ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ
ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି) ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ତେବେ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ନାମ ଘୋଷଣା କରିନାହିଁ। କଂଗ୍ରେସର ବରିଷ୍ଠ ନେତାଙ୍କ ଅନୁଯାୟୀ ଖୁବଶୀଘ୍ର ଦଳ ୬୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ଯେଉଁଠାରେ ଦଳ ୨୦୧୯ […] The post ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି) ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ତେବେ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ନାମ ଘୋଷଣା କରିନାହିଁ।
କଂଗ୍ରେସର ବରିଷ୍ଠ ନେତାଙ୍କ ଅନୁଯାୟୀ ଖୁବଶୀଘ୍ର ଦଳ ୬୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିବ ଯେଉଁଠାରେ ଦଳ ୨୦୧୯ ନିର୍ବାଚନରେ ହାରିଥିଲା। ଏହି ତାଲିକା ଏପ୍ରିଲର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ। ଭେଟେରାନ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ନିକଟରେ ଦାସଙ୍କୁ ଓଡିଶାରେ କଂଗ୍ରେସର ପ୍ରଚାର କମିଟିର ସଭାପତି କରାଯାଇଛି।
ଦାସ କହିଛନ୍ତି, “ଦଳ ପ୍ରଥମେ ୬୦ ଜଣ ବିଧାନସଭା ଆସନରେ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ଯେଉଁଠାରେ ୨୦୧୯ ରେ ଆମର ପ୍ରାର୍ଥୀମାନେ ହାରି ଯାଇଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କଳାହାଣ୍ଡିର ନର୍ଲା ବିଧାନସଭା ଆସନରେ ଲଢ଼ିବେ। “ପ୍ରାର୍ଥୀ ଘୋଷଣା ପରେ ଦଳର କର୍ମୀ ଓ ନେତାମାନେ ସେମାନଙ୍କର ଅଭିଯାନ ଆରମ୍ଭ କରିବେ। ଗୋଟିଏ ମାସ ମଧ୍ୟରେ ଅନେକ ଜିନିଷ ବଦଳିଯିବ ବୋଲି ସେ କହିଛନ୍ତି।
The post ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ appeared first on Dharitri Odia News.