ବର୍ଷାରେ ଧୋଇଗଲା RR vs KKR ମ୍ୟାଚ୍, ପ୍ଲେ ଅଫ୍ ଲାଇନ୍ ଅପ୍ ଚୂଡ଼ାନ୍ତ, ଜାଣନ୍ତୁ ପୁରା ସିଡ୍ୟୁଲ୍
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ବର୍ଷାରେ ଧୋଇଯିବା ସହ ଆଇପିଏଲ୍ ୨୦୨୪ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇଛି। ଏଥିସହ ଚଳିତ ସଂସ୍କରଣର ଶୀର୍ଷ ୪ ଦଳ ଚୂଡାନ୍ତ ହେବା ସହ ଏଲିମିନେଟର ମୁକାବିଲା ଓ କ୍ଵାଲିଫାୟରର ଲାଇନ ଅପ୍ ସ୍ଥିର ହୋଇଛି।ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେବାରୁ ରାଜସ୍ଥାନ ଓ କୋଲକାତାକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦକୁ ୧୭-୧୭ ପଏଣ୍ଟ ମିଳିଛି। ମାତ୍ର ଉନ୍ନତ ନେଟ୍ ରନ ରେଟ୍ କାରଣରୁ ହାଇଦ୍ରାବାଦ ଦ୍ଵିତୀୟ ସ୍ଥାନ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି।କୋଲକାତା ନାଇଟ୍ ରାଇଡର୍ସ ୨୦ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ୧୭ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ରାଜସ୍ଥାନ ୧୭ ପଏଣ୍ଟ ପାଇଥିଲେ ହେଁ ରନ ରେଟ୍ କାରଣରୁ ତୃତୀୟରେ ଏବଂ ଚଳିତ ଆଇପିଏଲ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ବେଙ୍ଗାଲୁରୁ ଚତୁର୍ଥ ସ୍ଥାନରେ ରହିଛି। ଆଇପିଏଲ୍ ନିୟମ ଅନୁଯାୟୀ, ପ୍ରଥମ କ୍ଵାଲିଫାୟର ମୁକାବିଲା ପ୍ରଥମ ସ୍ଥାନରେ ଥିବା କୋଲକାତା ଓ ଦ୍ଵିତୀୟରେ ଥିବା ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମେ ୨୧ ତାରିଖ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଟିମ୍ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବ। ସେହିପରି ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ଓ ଚତୁର୍ଥ ସ୍ଥାନରେ ଥିବା ବେଙ୍ଗାଲୁ
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ବର୍ଷାରେ ଧୋଇଯିବା ସହ ଆଇପିଏଲ୍ ୨୦୨୪ର ଲିଗ୍ ପର୍ଯ୍ୟାୟ ସମାପ୍ତ ହୋଇଛି। ଏଥିସହ ଚଳିତ ସଂସ୍କରଣର ଶୀର୍ଷ ୪ ଦଳ ଚୂଡାନ୍ତ ହେବା ସହ ଏଲିମିନେଟର ମୁକାବିଲା ଓ କ୍ଵାଲିଫାୟରର ଲାଇନ ଅପ୍ ସ୍ଥିର ହୋଇଛି।ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହେବାରୁ ରାଜସ୍ଥାନ ଓ କୋଲକାତାକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ରାଜସ୍ଥାନ ରୟାଲ୍ସ ଓ ହାଇଦ୍ରାବାଦକୁ ୧୭-୧୭ ପଏଣ୍ଟ ମିଳିଛି। ମାତ୍ର ଉନ୍ନତ ନେଟ୍ ରନ ରେଟ୍ କାରଣରୁ ହାଇଦ୍ରାବାଦ ଦ୍ଵିତୀୟ ସ୍ଥାନ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି।
କୋଲକାତା ନାଇଟ୍ ରାଇଡର୍ସ ୨୦ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ୧୭ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛି। ରାଜସ୍ଥାନ ୧୭ ପଏଣ୍ଟ ପାଇଥିଲେ ହେଁ ରନ ରେଟ୍ କାରଣରୁ ତୃତୀୟରେ ଏବଂ ଚଳିତ ଆଇପିଏଲ୍ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିବା ବେଙ୍ଗାଲୁରୁ ଚତୁର୍ଥ ସ୍ଥାନରେ ରହିଛି।
ଆଇପିଏଲ୍ ନିୟମ ଅନୁଯାୟୀ, ପ୍ରଥମ କ୍ଵାଲିଫାୟର ମୁକାବିଲା ପ୍ରଥମ ସ୍ଥାନରେ ଥିବା କୋଲକାତା ଓ ଦ୍ଵିତୀୟରେ ଥିବା ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମେ ୨୧ ତାରିଖ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଟିମ୍ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବ। ସେହିପରି ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ଓ ଚତୁର୍ଥ ସ୍ଥାନରେ ଥିବା ବେଙ୍ଗାଲୁରୁ ମଧ୍ୟରେ ଏଲିମିନେଟର ମ୍ୟାଚ୍ ମେ ୨୨ ତାରିଖରେ ଅହମ୍ମଦାବାଦରେ ଖେଳାଯିବ। ଏଲିମିନେଟର ଜିତିଥିବା ଦଳ ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ପ୍ରଥମ କ୍ଵାଲିଫାୟରର ପରାଜିତ ଦଳ ସହ ଭେଟିବ। ଏହି ମ୍ୟାଚ୍ ମେ ୨୪ ତାରିଖରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଫାଇନାଲ୍ ମ୍ୟାଚ୍ ମେ ୨୬ ତାରିଖ ଚେନ୍ନାଇରେ ଖେଳାଯିବ।
ପ୍ଲେ ଅଫ୍ ଲାଇନ୍ ଅପ୍ ଚୂଡ଼ାନ୍ତ
ପ୍ରଥମ କ୍ଵାଲିଫାୟର- କେକେଆର ବନାମ ଏସଆରଏଚ, ମେ ୨୧, ଅହମ୍ମଦାବାଦ
ଏଲିମିନେଟର- ଆରଆର ବନାମ ଆରସିବି, ମେ ୨୨, ଅହମ୍ମଦାବାଦ
ଦ୍ଵିତୀୟ କ୍ଵାଲିଫାୟର- ପ୍ରଥମ କ୍ଵାଲିଫାୟରର ପରାଜିତ ଦଳ ବନାମ ଏଲିମିନେଟରର ବିଜେତା ଦଳ, ମେ ୨୪, ଚେନ୍ନାଇ
ଫାଇନାଲ୍- ମେ ୨୬, ଚେନ୍ନାଇ