ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଡମ୍ବୁଲା,୧୯ା୭: ମହିଳା ଏସିଆ କପ୍‌ କ୍ରିକେଟ୍‌ ଟି୨୦ ମ୍ୟାଚ୍‌ ନବମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଦିନରେ ପରସ୍ପରକୁ ଭେଟିବେ। ଅନ୍ୟପକ୍ଷେ ୮ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିୟନ ଭାରତ ହରମନ୍‌ପ୍ରୀତ୍‌ କୌରଙ୍କ ଅଧୀନରେ ଖେଳିବ। ଅନ୍ୟପକ୍ଷେ ଅଭିଜ୍ଞ ନିଦା ଦର୍‌ ପାକିସ୍ତାନ ଦଳର ନେତୃତ୍ୱ ନେବେ। ବାଂଲାଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏହା ଏକ ପ୍ରସ୍ତୁତି […] The post ଆଜି ଭାରତ-ପାକିସ୍ତାନ ମହାମୁକାବିଲା appeared first on Dharitri Odia News.

ଆଜି ଭାରତ-ପାକିସ୍ତାନ ମହାମୁକାବିଲା

ଡମ୍ବୁଲା,୧୯ା୭: ମହିଳା ଏସିଆ କପ୍‌ କ୍ରିକେଟ୍‌ ଟି୨୦ ମ୍ୟାଚ୍‌ ନବମ ସଂସ୍କରଣ ଶୁକ୍ରବାର ଠାରୁ ଆରମ୍ଭ ହେବ। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପ୍ରଥମ ଦିନରେ ପରସ୍ପରକୁ ଭେଟିବେ।

ଅନ୍ୟପକ୍ଷେ ୮ ଦଳର ଅଧିନାୟକଙ୍କ ଉପସ୍ଥିତିରେ ଟ୍ରଫି ଉନ୍ମୋଚନ ହୋଇଥିଲା। ଡିଫେଣ୍ଡିଂ ଚାମ୍ପିୟନ ଭାରତ ହରମନ୍‌ପ୍ରୀତ୍‌ କୌରଙ୍କ ଅଧୀନରେ ଖେଳିବ। ଅନ୍ୟପକ୍ଷେ ଅଭିଜ୍ଞ ନିଦା ଦର୍‌ ପାକିସ୍ତାନ ଦଳର ନେତୃତ୍ୱ ନେବେ।

ବାଂଲାଦେଶରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏହା ଏକ ପ୍ରସ୍ତୁତି ଟୁର୍ନାମେଣ୍ଟ ରହିବ। ଶ୍ରୀଲଙ୍କା ଓ ବାଂଲାଦେଶର ପିଚ୍‌ ସାଧାରଣତଃ ସ୍ପିନରଙ୍କୁ ସୁହାଇଥାଏ। ତେଣୁ ଭାରତୀୟ ସ୍ପିନରଙ୍କ ପାଇଁ ଏହା ଭଲ ଅଭ୍ୟାସ ହେବ ବୋଲି ଆଶା କରାଯାଉଛି।

ଏସିଆ କପ୍‌ର ୮ମ ସଂସ୍କରଣ ମଧ୍ୟରେ ଦିନିକିଆ ଫର୍ମାଟରେ ୪ ଓ ଟି୨୦ ଫର୍ମାଟରେ ୪ ଥର ଖେଳାଯାଇଛି। ଭାରତ ଦିନିକିଆରେ ୪ ଥର ଚାମ୍ପିୟନ ହୋଇଥିବା ବେଳେ ଟି୨୦ରେ ୩ ଥର ଚାମ୍ପିୟନ ରହିଛି।

ସେହିପରି ଟି୨୦ ଫର୍ମାଟରେ ପାକିସ୍ତାନ ବିପକ୍ଷରେ ଭାରତର ଚମତ୍କାର ରେକର୍ଡ ରହିଛି। ଉଭୟ ଦଳ ୧୪ ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୧ ଥର ବିଜୟୀ ହୋଇଛି। ଭାରତ ଏହାର ଅନ୍ତିମ ସିରିଜ୍‌ ଦକ୍ଷିଣ ଆଫ୍ରିକା ସହ ଖେଳି ୧-୧ରେ ଡ୍ର ରଖିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୩-୦ରେ ହାରିଥିଲା ପାକିସ୍ତାନ। ଭାରତୀୟ ଓପନର ସ୍ମୃତି ମନ୍ଧାନା ଓ ପେସ୍‌ ବୋଲର ପୂଜା ବସ୍ତ୍ରକାର ଚମତ୍କାର ଫର୍ମରେ ରହିଛନ୍ତି।

The post ଆଜି ଭାରତ-ପାକିସ୍ତାନ ମହାମୁକାବିଲା appeared first on Dharitri Odia News.