ଆପ୍ କାଉନସିଲରଙ୍କ ବଡ଼ ଦାବି: ଅପହରଣ କରି ନେଇଥିଲେ ବିଜେପି ଲୋକ
ଗତ ରବିବାର ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାମଚନ୍ଦ୍ର ୪ ଦିନ ପରେ ପୁଣି ଆପକୁ ଫେରିଥିଲେ। ଏହାପରେ ସେ ଆଜି ବିଜେପି ବିରୋଧରେ ଅପହରଣ ଅଭିଯୋଗ ଆଣିଛନ୍ତି।
ଦିଲ୍ଲୀର କ୍ଷମତାସୀନ ଆପର ଜଣେ କାଉନସିଲର ବଡ଼ ଦାବି କରିଛନ୍ତି। ତାଙ୍କୁ ଆଜି ବିଜେପିର କିଛି ଲୋକ ଅପହରଣ କରି ନେବା ପରେ ଧମକଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଗତ ରବିବାର ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିବା ରାମଚନ୍ଦ୍ର ୪ ଦିନ ପରେ ପୁଣି ଆପକୁ ଫେରିଥିଲେ। ଏହାପରେ ସେ ଆଜି ବିଜେପି ବିରୋଧରେ ଅପହରଣ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, “ଆଜି ସକାଳେ ୫ରୁ ୬ ଜଣ ଲୋକ ମୋ ଘରକୁ ଆସିଥିଲେ। ଏହାପରେ ସେମାନେ ବଳପୂର୍ବକ ମୋତେ କାରରେ ଟେକି ନେଇ ବିଜେପି ଅଫିସକୁ ଚାଲି ଯାଇଥିଲେ। ସେମାନେ ମୋତେ ସିବିଆଇ ଓ ଇଡି ନାଁରେ ଧମକାଇ ଥିଲେ। ତେବେ ମୋ ଦଳର ନେତାମାନେ ପୁଲିସ୍ କମିଶନରଙ୍କୁ ଫୋନ କରିବାରୁ ସେମାନେ ମୋତେ ଛାଡ଼ି ଦେଇଥିଲେ। ମୋର ସିବିଆଇ ଓ ଇଡି ପ୍ରତି ଭୟ ନାହିଁ। ମୁଁ ଅରବିନ୍ଦ କେଜ୍ରିୱାଲଙ୍କ ଜଣେ ସଚ୍ଚା ସୈନ୍ୟ।”
ତେବେ ଦିଲ୍ଲୀ ବିଜେପି ମିଡିଆ ଇନ ଚାର୍ଜ ପ୍ରବୀଣ ଶଙ୍କର କପୁର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଘଟଣା ସହ ବିଜେପିର କୌଣସି ଲିଙ୍କ ନଥିବା ସେ କହିଛନ୍ତି।
ଏହାପୂର୍ବରୁ ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆ ମଧ୍ୟ ରାମଚନ୍ଦ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ “ବିଜେପି କାଉନସିଲ ରାମଚନ୍ଦ୍ରଙ୍କୁ ଇଡି ଓ ସିବିଆଇ ନାଁରେ ଭୟଭୀତ କରାଇଥିଲେ। କିନ୍ତୁ ସେ ନ ଡରିବାରୁ ବିଜେପିର ଗୁଣ୍ଡାମାନେ ତାଙ୍କୁ କାରରେ ଉଠାଇ ନେଇଛନ୍ତି।”
देश की राजधानी में BJP की खुलेआम गुंडागर्दी पार्षद रामचंद्र को धमका कर उनका अपरहण कर लिया गया है।
उनको ED CBI लगाकर बदनाम करने की धमकी दी गई है।
सुनिए उनके बेटे आकाश को।
दिल्ली में ये क्या हो रहा है @AmitShah @LtGovDelhi @CPDelhi pic.twitter.com/UtAeB3q4Un— Sanjay Singh AAP (@SanjayAzadSln) September 1, 2024