ଆଫଗାନିସ୍ତାନରେ ଭୂମିକମ୍ପ ଝଟକା; ରିକ୍ଟର ସ୍କେଲରେ ତିବ୍ରତା ୪.୨ ରେକର୍ଡ
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂମିକମ୍ପ । ଗୁରୁବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଯାଇଥିଲେ ଲୋକେ । ତେବେ ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଗୁରୁବାର ଭୋର୍ ପ୍ରାୟ ୫.୪୪ ମିନିଟରେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂମିକମ୍ପ କେନ୍ଦ୍ରସ୍ଥଳି ଆଫଗାନିସ୍ତାନର ୩୬.୩୬ ଅକ୍ଷାଂଶ ଏବଂ ୭୧.୧୮ ଦ୍ରାଘିମାରେ ରହିଛି । ସେହିପରି ଭୂପୃଷ୍ଠରେ ଏହାର କେନ୍ଦ୍ରସ୍ଥଳି ୧୨ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଗୁରୁବାର ଭୋରୁ ଭୂକମ୍ପ ପରେ ଭୟଭୀତ ହୋଇଯାଇଥିଲେ ଲୋକେ । ଏହା ପୂର୍ବରୁ ଗତ ସପ୍ତାହରେ ସାମୁଦ୍ରିକ ଦେଶ ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.9 ରେକର୍ଡ କରାଯାଇଥିଲା । ଭୂମିକମ୍ପ ଅନୁଭୂତ ହୋଇଥିଲା ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ସତର୍କତା ଦିଆଯାଇଥିଲା ।
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂମିକମ୍ପ । ଗୁରୁବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଭୟଭୀତ ହୋଇଯାଇଥିଲେ ଲୋକେ । ତେବେ ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ ।
ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜିର ରିପୋର୍ଟ ମୁତାବକ, ଗୁରୁବାର ଭୋର୍ ପ୍ରାୟ ୫.୪୪ ମିନିଟରେ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଲାଗିଥିଲା । ଭୂମିକମ୍ପ କେନ୍ଦ୍ରସ୍ଥଳି ଆଫଗାନିସ୍ତାନର ୩୬.୩୬ ଅକ୍ଷାଂଶ ଏବଂ ୭୧.୧୮ ଦ୍ରାଘିମାରେ ରହିଛି । ସେହିପରି ଭୂପୃଷ୍ଠରେ ଏହାର କେନ୍ଦ୍ରସ୍ଥଳି ୧୨ କିଲୋମିଟର ଗଭୀରତାରେ ରହିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ରେକର୍ଡ କରାଯାଇଛି । ଗୁରୁବାର ଭୋରୁ ଭୂକମ୍ପ ପରେ ଭୟଭୀତ ହୋଇଯାଇଥିଲେ ଲୋକେ ।
ଏହା ପୂର୍ବରୁ ଗତ ସପ୍ତାହରେ ସାମୁଦ୍ରିକ ଦେଶ ପପୁଆ ନ୍ୟୁ ଗିନିରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.9 ରେକର୍ଡ କରାଯାଇଥିଲା । ଭୂମିକମ୍ପ ଅନୁଭୂତ ହୋଇଥିଲା ଅଞ୍ଚଳ ରିଙ୍ଗ ଅଫ୍ ଫାୟାର ଜୋନରେ ଆସୁଥିବାରୁ ସୁନାମୀ ସତର୍କତା ଦିଆଯାଇଥିଲା ।