ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ସୂଚନା ଶେୟାର କରି କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲାର ନକରାହ ଗ୍ରାମରେ ଅନେକ ପର୍ବତ ଖସି ଯାଇଛି। ଯେଉଁଥିପାଇଁ ଜନସାଧାରଣଙ୍କ ଅର୍ଥର ବ୍ୟାପକ କ୍ଷତି […] The post ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ appeared first on Dharitri Odia News.

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା ଜାନ ଏହି ଘଟଣା ସମ୍ପର୍କରେ ସୂଚନା ଶେୟାର କରି କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ନୁରଗାରାମ ଜିଲାର ନକରାହ ଗ୍ରାମରେ ଅନେକ ପର୍ବତ ଖସି ଯାଇଛି। ଯେଉଁଥିପାଇଁ ଜନସାଧାରଣଙ୍କ ଅର୍ଥର ବ୍ୟାପକ କ୍ଷତି ହୋଇଛ। ପ୍ରାୟ ୧୫ ରୁ ୨୦ଘର ଏହି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଯୋଗାଯୋଗ ମୁଖ୍ୟ ଆହୁରି ସୂଚନା ଦେଇଛନ୍ତି ଯେ, ବର୍ଷା ଯୋଗୁ ନୁରିସ୍ତାନ, କୁନାର ଏବଂ ପଞ୍ଜଶୀର ପ୍ରଦେଶରେ ରାସ୍ତା ଅବରୋଧ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୫ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି।

The post ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ appeared first on Dharitri Odia News.