ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚୀନକୁ ବଡ଼ ସଫଳତା: ୩ ମାସ ଭିତରେ ସମ୍ପୂର୍ଣ୍ଣ ଠିକ୍ ହେବ ମଧୁମେହ ରୋଗ

ବେଜିଂ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚୀନର ବଡ଼ ସଫଳତା। ସେଲ୍ ଥେରାପି ଚିକିତ୍ସା ଦ୍ୱାରା ମଧୁମେହ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେଲେ ଚୀନ ବୈଜ୍ଞାନିକ। ଚାଇନିଜ୍ ଆକାଡେମୀ ଅଫ୍ ସାଇନ୍ସ ଓ ରେଞ୍ଜି ହସ୍‌ପିଟାଲ୍‌ ଅଧୀନରେ ସାଂଘାଇ ଚାଞ୍ଜେଙ୍ଗ ହସ୍‌ପିଟାଲ୍ ଓ ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ମୋଲିକୁଲାର ସେଲ୍ ସାଇନ୍ସର ଟିମ୍ ଏହି ଚମତ୍କାର କରି ଦେଖାଇଛନ୍ତି।  ଶରୀରର କୋଷିକା, ଜୀବ  ବିଜ୍ଞାନ ଓ ଆଣବିକା ଜୀବନ ବିଜ୍ଞାନର ସମସ୍ତ ଦିଗକୁ ବିଷୟରେ ଗବେଷଣା ରିପୋର୍ଟ ପ୍ରକାଶ କରୁଥିବା ପତ୍ରିକା ସେଲ୍ ଡିସ୍‌କଭରୀରେ ଏପ୍ରିଲ ୨୦ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।   ସୁସ୍ଥ ହେବା ଦିଗରେ ରୋଗୀର ଯାତ୍ରାଖହରକାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଜୁଲାଇ ୨୦୨୧ରେ ରୋଗୀଙ୍କର କୋଷିକା ପ୍ରତିରୋପଣ(ସେଲ୍ ଟ୍ରାନ୍ସପ୍ଲାଣ୍ଟ) ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହାର ୧୧ ସପ୍ତାହ ଭିତରେ ରୋଗୀଙ୍କୁ ଆଉ ବାହାରୁ ଇନ୍‌ସୁଲିନ ନେବାକୁ ପଡ଼ିଲା ନାହିଁ। ବର୍ଷକ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିଲା। ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ସେ ଖାଉଥିବା ଔଷଧ ମଧ୍ୟ ବନ୍ଦ କରି ଦେଲେ। ରୋଗୀଙ୍କର ପାନ୍‌କ୍ରିଆଟିକ୍ ଆଇଲେଟ୍(ରକ୍ତରେ ଶର୍କରା  ସ୍ତର ନିୟନ୍ତ୍ରଣର କାର୍ଯ୍ୟ କରେ) ଠିକ୍ ଭାବରେ କାମ କରିବାକୁ ଲାଗିଲା। ଗବେଷଣାକୁ ୩୩ ମାସ ହୋଇଗଲାଣି ମ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚୀନକୁ ବଡ଼ ସଫଳତା: ୩ ମାସ ଭିତରେ ସମ୍ପୂର୍ଣ୍ଣ ଠିକ୍ ହେବ ମଧୁମେହ ରୋଗ

ବେଜିଂ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚୀନର ବଡ଼ ସଫଳତା। ସେଲ୍ ଥେରାପି ଚିକିତ୍ସା ଦ୍ୱାରା ମଧୁମେହ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେଲେ ଚୀନ ବୈଜ୍ଞାନିକ। ଚାଇନିଜ୍ ଆକାଡେମୀ ଅଫ୍ ସାଇନ୍ସ ଓ ରେଞ୍ଜି ହସ୍‌ପିଟାଲ୍‌ ଅଧୀନରେ ସାଂଘାଇ ଚାଞ୍ଜେଙ୍ଗ ହସ୍‌ପିଟାଲ୍ ଓ ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ମୋଲିକୁଲାର ସେଲ୍ ସାଇନ୍ସର ଟିମ୍ ଏହି ଚମତ୍କାର କରି ଦେଖାଇଛନ୍ତି।  ଶରୀରର କୋଷିକା, ଜୀବ  ବିଜ୍ଞାନ ଓ ଆଣବିକା ଜୀବନ ବିଜ୍ଞାନର ସମସ୍ତ ଦିଗକୁ ବିଷୟରେ ଗବେଷଣା ରିପୋର୍ଟ ପ୍ରକାଶ କରୁଥିବା ପତ୍ରିକା ସେଲ୍ ଡିସ୍‌କଭରୀରେ ଏପ୍ରିଲ ୨୦ ତାରିଖରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।   

