ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ନେବ ରୂପ

ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ସଂଲଗ୍ନ ଦକ୍ଷିଣ କୋଙ୍କଣ ଅଞ୍ଚଳସ୍ଥ ସମୁଦ୍ର ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚପ କ୍ଷେତ୍ରରେ ପଣିତ ହୋଇଛି । ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଏପଟେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ […] The post ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ନେବ ରୂପ appeared first on KNews Odisha.

ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ନେବ ରୂପ
rain

ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେଲା ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ସଂଲଗ୍ନ ଦକ୍ଷିଣ କୋଙ୍କଣ ଅଞ୍ଚଳସ୍ଥ ସମୁଦ୍ର ମଧ୍ୟରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚପ କ୍ଷେତ୍ରରେ ପଣିତ ହୋଇଛି । ଏହା ଉତ୍ତର ଆଡ଼କୁ ଗତି କରିବା ସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସମ୍ଭାବନା ରହିଛି ।

ଏପଟେ ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାର୍ଶ୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ ରୁ ୩୧ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି । ସଅଳ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ।

ଆସନ୍ତା ୨ରୁ ୩ ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସୁଥିବାରୁ ଓଡ଼ିଶାକୁ ମଧ୍ୟ ଜୁନ୍ ପ୍ରଥମ ସପ୍ତାହ ବେଳକୁ ଛୁଇଁବାର ଯଥେଷ୍ଚ ସମ୍ଭାବନା ରହିଛି । ଓଡ଼ିଶାରେ ଏବେ ପ୍ରାକମୌସୁମୀ ପାଣିପାଗ ସକ୍ରିୟ ଥିବା ବେଳେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି ।

 

ଆହୁରି ପଢ଼ନ୍ତୁ : ଆସୁଛି ବଡ ବର୍ଷା…୨୭ରେ ଲଘୁଚାପ ! ଓଡ଼ିଶାରେ ପ୍ରବଳ ବର୍ଷିବ

The post ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟା ଭିତରେ ଅବପାତର ନେବ ରୂପ appeared first on KNews Odisha.