ଚୀନର ‘DeepSeek’କୁ ଜବାବ ଦେବ ଭାରତ; ୧୦ ମାସରେ AI ଦୁନିଆରେ ହେବ ବଡ଼ ବିସ୍ଫୋରଣ
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧମତାକୁ ନେଇ ବିଶ୍ବରେ ଲାଗିଛି ରେସ୍ । ଅଧିକାଂଶ ଦେଶ ଏହା ଉପରେ ଗବେଷଣା ଜାରି ରଖିଛନ୍ତି । ଚୀନ୍, ଆମେରିକା, ଜାପାନ ଭଳି ଦେଶ ଏଥିରେ ଆଗକୁ ବାହାରିଯିବାକୁ ଚେଷ୍ଟା କରୁଛନ୍ତି । ଚୀନ୍ ଡିପ୍ସିକ ଲଞ୍ଚ୍ କରିବା ପରେ ପୂରା ବିଶ୍ବରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ବେଜିଂର ଏହି ସଫଳତା ପରେ ସବୁଠୁ ଅଧିକ ଚିନ୍ତାରେ ପଡ଼ିଯାଇଛି ଆମେରିକା । ଅଧା ଦାମରେ ଜବରଦସ୍ତ ଫିଚର ସହ ଡିପ୍ସିକ ଏଆଇ ବିଶ୍ବ ସାମ୍ନାରେ ରଖିଦେଇଛି ଚୀନ୍ । ଭାରତ ଏବେ ଏହି ସମାନ ଧାରଣର ଏଆଇ ରେସ୍ରେ ପଛରେ ପଡ଼ିଛି । ଡିପ୍ସିକ୍ ଆବିଷ୍କାର ଦିଗରେ ଗବେଷଣା ଆରମ୍ଭ କରିଦେଇଛି । କୁହାଯାଇଛି, ୧୦ ମାସ ଭିତରେ ଭାରତ ଏଆଇ ଦୁନିଆରେ ବଡ଼ ବିସ୍ଫୋରଣ କରିବାକୁ ଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ବର୍ତ୍ତମାନ ସମୟରେ ନିଜର ମହତ୍ବକାଂକ୍ଷୀ ଏଆଇ ମିଶନରେ ଲାଗିପଡ଼ିଛି । ଏଥିରେ ପାଇଁ ୧୦,୩୭୦ କୋଟି ବ୍ୟୟବରାଦ ହୋଇଛି । ଡିପ୍ସିକ୍ ଭଳି ଏଆଇ ପାଇଁ କେନ୍ଦ୍ର ସରକାରଙ୍କୁ ମୋଟ୍ ୬୭ଟି ପ୍ରସ୍ତାବ ଦିଆଯାଇଛି । ଏହି ସବୁ ପ୍ରସ୍ତାବ ଉପରେ ସରକାର ଏକ ହାଇ-ଲେଭଲ୍ କମିଟି ଗଠନ କରି ଏହା ଉପରେ ମନ୍ଥନ କରିବେ । ଗତମାସରେ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିକୁ କୃତ୍ରିମ ବୁଦ୍ଧିମତାର ଡେଭଲ୍ପମେଣ୍ଟ ପାଇଁ ପ୍ରସ୍ତାବ ମାଗିଥିଲେ । ଏହି ଆହ୍ବାନ ପରେ Sarvam AI, CoRover.ai ଆଦି କମ୍ପାନି ସରକାରଙ୍କୁ ଲାର୍ଜ ଲଙ୍ଗଓ୍ବାଜ୍
ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧମତାକୁ ନେଇ ବିଶ୍ବରେ ଲାଗିଛି ରେସ୍ । ଅଧିକାଂଶ ଦେଶ ଏହା ଉପରେ ଗବେଷଣା ଜାରି ରଖିଛନ୍ତି । ଚୀନ୍, ଆମେରିକା, ଜାପାନ ଭଳି ଦେଶ ଏଥିରେ ଆଗକୁ ବାହାରିଯିବାକୁ ଚେଷ୍ଟା କରୁଛନ୍ତି । ଚୀନ୍ ଡିପ୍ସିକ ଲଞ୍ଚ୍ କରିବା ପରେ ପୂରା ବିଶ୍ବରେ ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ବେଜିଂର ଏହି ସଫଳତା ପରେ ସବୁଠୁ ଅଧିକ ଚିନ୍ତାରେ ପଡ଼ିଯାଇଛି ଆମେରିକା । ଅଧା ଦାମରେ ଜବରଦସ୍ତ ଫିଚର ସହ ଡିପ୍ସିକ ଏଆଇ ବିଶ୍ବ ସାମ୍ନାରେ ରଖିଦେଇଛି ଚୀନ୍ । ଭାରତ ଏବେ ଏହି ସମାନ ଧାରଣର ଏଆଇ ରେସ୍ରେ ପଛରେ ପଡ଼ିଛି । ଡିପ୍ସିକ୍ ଆବିଷ୍କାର ଦିଗରେ ଗବେଷଣା ଆରମ୍ଭ କରିଦେଇଛି । କୁହାଯାଇଛି, ୧୦ ମାସ ଭିତରେ ଭାରତ ଏଆଇ ଦୁନିଆରେ ବଡ଼ ବିସ୍ଫୋରଣ କରିବାକୁ ଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର ବର୍ତ୍ତମାନ ସମୟରେ ନିଜର ମହତ୍ବକାଂକ୍ଷୀ ଏଆଇ ମିଶନରେ ଲାଗିପଡ଼ିଛି । ଏଥିରେ ପାଇଁ ୧୦,୩୭୦ କୋଟି ବ୍ୟୟବରାଦ ହୋଇଛି । ଡିପ୍ସିକ୍ ଭଳି ଏଆଇ ପାଇଁ କେନ୍ଦ୍ର ସରକାରଙ୍କୁ ମୋଟ୍ ୬୭ଟି ପ୍ରସ୍ତାବ ଦିଆଯାଇଛି । ଏହି ସବୁ ପ୍ରସ୍ତାବ ଉପରେ ସରକାର ଏକ ହାଇ-ଲେଭଲ୍ କମିଟି ଗଠନ କରି ଏହା ଉପରେ ମନ୍ଥନ କରିବେ ।
ଗତମାସରେ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିକୁ କୃତ୍ରିମ ବୁଦ୍ଧିମତାର ଡେଭଲ୍ପମେଣ୍ଟ ପାଇଁ ପ୍ରସ୍ତାବ ମାଗିଥିଲେ । ଏହି ଆହ୍ବାନ ପରେ Sarvam AI, CoRover.ai ଆଦି କମ୍ପାନି ସରକାରଙ୍କୁ ଲାର୍ଜ ଲଙ୍ଗଓ୍ବାଜ୍ ମଡେଲ ପ୍ରସ୍ତାବ ଦେଇଛନ୍ତି । ମାସେ ଭିତରେ ଏହା ଉପରେ ମନ୍ଥନ ହେବ ଏବଂ ଖୁବଶୀଘ୍ର କୃତ୍ରିମ ବୁଦ୍ଧିମାତା ଉପରେ ନିଷ୍ପତ୍ତି ନିଆଯିବ । ଏହାକୁ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତାରରେ ବୁଝାଇଛନ୍ତି ।
ବିଶ୍ବର ଅଧିକାଂଶ ଦେଶ ବର୍ତ୍ତମାନ ସମୟରେ ଡିପସିକ୍ ଏଆଇର ନିକଟତର ହେଉଛି । ସାଧାରଣତଃ ଡିପସିକ୍-ଭି୩ ବିଶ୍ବରେ ଏଆଇ ରେସରେ ପରିବର୍ତ୍ତନର ସଙ୍କେତ ଦେଇଛି । ଆମେରିକାର ଆଇଟି କମ୍ପାନି ଯେଇଁଠି ଏଆଇ ଡେଭଲପ୍ କରିବାରେ ଲାଗିପଡ଼ିଛନ୍ତି, ଏଭଳି ସମୟରେ ଡିପସିକର ସଫଳତା ମଣିଷ ଚିନ୍ତାଶକ୍ତି ଠାରୁ ବହୁତ ଆଗକୁ ଚାଲିଯାଇଛି ।