ସୁସ୍ଥ ହେବା ଦିଗରେ ରୋଗୀର ଯାତ୍ରା

ଖହରକାଗଜ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଜୁଲାଇ ୨୦୨୧ରେ ରୋଗୀଙ୍କର କୋଷିକା ପ୍ରତିରୋପଣ(ସେଲ୍ ଟ୍ରାନ୍ସପ୍ଲାଣ୍ଟ) ହୋଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହାର ୧୧ ସପ୍ତାହ ଭିତରେ ରୋଗୀଙ୍କୁ ଆଉ ବାହାରୁ ଇନ୍‌ସୁଲିନ ନେବାକୁ ପଡ଼ିଲା ନାହିଁ। ବର୍ଷକ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରିଲା। ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ସେ ଖାଉଥିବା ଔଷଧ ମଧ୍ୟ ବନ୍ଦ କରି ଦେଲେ। ରୋଗୀଙ୍କର ପାନ୍‌କ୍ରିଆଟିକ୍ ଆଇଲେଟ୍(ରକ୍ତରେ ଶର୍କରା  ସ୍ତର ନିୟନ୍ତ୍ରଣର କାର୍ଯ୍ୟ କରେ) ଠିକ୍ ଭାବରେ କାମ କରିବାକୁ ଲାଗିଲା। ଗବେଷଣାକୁ ୩୩ ମାସ ହୋଇଗଲାଣି ମଧୁମେହ ରୋଗୀ ଜଣଙ୍କ ଆଉ ଇନ୍‌ସୁଲିନ ନେଉ ନାହାନ୍ତି ବୋଲି ଏହି ଗବେଷଣାରେ ଲାଗିଥିବା ୟିନ ନାମକ ଜଣେ ବୈଜ୍ଞାନିକ ଏହି ସୂଚନା ଦେଇଛନ୍ତି। 

ମଧୁମେହ ରୋଗ ପାଇଁ ସେଲ୍ ଥେରାପୀ ଚିକିତ୍ସାର ଏକ ମହତ୍ୱପୂର୍ଣ୍ଣ ପ୍ରଗତି ହୋଇଛି। ଯାହାକୁ ପ୍ରଶଂସା କରିଛନ୍ତି ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ପ୍ରଫେସର ତିମୋଥୀ କିଏଫେର। ସେ କହିଛନ୍ତି “ ମଧୁମେହ ପାଇଁ ସେଲ୍ ଥେରାପି ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ନିଶ୍ଚୟ।”

ମଧୁମେହ ଏକ ଦୀର୍ଘକାଳୀନ ବ୍ୟାଧୀ। ଯାହା ମଣିଷର ଖାଦ୍ୟକୁ ଏନର୍ଜିରେ ପରିଣତ କରିବାର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଯଦି ମଧୁମେହକୁ ନିୟନ୍ତ୍ରଣ କରା ନଯାଏ ତେବେ ଏହା ନାନା ପ୍ରକାର ରୋଗ ସୃଷ୍ଟି କରିଥାଏ। ମଧୁମେହର ସମ୍ପୂର୍ଣ୍ଣ ନିବାରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଠିକ୍ ଔଷଧ ବାହାରି ନାହିଁ। ତେବେ ଏହାକୁ ନିୟନ୍ତ୍ରଣରେ ରଖିବାକୁ ଇନ୍‌ସୁଲିନ ନେବାକୁ ପଡ଼ିଥାଏ, ଓ ବାରମ୍ବାର ଚେକ୍‌ ଅପ୍ କରାଇବାକୁ ପଡ଼ିଥାଏ।

