ଆଫଗାନିସ୍ଥାନରେ ବଡ଼ ଧରଣରେ ଆକ୍ରମଣ; ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଆକ୍ରମଣ

କନକ ବ୍ୟୁରୋ : ଭାରତ ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ । ଆଫଗାନିସ୍ଥାନର ଜଲାଲାବାଦରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ପାଇଁ କାମ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦୂତାବାସର ଗାଡି ଯାଉଥିବା ସମୟରେ ହୋଇଛି ଆକ୍ରମଣ । ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇଥିବା ଜଣାପଡିଛି । ତେବେ ଜଣେ ଆଫଗାନ ନାଗରିକଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି । ତେବେ ଆଫଗାନିସ୍ତାରେ ତାଲିବାନ ଦଖଲ ପରେ ଅର୍ଥାତ ବର୍ଷ ୨୦୨୦ ଏହି ଦୂତାବାସଟି ବନ୍ଦ ପଡି ରହିଥିବା ଜଣାପଡିଛି ।

ଆଫଗାନିସ୍ଥାନରେ ବଡ଼ ଧରଣରେ ଆକ୍ରମଣ; ଭାରତୀୟ ବାଣିଜ୍ୟ ଦୂତାବାସ ନିକଟରେ ଅଜ୍ଞାତ ଦୁର୍ବୃତ୍ତଙ୍କ ଆକ୍ରମଣ

କନକ ବ୍ୟୁରୋ : ଭାରତ ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ । ଆଫଗାନିସ୍ଥାନର ଜଲାଲାବାଦରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ପାଇଁ କାମ କରୁଥିବା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦୂତାବାସର ଗାଡି ଯାଉଥିବା ସମୟରେ ହୋଇଛି ଆକ୍ରମଣ । ଏକ ଅଜଣା ଗାଡ଼ି ଆସି ଧକ୍କା ଦେଇଥିବା ଜଣାପଡିଛି ।

ତେବେ ଜଣେ ଆଫଗାନ ନାଗରିକଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି । ତେବେ ଆଫଗାନିସ୍ତାରେ ତାଲିବାନ ଦଖଲ ପରେ ଅର୍ଥାତ ବର୍ଷ ୨୦୨୦ ଏହି ଦୂତାବାସଟି ବନ୍ଦ ପଡି ରହିଥିବା ଜଣାପଡିଛି ।