ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର
କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ବୁଢାଡଙ୍ଗର ଲକୋମହୋତ୍ସଵରେ ଢୋଲ ନିଶାନରେ ମଞ୍ଚ ଦୁଲୁକିଥିଲା। ସକାଳୁ ଅନୁଷ୍ଠାନ ପରିସରରେ ପତକା ଉତୋଳନ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ, ପରେ ବୁଢା ଡଙ୍ଗର ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ […] The post ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର appeared first on Dharitri Odia News.
କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପଡ଼ିଆରେ ଅନୁଷ୍ଠିତ ବୁଢାଡଙ୍ଗର ଲକୋମହୋତ୍ସଵରେ ଢୋଲ ନିଶାନରେ ମଞ୍ଚ ଦୁଲୁକିଥିଲା। ସକାଳୁ ଅନୁଷ୍ଠାନ ପରିସରରେ ପତକା ଉତୋଳନ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ମହାନନ୍ଦ, ପରେ ବୁଢା ଡଙ୍ଗର ମନ୍ଦିର ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।
ବିଭିନ୍ନ ସାଂସ୍କୃତିକ ଶୋଭାଯାତ୍ରାରେ ସହର ସାଂସ୍କୃତିକ ମାହୋଲରେ ପରିଣତ ହୋଇଥିଲା। ଏହି ଉପଲକ୍ଷେ ଏକ ଚିତ୍ରକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ଏହାକୁ କେସିଙ୍ଗା ଆଇ ଆଇ ସି ସି. ପ୍ରଦ୍ୟୁମ୍ନ ମହାପାତ୍ର ଉଦଘାଟନ କରିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନୀ ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦର୍ବାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଏହି ଉତ୍ସବ ସଂସ୍କୃତିର ମହାନ ମିଳନ ସ୍ଥଳୀ ବୋଲି କହିଥିଲେ। ବିଶିଷ୍ଟ ଅତିଥି ଭାବରେ ଏନ. ଏ. ସି ଅଧ୍ୟକ୍ଷ ନୃପ ରାଜ ଯାଦବ ଯୋଗଦାନ କରିଥିଲେ।
ଅନ୍ୟତମ ଅତିଥି ଭାବରେ କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ଯୋଗଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁଷନ୍ତା କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ଘୁମୁରା ଗୁରୁ ମାର୍କଣ୍ଡ ନାଏକ,ନାଟ୍ୟ ନିର୍ଦେଶକ ଭାବରେ ମନୋଜ ରଥ,ବିଶିଷ୍ଟ କଳାକାର ରବି ରତନ ସାହୁ,ସଙ୍ଗୀତ ନିର୍ଦ୍ଦେଶକ ମନୋରଞ୍ଜନ ପାଢ଼ୀଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ପୁରୀର ମାହାରୀ, ମୟୁରଭଞ୍ଜର ଛଉ,ବରଗଡ଼ର ଢଳିଆ ଖୁସା,ମୃଣ୍ମୟୀ ଓ ସାଥି ର ବଜାଶାଲ, ଓ ମନୋରଞ୍ଜନ ପାଢ଼ୀଙ୍କ ସଙ୍ଗୀତ ବିଚିତ୍ରା ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ।
The post ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର appeared first on Dharitri Odia News.