ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ

ଭୁବନେଶ୍ୱର,୩ା୮(ଅନୁରାଧା ମହାରଣା):  ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ। ପିଏମ୍‌ ପୋଷଣ ଯୋଜନାରେ ଆମିଷ ଖାଉ ନ ଥିବା ଛାତ୍ରୀଛାତ୍ରଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ। ଭୋଜନରେ ଋତୁକାଳୀନ ଫଳ ଯୋଗାଇ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପିଏମ୍‌ ପୋଷଣ ନୋଡାଲ ଅଫିସର ଚିଠି ଲେଖିଛନ୍ତି। ତେଣୁ ଅଣ୍ଡା ଖାଉ ନ ଥିବା ପିଲାଙ୍କ ଖାଦ୍ୟରେ କଦଳୀ, ସେଓ ଆଦି ସାମିଲ କରାଯିବ। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏହି […] The post ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ appeared first on Dharitri Odia News.

ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ

ଭୁବନେଶ୍ୱର,୩ା୮(ଅନୁରାଧା ମହାରଣା):  ସ୍କୁଲ ମଧ୍ୟାହ୍ନଭୋଜନରେ ଏଣିକି ଫଳ ମିଳିବ। ପିଏମ୍‌ ପୋଷଣ ଯୋଜନାରେ ଆମିଷ ଖାଉ ନ ଥିବା ଛାତ୍ରୀଛାତ୍ରଙ୍କୁ ଅଣ୍ଡା ବଦଳରେ ଫଳ ଦିଆଯିବ। ଭୋଜନରେ ଋତୁକାଳୀନ ଫଳ ଯୋଗାଇ ଦେବାକୁ ଜିଲା ଶିକ୍ଷାଧିକାରୀଙ୍କୁ ପିଏମ୍‌ ପୋଷଣ ନୋଡାଲ ଅଫିସର ଚିଠି ଲେଖିଛନ୍ତି। ତେଣୁ ଅଣ୍ଡା ଖାଉ ନ ଥିବା ପିଲାଙ୍କ ଖାଦ୍ୟରେ କଦଳୀ, ସେଓ ଆଦି ସାମିଲ କରାଯିବ। ଶିଶୁବାଟିକାରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏହି ପରିବର୍ତ୍ତନ ଛାତ୍ରୀଛାତ୍ର ଏବଂ ମାତାପିତାଙ୍କ ମଧ୍ୟରେ ସ୍କୁଲରେ ଉପସ୍ଥାନ ବଢାଇବାରେ ସହାୟକ ହେବ। ଫଳରେ ଥିବା ଭିଟାମିନ, ଖଣିଜ ଓ ଫାଇବର ପିଲାଙ୍କ ଶାରୀରିକ ଏବଂ ମାନସିକ ବିକାଶରେ ସହାୟକ ହେବ। ଅନ୍ୟପଟେ ଭାତ ସହ ପିଲା କିପରି କେବଳ ଫଳ ଖାଇବେ ବୋଲି ଅନେକ ଅଭିଭାବକ ପ୍ରଶ୍ନ କରିଛନ୍ତି।

The post ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଉ ନ ଥିବା ପିଲାଙ୍କୁ ମିଳିବ ଫଳ appeared first on Dharitri Odia News.