ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସି ରଥରେ ବିରଜମାନ କରିଥିଲେ। ପରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିତ୍ଲା। ସେ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଭାଇ ଭଉଣୀଙ୍କ ପରେ କାଳିଆ […] The post ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା appeared first on Dharitri Odia News.

ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା

ପୁରୀ,୧୫ା୭: ଆଜି ପବିତ୍ର ବାହୁଡ଼ା ଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିଭୁଖେ ବାହାରିଛନ୍ତି ଶ୍ରୀଜୀଉ। ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିଜେ କରିଥିଲେ। ପରେ ମା’ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ଆସି ରଥରେ ବିରଜମାନ କରିଥିଲେ। ପରେ ବଡ଼ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିତ୍ଲା। ସେ ଝୁଲି ଝୁଲି ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ। ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଭାଇ ଭଉଣୀଙ୍କ ପରେ କାଳିଆ ସାଆନ୍ତ ଝୁଲି ଝୁଲି ପହଣ୍ଡିରେ ଆସି ରଥରେ ବିରାଜମାନ କରିଛନ୍ତି।

ପରେ ଗତପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଜୀଉଙ୍କ ଛେରାପହଁରା ନୀତି ସମ୍ପାଦନ କରିଥିଲେ। ନୀତି ଅନୁଯାୟୀ ଚାରମାଳ ଫିଟା ଯାଇଥିଲା। ପରେ ବଡ଼ଠାକୁରଙ୍କ ତାଳଧ୍ୱଜରେ ଘୋଡାଲାଗି ହେବା ପରେ ରଥଟଣା ଆରମ୍ଭ ହୋଇଛି। ଏହି ଅବସରରେ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠୁଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଅଭିମୁଖେ ରଥକୁ ଟାଣିନେଉଛନ୍ତି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ।

The post ଶ୍ରୀବିଗ୍ରହଙ୍କ ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା appeared first on Dharitri Odia News.