ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆବୁଧାବିରେ ପ୍ରଥମ ୟୁଏଇ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିଛନ୍ତି। ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା(ବିଏପିଏସ୍) ସୋସାଇଟି ଦ୍ୱାରା ନିର୍ମିତ ଏହି ମନ୍ଦିରକୁ ଉଦ୍ଘାଟନ କରିବା ପରେ ସେ ପୂଜାରୀମାନଙ୍କ ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ମଙ୍ଗଳବାର ଦୁଇ ଦିବସୀୟ ଯାତ୍ରାରେ ୟୁଏଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତକାଳରେ ସେ ବୁଧବାର ବିଏପିଏସ୍ ମନ୍ଦିରର ଉଦ୍ଘାଟନ କରିଛନ୍ତି। ଏହାପୂର୍ବରୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ଆୟୋଜନ କରାଯାଇଥିଲା। […] The post ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ଆବୁଧାବି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆବୁଧାବିରେ ପ୍ରଥମ ୟୁଏଇ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିଛନ୍ତି। ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା(ବିଏପିଏସ୍) ସୋସାଇଟି ଦ୍ୱାରା ନିର୍ମିତ ଏହି ମନ୍ଦିରକୁ ଉଦ୍ଘାଟନ କରିବା ପରେ ସେ ପୂଜାରୀମାନଙ୍କ ସହ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି।
ମଙ୍ଗଳବାର ଦୁଇ ଦିବସୀୟ ଯାତ୍ରାରେ ୟୁଏଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତକାଳରେ ସେ ବୁଧବାର ବିଏପିଏସ୍ ମନ୍ଦିରର ଉଦ୍ଘାଟନ କରିଛନ୍ତି। ଏହାପୂର୍ବରୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହର ଆୟୋଜନ କରାଯାଇଥିଲା।
ତେବେ ୨୭ ଏକର ପରିବ୍ୟାପ୍ତ ଅଞ୍ଚଳରେ ନିର୍ମିତ ଏହା ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିର ହେବ। ଏଥିରେ ଭାରତୀୟ ସଂସ୍କୃତି ସହ ୟୁଏଇର ସଂସ୍କୃତିର ଝଲକ ମିଳିବ।
The post ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.