪ ଜଣ ଅତି ଛୋଟ। ସେମାନଙ୍କ ମଧ୍ୟରେ ୨ ଜଣ ୮ ମାସର ଶିଶୁ ଅଛନ୍ତି। ଶୁକ୍ରବାର ରାତିରେ ରୁଟିନ ପ୍ରକ୍ରିୟାରେ ଶିଶୁମାନଙ୍କୁ ଇଂଜେକସନ ଦିଆଯାଇଥିଲା। କିନ୍ତୁ ମାତ୍ର ଅଧ ଘଣ୍ଟା ମଧ୍ୟରେ ଶିଶୁମାନଙ୍କର ପ୍ରବଳ ଜ୍ବର ହେବା ସହ ସେମାନଙ୍କଠାରେ ଲକ୍ଷଣ ଦେଖାଦେବା ଆରମ୍ଭ ହେଲା। ହସ୍ପିଟାଲରେ ମେଡିକାଲ କର୍ମଚାରୀମାନେ ଶିଶୁମାନଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଆଇସିୟୁକୁ ପଠାଇ ଦେଇଥିଲେ। ତେବେ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ମଧ୍ୟ ଉତ୍ତରପ୍ରଦେଶର ମୈନପୁରୀରେ ଜଣେ ୧୭ ବର୍ଷୀୟା ନାବାଳିକାର ଭୁଲ ଇଂଜେକସନ ନେବାରୁ ମୃତ୍ୟୁ ହୋଇଯାଇଥିଲା।