ପୋଲିସକୁ ସଫଳତା, ୯ ଜଣ ଲୁଟେରାଙ୍କୁ ବାନ୍ଧି କୋର୍ଟ ଚାଲାଣ
ଚଣ୍ଡିଖୋଲ ୦୧।୦୫ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଠାବ । ଟ୍ରାନ୍ସଫରମର ଚୋରି ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ଅନୁଯାୟୀ, ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଟ୍ରାନ୍ସଫରର୍ମର ଚୋରି ଘଟଣା ସାମ୍ନାକୁ ଆସିଥିଲା । ଏନେଇ ବାଲିଚନ୍ଦ୍ରପୁର ପୋଲିସ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ।ଗୋଟିଏ ସ୍ଥାନରେ ବସି ଡକାୟତି ଯୋଜନା କରୁଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଚଢାଉ କରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଟ୍ରାନ୍ସଫର୍ମର ବିଭିନ୍ନ ସାମଗ୍ରୀ ଓ ଏହାକୁ ଚୋରି କରିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସାମଗ୍ରୀ ଜବତ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର, ସ୍କର୍ପିଓ ମଧ୍ୟ ଜବତ ହୋଇଛି । ଗିରଫ ଡକାୟତମାନେ ବିଭିନ୍ନ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମଧ୍ୟ ଏତଲା ରହିଛି । ସେହିପରି ଏହି ମାମଲାରେ ଆଉ କେତେ ଜଣଙ୍କର ସଂପୃକ୍ତି ରହିଛି । ସେନେଇ ଅଧିକ ତଦନ୍ତ ଜାରି ରଖିଛି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ।
ଚଣ୍ଡିଖୋଲ ୦୧।୦୫ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ଦ୍ୱାରା ଡକାୟତି ଗ୍ୟାଙ୍ଗ ଠାବ । ଟ୍ରାନ୍ସଫରମର ଚୋରି ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ବିଭିନ୍ନ ସ୍ଥାନରେ ଟ୍ରାନ୍ସଫରର୍ମର ଚୋରି ଘଟଣା ସାମ୍ନାକୁ ଆସିଥିଲା । ଏନେଇ ବାଲିଚନ୍ଦ୍ରପୁର ପୋଲିସ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି ।ଗୋଟିଏ ସ୍ଥାନରେ ବସି ଡକାୟତି ଯୋଜନା କରୁଥିବା ବେଳେ ବାଲିଚନ୍ଦ୍ରପୁର ପୋଲିସ ଚଢାଉ କରି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଟ୍ରାନ୍ସଫର୍ମର ବିଭିନ୍ନ ସାମଗ୍ରୀ ଓ ଏହାକୁ ଚୋରି କରିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସାମଗ୍ରୀ ଜବତ କରିଛି । ସେମାନଙ୍କ ନିକଟରୁ ଗୋଟିଏ କାର, ସ୍କର୍ପିଓ ମଧ୍ୟ ଜବତ ହୋଇଛି । ଗିରଫ ଡକାୟତମାନେ ବିଭିନ୍ନ ଜିଲ୍ଲାର ବୋଲି ଜଣାପଡିଛି । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମଧ୍ୟ ଏତଲା ରହିଛି । ସେହିପରି ଏହି ମାମଲାରେ ଆଉ କେତେ ଜଣଙ୍କର ସଂପୃକ୍ତି ରହିଛି । ସେନେଇ ଅଧିକ ତଦନ୍ତ ଜାରି ରଖିଛି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ।