କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ । ଏହାରି ଭିତରେ ଟିକିଏ ଆଶ୍ୱସ୍ତି ଦେଇଥିଲା କାଳବୈଶାଖୀ । କାଳ ବୈଶାଖୀର ପ୍ରଭାବରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ପବନ ହୋଇଥିଲା । କିନ୍ତୁ ଏହି ବର୍ଷା ପବନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା ସତ ହେଲେ ଏପରି ଦୁଃଖ ଦେଇଯିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର […] The post କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ appeared first on KNews Odisha.

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ । ଏହାରି ଭିତରେ ଟିକିଏ ଆଶ୍ୱସ୍ତି ଦେଇଥିଲା କାଳବୈଶାଖୀ । କାଳ ବୈଶାଖୀର ପ୍ରଭାବରେ ବିଜୁଳି ଘଡ଼ ଘଡ଼ି ସହ ବର୍ଷା ପବନ ହୋଇଥିଲା । କିନ୍ତୁ ଏହି ବର୍ଷା ପବନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲା ସତ ହେଲେ ଏପରି ଦୁଃଖ ଦେଇଯିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦିଗପହଣ୍ଡିରେ ଆଜି ଅପରାହ୍ନରେ ତାଣ୍ଡବ ରଚିଛି କାଳବୈଶାଖୀ । ବର୍ଷା ପବନ ହେଉଥିବା ବେଳେ ଅଚାନକ୍ ମାରିଥିଲା ବିଜୁଳି । ସଙ୍ଗେ ସଙ୍ଗେ ସେହି ବଜ୍ରାଘାତରେ ୨ ଜଣ ଯୁବକ ଟଳି ପଡ଼ିଥିଲେ । ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ଏହି ଘଟଣା ଘଟିଥିଲା ।
ତେବେ ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ଗାନ୍ଧୀ ଛକରେ ମିନା ବଜାର ପଡ଼ିଥିଲା । ସେଠାରେ ବିଭିନ୍ନ ବ୍ରେକ ଡ୍ୟାନ୍ସ, ଡୋଳି ପଡିଥିଲା । ଦୁଇ ଜଣ ଯୁବକ ଦୋଳିରେ କାମ କରୁଥିଲେ । କାମ କରି ଥକି ଯାଇଥିବାରୁ ଗଛ ମୂଳେ ଯାଇ ବିଶ୍ରାମ ନେଇଥିଲେ । ଠିକ୍ ସମୟରେ ଆକାଶରେ ଘୋଟିଆସିଥିଲା କଳାବାଦଲ । ଆଉ ବର୍ଷା ପବନ ସହ ବିଜୁଳି ଘଡ଼ଘଡ଼ି ମାରିଥିଲା । ଫଳରେ ଡୁଗୁଲା ଓ ଶାନ୍ତୁନୁ ସେହିଠାରେ ହିଁ ଅଟକି ଯାଇଥିଲେ । ଏତିକି ବେଳେ ବିଜୁଳି ସିଧା ଗଛକୁ ମାରିଥିଲା ଯାହା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଘଟଣା ସ୍ଥଳରେ ଟଳି ପଡିଥିବା ବେଳେ ପାଟପୁର ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆମ୍ବୁଲାନ୍ସ ମାଧ୍ୟମରେ ଦିଗପହଣ୍ଡି ମେଡିକାଲକୁ ନେଇଥିଲେ ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ମୃତ ଯୁବକ ଦ୍ୱୟ ହେଉଛନ୍ତି ନିରାକାରପୁର ଅଞ୍ଚଳର ଡୁଗୁଲା ପ୍ରଧାନ ଓ ଗଞ୍ଜାମ ପୋଲସରା ଅଞ୍ଚଳର ସନ୍ୟାସୀ ସାହୁ ଓରଫ ଶାନ୍ଟୁନୁ ବୋଲି ଜଣାପଡିଛି । ଏନେଇ ପାଟପୁର ଥାନା ପୋଲିସ ତଦନ୍ତ କରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର FMT କୁ ପଠାଇଛନ୍ତି ।
The post କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ appeared first on KNews Odisha.