୬ମାସର ଶିଶୁକୁ ଧରି ୧୬ ମହଲାରୁ ଡେଇଁଲେ ମହିଳା
ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳା ନିଜର ୬ ମାସର ନିଷ୍ପାପ... The post ୬ମାସର ଶିଶୁକୁ ଧରି ୧୬ ମହଲାରୁ ଡେଇଁଲେ ମହିଳା appeared first on .
ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । ଜଣେ ମହିଳା ନିଜର ୬ ମାସର ନିଷ୍ପାପ ଶିଶୁକୁ ଧରି ଏକ ୧୬ ମହଲା ବିଲ୍ଡିରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ରିପୋର୍ଟ ଅନୁଯାୟୀ, ମୃତ ମହିଳାଙ୍କ ବୟସ ୩୩ ବର୍ଷ। ମହିଳା ଜଣକ ଅସୁସ୍ଥ ଥିବା ବେଳେ ସେ ଡିପ୍ରେସନରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ମହିଳା ଜଣକ ଗ୍ରେଟର ନୋଏଡା ୱେଷ୍ଟର ଏକ ଗ୍ରୁପ୍ ହାଉସିଂ ସୋସାଇଟିର ୧୬ ମହଲାରୁ ଡେଇଁପଡିଥିବା ଅଭିଯୋଗ ହୋଇଛି। ସେ ତାଙ୍କ ଝିଅକୁ ସାଙ୍ଗରେ ଧରି ଡେଇଁପଡିଥିଲେ। ଏହି ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି।
ଜଣେ ପୋଲିସ ଅଧିକାରୀଙ୍କ କହିବାନୁସାରେ, ମହିଳା ଜଣକ ତାଙ୍କ ପରିବାର ସହିତ ଏହି ସୋସାଇଟିରେ ରହୁଥିଲେ। ସେ ଡିପ୍ରେସନରେ ଥିବା ନେଇ ମହିଳାଙ୍କ ଭାଇ ସୂଚନା ଦେଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଘଟଣା ପରେ ତୁରନ୍ତ ମା’ ଓ ଝିଅଙ୍କୁ ମେଡିକାଲ୍ ନିଆଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡିଛି ।
The post ୬ମାସର ଶିଶୁକୁ ଧରି ୧୬ ମହଲାରୁ ଡେଇଁଲେ ମହିଳା appeared first on .