ସେଲ୍ ଥେରାପି ଚିକିତ୍ସାର ନୂଆ ପ୍ରଗତି

ନୂଆ ଥେରାପିରେ ରୋଗୀର ପେରିଫେରାଲ୍ ବ୍ଲଡ୍ ମୋନୋନ୍ୟୁକ୍ଲିୟର କୋଷଗୁଡିକ ପ୍ରୋଗ୍ରାମିଂ କରାଯାଇ ପ୍ରାକୃତିକ ପରିବେଷରେ ପାନକ୍ରିୟାଟିକ ଆଇସଲେଟ୍ ଟିସୁରେ ସୃଷ୍ଟି କରିବା ପାଇଁ ଏଗୁଡ଼ିକ "ସିଡ୍‌ ସେଲ୍‌ରେ" ପରିଣତ କରାଯାଏ। ଏହା ପ୍ରକ୍ରିୟା ଶରୀରର କୋଷିକାର ପୁନର୍ଜୀବିତ ଦିଗରେ ଲାଭପ୍ରଦ ହୋଇଥାଏ। ଏହାକୁ ରିଜେନେରେଟିଭି ଅର୍ଥାତ୍ ପୁନଃସୃଷ୍ଟିକାରୀ ଔଷଧ ବୋଲି କୁହାଯାଉଛି। ଏନେଇ ଗବେଷକ ୟିନ କହିଛନ୍ତି ଯେ ଆମ ଟେକ୍ନୋଲୋଜି ଅନେକ ପରିପକ୍ୱ ହୋଇଛି। ଯାହା ମଧୁମେହ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରିଜେନେରେଟିଭ୍ ମେଡିସିନର କ୍ଷେତ୍ରରେ ପ୍ରଗତି କରିଛି। 

ଚୀନରେ ମଧୁମେହ ସମସ୍ୟା ଚିନ୍ତାର କାରଣ
ଚୀନରେ ବିଶ୍ୱରେ ସର୍ବାଧିକ ମଧୁମେହ ରୋଗୀ ଅଛନ୍ତି। ଫଳରେ ଅଧିକ ସ୍ୱାସ୍ଥ୍ୟଗତ ଚାପ ସୃଷ୍ଟି ହେଉଛି। ଅନ୍ତର୍ଜାତୀୟ ମଧୁମେହ ସଂଘ(ଇଣ୍ଟରନ୍ୟାସ୍‌ନାଲ ଡାଇବେଟିଜ୍ ଫେଡେରେସନ)ର ସୂଚନା ଅନୁସାରେ, ଚୀନରେ ପ୍ରାୟ ୧୪୦ ମିଲିଅନ ଲୋକ ମଧୂମେହ ରୋଗରେ ପୀଡ଼ିତ। ସେଥିମଧ୍ୟରୁ ୪୦ ଜଣ ସାରା ଜୀବନ ଇନ୍‌ସୁଲିନ ଇଞ୍ଜେକ୍ସନ ଉପରେ ନିର୍ଭରଶୀଳ। ଏବେ ନୂଆ ସେଲ୍ ଥେରାପି ଚିକିତ୍ସାରେ ମିଳିଥିବା ସଫଳତା ଚୀନର ଚିକିତ୍ସା କ୍ଷେତ୍ରରେ ସୃଷ୍ଟି ହେଉଥିବା ଚାପକୁ କମ କରିବ। ଲୋକେ ମଧୁମେହରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ।  

ଗବେଷଣାକୁ ନେଇ ପ୍ରଫେସର କିଏଫେ କହିଛନ୍ତି ଯେ ଏକାଧିକ ଗବେଷଣା ଦ୍ୱାରା ଯଦି ଏହି ସେଲ୍ ଥେରାପି ଚିକିତ୍ସା ଫଳପ୍ରଦ ବୋଲି ପ୍ରମାଣିତ ହେଲା ତେବେ ଏହା ରୋଗୀଙ୍କୁ ଦୀର୍ଘମିଆଦୀ ଔଷଧ ନେବାରୁ ରକ୍ଷା କରିବା ସହ ଔଷଧ ଖର୍ଚ୍ଚ ବଞ୍ଚାଇବ। ରୋଗୀଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହେବ। ହେଲେ ଗୋଟିଏ ଗବେଷଣାର ନିସ୍କର୍ଷ ଉପରେ ନିର୍ଭର କରାଯାପାରିବ ନାହିଁ। ଏଥିପାଇଁ ଏକ ବ୍ୟାପକ ଗବେଷଣାର ଅବଶ୍ୟକ ରହିଛି। ଏଥିରେ ଏକାଧିକ ରୋଗୀଙ୍କୁ ସାମିଲ୍ କରି ଗବେଷଣା କରି ନିସ୍କର୍ଷ ବାହାର କରିବାର ଅଛି ବୋଲି କିଏଫେ କହିଛନ୍ତି।