‘ଆପ୍ର ଅନ୍ତ ଆରମ୍ଭ ହେଲା; ନିର୍ବାଚନରେ ପରାଜୟ ପାଇଁ କେବଳ କେଜ୍ରିଓ୍ବାଲ ଦାୟୀ’
ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେଲା ଦିଲ୍ଲୀରେ ଫୁଟିଲା ପଦ୍ମ । ୨୭ ବର୍ଷ ପରେ ଦିଲ୍ଲୀ ଦୁର୍ଗକୁ ଫେରିଛି ଭାରତୀୟ ଜନତା ପାର୍ଟି । ବିଜେପିକୁ ଦୁଇ ତୃତୀୟାଂଶ ତଥା ୪୮ ବିଧାନସଭା ଆସନ ମିଳିଛି । ସେପଟେ ତିନି ଥର ଦିଲ୍ଲୀରେ ବିଜୟୀ ହୋଇଥିବା ଆମ ଆଦମୀ ପାର୍ଟିକୁ ନିର୍ବାଚନରେ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ଆପ୍କୁ ମିଳିଛି ମାତ୍ର ୨୨ଟି ଆସନ । ତେବେ ଦିଲ୍ଲୀରେ ପରାଜୟର କାରଣ କରିଛନ୍ତି ଆପ୍ ବହିଷ୍କାର ହୋଇଥିବା ସହ ସଂସ୍ଥାପକ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ସେ ଆପ୍ର ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବଲଙ୍କୁ ଦାୟୀ କରିଛନ୍ତି ।କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି, ଆମ୍ ଆଦମୀ ପାର୍ଟିର ‘ଅନ୍ତ ଆରମ୍ଭ ହୋଇଯାଇଛି’ । କେଜ୍ରିଓ୍ବାଲ ପାର୍ଟିକୁ ମୂଳ ବିଚାରଧାରାରୁ ଭିନ୍ନ ଦିଗରେ ନେଇଯାଇଛନ୍ତି । ରାଜ୍ୟରେ ଭ୍ରଷ୍ଟଚାର ବଢ଼ିବାରେ ଲାଗିଥିଲା । ଦୁର୍ନୀତି ଚରମ ସ୍ତରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଶାନ୍ତ ଭୂଷଣ କେବଳ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦାୟି କରିଛନ୍ତି । ସେ ଏକ୍ସରେ ଲେଛନ୍ତି, ଆପକୁ ପାରଦର୍ଶିତା, ଉତ୍ତରଦାୟି ଏବଂ ଲୋକତାନ୍ତ୍ରିକ ପାର୍ଟି ଭାବେ ସ୍ଥାପିତ କରାଯାଇଥିଲା । ମାତ୍ର କେଜ୍ରିଓ୍ବାଲ ଏହାକୁ ତାନାଶାହ ଏବଂ ଭ୍ରଷ୍ଟ ସଂଗଠନରେ ପରିଣତ କରିଛନ୍ତି । ପ୍ରଶାନ୍ତ ଭୂଷଣ ଶିଶମହଲ ବିବାଦରେ କେଜ୍ରଓ୍ବାଲଙ୍କୁ ଘେରିଛନ୍ତି । ଯାହା ଏହି ନିର୍ବାଚନର ବଡ଼ ମୁଦ୍ଦା ଥି
ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେଲା ଦିଲ୍ଲୀରେ ଫୁଟିଲା ପଦ୍ମ । ୨୭ ବର୍ଷ ପରେ ଦିଲ୍ଲୀ ଦୁର୍ଗକୁ ଫେରିଛି ଭାରତୀୟ ଜନତା ପାର୍ଟି । ବିଜେପିକୁ ଦୁଇ ତୃତୀୟାଂଶ ତଥା ୪୮ ବିଧାନସଭା ଆସନ ମିଳିଛି । ସେପଟେ ତିନି ଥର ଦିଲ୍ଲୀରେ ବିଜୟୀ ହୋଇଥିବା ଆମ ଆଦମୀ ପାର୍ଟିକୁ ନିର୍ବାଚନରେ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ଆପ୍କୁ ମିଳିଛି ମାତ୍ର ୨୨ଟି ଆସନ । ତେବେ ଦିଲ୍ଲୀରେ ପରାଜୟର କାରଣ କରିଛନ୍ତି ଆପ୍ ବହିଷ୍କାର ହୋଇଥିବା ସହ ସଂସ୍ଥାପକ ଓ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ସେ ଆପ୍ର ପରାଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବଲଙ୍କୁ ଦାୟୀ କରିଛନ୍ତି ।
କେବଳ ଏତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି, ଆମ୍ ଆଦମୀ ପାର୍ଟିର ‘ଅନ୍ତ ଆରମ୍ଭ ହୋଇଯାଇଛି’ । କେଜ୍ରିଓ୍ବାଲ ପାର୍ଟିକୁ ମୂଳ ବିଚାରଧାରାରୁ ଭିନ୍ନ ଦିଗରେ ନେଇଯାଇଛନ୍ତି । ରାଜ୍ୟରେ ଭ୍ରଷ୍ଟଚାର ବଢ଼ିବାରେ ଲାଗିଥିଲା । ଦୁର୍ନୀତି ଚରମ ସ୍ତରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଶାନ୍ତ ଭୂଷଣ କେବଳ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦାୟି କରିଛନ୍ତି । ସେ ଏକ୍ସରେ ଲେଛନ୍ତି, ଆପକୁ ପାରଦର୍ଶିତା, ଉତ୍ତରଦାୟି ଏବଂ ଲୋକତାନ୍ତ୍ରିକ ପାର୍ଟି ଭାବେ ସ୍ଥାପିତ କରାଯାଇଥିଲା । ମାତ୍ର କେଜ୍ରିଓ୍ବାଲ ଏହାକୁ ତାନାଶାହ ଏବଂ ଭ୍ରଷ୍ଟ ସଂଗଠନରେ ପରିଣତ କରିଛନ୍ତି । ପ୍ରଶାନ୍ତ ଭୂଷଣ ଶିଶମହଲ ବିବାଦରେ କେଜ୍ରଓ୍ବାଲଙ୍କୁ ଘେରିଛନ୍ତି । ଯାହା ଏହି ନିର୍ବାଚନର ବଡ଼ ମୁଦ୍ଦା ଥିଲା । ସିଏମ୍ ଆବାସ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ଅଭିଯୋଗ ଲଗାଇଛନ୍ତି । ଏତେ ଟଙ୍କା ନୂଆ ଶିଶମହଲ ସହିତ ମହଙ୍ଗା ଗାଡ଼ି କିଣି ହେବ ବୋଲି କହିଛନ୍ତି । ସେହିପରି ବିଶେଷଜ୍ଞ ଦଳ ଦ୍ବାରା ତିଆରି ହୋଇଥିବା ୩୩ ନୀତି ଦସ୍ତାବିଚକୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ । ଆଗକୁ ସମୟ ମିଳିଲେ ପାର୍ଟି ପାଇଁ ନୀତି ତିଆରି କରାଯିବ ବୋଲି କେଜ୍ରିଓ୍ବାଲ କହିଥିଲେ । ଯାହା ଆପ୍କୁ ଭ୍ରଷ୍ଟାଚାର ଦିଗରେ ନେଇଯାଇଥିଲା ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି ।....