ଆପାର୍ଟମେଣ୍ଟରେ ଚାଲିଥିଲା ରେଭ୍‌ ପାର୍ଟି, ଅଚାନକ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ: ଯାହା ମିଳିଲା…

ପୁଣେ,୨୭ା୭: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ଆପାର୍ଟମେଣ୍ଟରେ ରବିବାର ଚାଲିଥିବା ରେଭ୍‌ ପାର୍ଟି ଉପରେ ପୋଲିସ ଚଢ଼ାଉ କରି ସେଠାରୁ ଡ୍ରଗ୍ସ, ହୁକା ଏବଂ ମଦ ଜବତ କରିଛି। ଏହି ଚଢ଼ାଉ ବେଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡ୍‌ସେଙ୍କ ଝିଅ ରୋହିଣୀଙ୍କ ସ୍ବାମୀ ପ୍ରାଞ୍ଜଳ ଖଓ୍ବୋଲକରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ନାହିଁ ତାହାର ତଦନ୍ତ କରାଯାଉ […] The post ଆପାର୍ଟମେଣ୍ଟରେ ଚାଲିଥିଲା ରେଭ୍‌ ପାର୍ଟି, ଅଚାନକ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ: ଯାହା ମିଳିଲା… appeared first on Dharitri Odia News.

ଆପାର୍ଟମେଣ୍ଟରେ ଚାଲିଥିଲା ରେଭ୍‌ ପାର୍ଟି, ଅଚାନକ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ: ଯାହା ମିଳିଲା…

ପୁଣେ,୨୭ା୭: ମହାରାଷ୍ଟ୍ରର ପୁଣେସ୍ଥିତ ଏକ ଆପାର୍ଟମେଣ୍ଟରେ ରବିବାର ଚାଲିଥିବା ରେଭ୍‌ ପାର୍ଟି ଉପରେ ପୋଲିସ ଚଢ଼ାଉ କରି ସେଠାରୁ ଡ୍ରଗ୍ସ, ହୁକା ଏବଂ ମଦ ଜବତ କରିଛି। ଏହି ଚଢ଼ାଉ ବେଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏକନାଥ ଖଡ୍‌ସେଙ୍କ ଝିଅ ରୋହିଣୀଙ୍କ ସ୍ବାମୀ ପ୍ରାଞ୍ଜଳ ଖଓ୍ବୋଲକରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଥିବା ଜଣେ ପୋଲିସ ଅଧିକାରୀ ପ୍ରକାଶ କରିଛନ୍ତି।

ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି କି ନାହିଁ ତାହାର ତଦନ୍ତ କରାଯାଉ ବୋଲି ଏନ୍‌ସିପି(ଏସ୍‌ପି) ନେତା ଖଡ୍‌ସେ କହିଛନ୍ତି। ଗିରଫ ୭ ଜଣଙ୍କ ମଧ୍ୟରେ ୨ଜଣ ମହିଳା ଅଛନ୍ତି। ଖଡ୍‌ସେଙ୍କ ଝିଅ ରୋହିଣୀ ଏବେ ଏନ୍‌ସିପି(ଏସ୍‌ପି) ମହିଳା ଶାଖାର ରାଜ୍ୟ ସଭାପତି ଅଛନ୍ତି। ରେଭ୍‌ ପାର୍ଟି ଚାଲୁଥିବା ସୂଚନା ପାଇ ପୁଣେ ପୋଲିସ୍‌ର କ୍ରାଇମ୍‌ ବ୍ରାଞ୍ଚ୍‌ ପକ୍ଷରୁ ଖରାଡି ଅଞ୍ଚଳରେ ଥିବା ଷ୍ଟୁଡିଓ ଆପାର୍ଟମେଣ୍ଟରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ଗଞ୍ଜେଇ, ମଦ, ହୁକା ସମେତ ଅନ୍ୟାନ୍ୟ ନିଶାଦ୍ରବ୍ୟ ମିଳିଥିଲା।

The post ଆପାର୍ଟମେଣ୍ଟରେ ଚାଲିଥିଲା ରେଭ୍‌ ପାର୍ଟି, ଅଚାନକ ମାଡ଼ି ବସିଲା କ୍ରାଇମ୍‌ ବ୍ରାଞ୍ଚ: ଯାହା ମିଳିଲା… appeared first on Dharitri Odia News.