ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ। ଝିଆରି ବାହାଘରରେ ଯୋଗ ଦେବା ପାଇଁ ମନୀଷଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉସ୍ ଏଭିନ୍ୟୁ କୋର୍ଟ। ଲକ୍ଷ୍ନୌରେ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ଝିଆରୀ ବାହାଘର ରହିଛି। ଏଥିପାଇଁ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। କୋର୍ଟ ବିଚାର କରି ଜାମିନ ପ୍ରଦାନ କରିଛନ୍ତି।    ସ୍ୱତନ୍ତ୍ର ବିଚାରପତି ଏମ୍‌କେ ନାଗପାଲ ମନୀଷଙ୍କୁ ଫେବ୍ରୁଆରୀ ୧୩ରୁ ୧୫ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ମନୀଷଙ୍କ ବିରୋଧରେ ମଦ ନୀତି ଦୁର୍ନୀତି ଓ ଆର୍ଥିକ ହେର୍‌ଫେର୍ ମାମଲାରେ ସିବିଆଇ ଓ ଇଡି ଗିରଫ କରିଛି। ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ମନୀଷଙ୍କୁ ପ୍ରଥମେ ଗିରଫ କରିଥିଲା। ୨୦୨୧-୨୨ରେ ଗଠନ ହୋଇଥିବା ଦିଲ୍ଲୀ ଅବକାରୀ ନୀତି ଉପରେ ହୋଇଥିବା ଦୁର୍ନୀତିରେ ମାମଲାରେ ସିବିଆଇ ଗିରଫ କରିଥିଲା। ପୁଣି ମାର୍ଚ୍ଚ ୯ ତାରିଖରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲ୍‌ରେ ଅଛନ୍ତି।    The post ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍ appeared first on Prameya News7.

ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍

manis-sisodia-garnt-bail

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ। ଝିଆରି ବାହାଘରରେ ଯୋଗ ଦେବା ପାଇଁ ମନୀଷଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀର ରାଉସ୍ ଏଭିନ୍ୟୁ କୋର୍ଟ।

ଲକ୍ଷ୍ନୌରେ ଫେବ୍ରୁଆରୀ ୧୪ ତାରିଖରେ ତାଙ୍କ ଝିଆରୀ ବାହାଘର ରହିଛି। ଏଥିପାଇଁ ସିସୋଦିଆଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। କୋର୍ଟ ବିଚାର କରି ଜାମିନ ପ୍ରଦାନ କରିଛନ୍ତି।   

ସ୍ୱତନ୍ତ୍ର ବିଚାରପତି ଏମ୍‌କେ ନାଗପାଲ ମନୀଷଙ୍କୁ ଫେବ୍ରୁଆରୀ ୧୩ରୁ ୧୫ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ମନୀଷଙ୍କ ବିରୋଧରେ ମଦ ନୀତି ଦୁର୍ନୀତି ଓ ଆର୍ଥିକ ହେର୍‌ଫେର୍ ମାମଲାରେ ସିବିଆଇ ଓ ଇଡି ଗିରଫ କରିଛି।

ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ମନୀଷଙ୍କୁ ପ୍ରଥମେ ଗିରଫ କରିଥିଲା। ୨୦୨୧-୨୨ରେ ଗଠନ ହୋଇଥିବା ଦିଲ୍ଲୀ ଅବକାରୀ ନୀତି ଉପରେ ହୋଇଥିବା ଦୁର୍ନୀତିରେ ମାମଲାରେ ସିବିଆଇ ଗିରଫ କରିଥିଲା। ପୁଣି ମାର୍ଚ୍ଚ ୯ ତାରିଖରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲ୍‌ରେ ଅଛନ୍ତି।   

The post ଆପ୍‌ ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଜାମିନ୍ appeared first on Prameya News7.