ବାରିପଦାରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ଲୋକଙ୍କୁ ଦେଲେ ମୋଦି ଗ୍ୟାରେଣ୍ଟି
ରାଜ୍ୟରେ ବିଜେପି ସରକାର ଗଠନ କରିବ। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ବାରିପଦାରେ ନିର୍ବାଚନୀ ସଭାରେ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି ମୋଦି ଗ୍ୟାରେଣ୍ଟି। ଆଜି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ନେତୃତ୍ବ ନେଇଛନ୍ତି। ସାରା ଦେଶର ନାରୀ ଶକ୍ତି ପାଇଁ ଏହା ଗୌରବର ବିଷୟ । ବିର୍ସାମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ୩ କୋଟି ମହିଳାଙ୍କୁ ଲକ୍ଷପତି […] The post ବାରିପଦାରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ଲୋକଙ୍କୁ ଦେଲେ ମୋଦି ଗ୍ୟାରେଣ୍ଟି appeared first on KNews Odisha.

ରାଜ୍ୟରେ ବିଜେପି ସରକାର ଗଠନ କରିବ। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ବାରିପଦାରେ ନିର୍ବାଚନୀ ସଭାରେ ଦୋହରାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଓଡ଼ିଶା ଲୋକ ଚାହାନ୍ତି ମୋଦି ଗ୍ୟାରେଣ୍ଟି। ଆଜି ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ନେତୃତ୍ବ ନେଇଛନ୍ତି। ସାରା ଦେଶର ନାରୀ ଶକ୍ତି ପାଇଁ ଏହା ଗୌରବର ବିଷୟ ।
ବିର୍ସାମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଘୋଷଣା ହୋଇଛି । ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି ବନାଇବା ମୋଦି ଗ୍ୟାରେଣ୍ଟି। ବିଜେପି ସରକାର ଆସିଲେ ଧାନ ଏମଏସପି ୩୧୦୦ ଟଙ୍କା ବଢାଯିବ । ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଲେ ମୋଦି । ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟର ସାର୍ବଜନୀନ ହେବ ବୋଲି ମୋଦି କହିଛନ୍ତି ।
ବାଲେଶ୍ବର ରେମୁଣାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ସମ୍ୱୋଧନ। ଧାନ, ପାନ ଓ ମୀନର ମାଟି ବାଲେଶ୍ବର ମିସାଇଲ ସିଟି । ମୋଦି ଗ୍ୟାରେଣ୍ଟି ଉପରେ ଦେଶବାସୀଙ୍କ ଭରସା ବଢ଼ିଛି। ୧୦ ବର୍ଷରେ ଭାରତର ମିସାଇଲ ଶକ୍ତି ବହୁଗୁଣା ବଢ଼ିଛି। ଜମ୍ମୁକଶ୍ମୀରରେ ଆଜି ଶାନ୍ତି ଫେରିଛି। ଆଗାମୀ ୫ ବର୍ଷରେ ବିକାଶର ନୂଆ ଚିତ୍ର ଦେଖିବାକୁ ମିଳିବ ବୋଲି ମୋଦି କହିଛନ୍ତି। ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାର ହେଲେ ଦ୍ରୁତ ଗତିରେ ବିକାଶ ହେବ।
The post ବାରିପଦାରେ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ଲୋକଙ୍କୁ ଦେଲେ ମୋଦି ଗ୍ୟାରେଣ୍ଟି appeared first on KNews Odisha.