ଆଫଗାନିସ୍ତାନେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ଗୁଳିମାଡ଼: ୨ ଆହତ

କାବୁଲ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଘଟଣାରେ ଜଣଙ୍କର ୨ ଜଣ ଆହତ ହୋଇଛନ୍ତି। ଜାଲାଲାବାଦ ସହର ନଭୀ ମଣ୍ଡାବିରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। ମଙ୍ଗଳବାର (୨୪ ଡିସେମ୍ବର) ଦୂତାବାସର ଅନୁବାଦକ ୱାଦୁଦ ଖାନ ଶିରଜାଦ ଏବଂ ଜଣେ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡି ଟାର୍ଗେଟ କରାଯାଇଥିଲା। ରିପୋର୍ଟ ଅନୁସାରେ, ୱାଦୁଦ୍ ଖାନ୍ ଶିରଜାଦ ଏବଂ ଭାରତୀୟ କର୍ମଚାରୀ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି। ସୂଚନା ଥାଉକି, ଜଲାଲାବାଦରେ ଥିବା ଭାରତୀୟ ଦୂତାବାସ ୨୦୨୦ ପ୍ରାୟତ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏହାର ଦୂତାବାସ ଏବଂ କନସୁଲାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ, ଆଫଗାନିସ୍ତାନ ନାଗରିକମାନଙ୍କର ଏକ ଛୋଟ ଟିମ୍ ଦୂତାବାସରେ ଥିବା କିଛି କିଛି ସୀମିତ କାର୍ଯ୍ୟଗୁଡ଼ିକର ତଦାରଖ କରୁଛନ୍ତି। ଆହତ ହୋଇଥିବା ଭାରତୀୟ କର୍ମଚାରୀ ନଗରହାରର ଶିରଜାଦା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ନାଙ୍ଗରହାରର ଶିରଜାଦ ଜିଲ୍ଲାର ବାସିନ୍ଦା ୱାଦୁଦ ଖାନ ପ୍ରାୟ ୧୫ ବର୍ଷ ଧରି ଜାଲାଲାବାଦରେ ଥିବା ଭାରତୀୟ କନସୁଲେଟର ଅନୁବାଦକ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୧ରେ ତାଙ୍କୁ ଅପହରଣ କରାଯାଇଥିଲା। ତେବେ ଆଲୋଚନା ପରେ ତାଙ୍କୁ ମୁକ୍ତ କରା

ଆଫଗାନିସ୍ତାନେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ଗୁଳିମାଡ଼: ୨ ଆହତ

କାବୁଲ: ଆଫଗାନିସ୍ତାନରେ ଭାରତୀୟ ଦୂତାବାସ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଘଟଣାରେ ଜଣଙ୍କର ୨ ଜଣ ଆହତ ହୋଇଛନ୍ତି। ଜାଲାଲାବାଦ ସହର ନଭୀ ମଣ୍ଡାବିରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଛି। ମଙ୍ଗଳବାର (୨୪ ଡିସେମ୍ବର) ଦୂତାବାସର ଅନୁବାଦକ ୱାଦୁଦ ଖାନ ଶିରଜାଦ ଏବଂ ଜଣେ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡି ଟାର୍ଗେଟ କରାଯାଇଥିଲା। 

ରିପୋର୍ଟ ଅନୁସାରେ, ୱାଦୁଦ୍ ଖାନ୍ ଶିରଜାଦ ଏବଂ ଭାରତୀୟ କର୍ମଚାରୀ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିନାହାଁନ୍ତି। 

ସୂଚନା ଥାଉକି, ଜଲାଲାବାଦରେ ଥିବା ଭାରତୀୟ ଦୂତାବାସ ୨୦୨୦ ପ୍ରାୟତ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏହାର ଦୂତାବାସ ଏବଂ କନସୁଲାର କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ, ଆଫଗାନିସ୍ତାନ ନାଗରିକମାନଙ୍କର ଏକ ଛୋଟ ଟିମ୍ ଦୂତାବାସରେ ଥିବା କିଛି କିଛି ସୀମିତ କାର୍ଯ୍ୟଗୁଡ଼ିକର ତଦାରଖ କରୁଛନ୍ତି। 

ଆହତ ହୋଇଥିବା ଭାରତୀୟ କର୍ମଚାରୀ ନଗରହାରର ଶିରଜାଦା 

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ନାଙ୍ଗରହାରର ଶିରଜାଦ ଜିଲ୍ଲାର ବାସିନ୍ଦା ୱାଦୁଦ ଖାନ ପ୍ରାୟ ୧୫ ବର୍ଷ ଧରି ଜାଲାଲାବାଦରେ ଥିବା ଭାରତୀୟ କନସୁଲେଟର ଅନୁବାଦକ ଭାବରେ କାର୍ଯ୍ୟ କରିଛନ୍ତି। ୨୦୧୧ରେ ତାଙ୍କୁ ଅପହରଣ କରାଯାଇଥିଲା। ତେବେ ଆଲୋଚନା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ୨୦୧୬ ରେ ୱାଦୁଦ ପ୍ରବେଶ କରୁଥିବା ବେଳେ ଜାଲାଲାବାଦରେ ଥିବା ଭାରତୀୟ କନସୁଲେଟ୍ ଉପରେ ଏକ ସଶସ୍ତ୍ର ଆକ୍ରମଣ ହୋଇଥିଲା। ସେମାନଙ୍କ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିଲା, କିନ୍ତୁ ୱାଦୁଦ ବଞ୍ଚି ଯାଇଥିଲେ। ୱାଦୁଦ୍ ଖାନ୍ ଶିରଜାଦଙ୍କ ସହ ଏହା ହେଉଛି ତୃତୀୟ ଘଟଣା।