ହାଇଓ୍ୱା ପଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଯାଜପୁର ୧୧।୦୭ : ଯାଜପୁର ୨୦ନଂ ଜାତୀୟ ରାଜପଥ ଖରସ୍ରୋତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ହାଇୱା ପଛରେ ପିଟିହେଲା ବାଇକ୍। ଯେଉଁଥିରେ ୨ ଯୁବକଙ୍କର ମୃତ୍ୟୁ ହୋଇଛି। ଖବର ଅନୁଯାୟୀ, ବୁଧବାର ରାତିରେ ୨ ଜଣ ଯୁବକ ବାଇକ୍‌ରେ ଯାଜପୁର ଟାଉନ୍‌ରୁ ଘରକୁ ଫେରୁଥିବା ବେଳେ ରାଜ ଘାଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲେ। ସଦର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଅଞ୍ଚଳର କୁନୁ ହୋଇଥିବା ବେଳେ ଅନ୍ୟ ଜଣେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଉଭୟଙ୍କ ବୟସ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି। 

ହାଇଓ୍ୱା ପଛରେ ପିଟିହେଲା ବାଇକ୍, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଯାଜପୁର ୧୧।୦୭ : ଯାଜପୁର ୨୦ନଂ ଜାତୀୟ ରାଜପଥ ଖରସ୍ରୋତା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ହାଇୱା ପଛରେ ପିଟିହେଲା ବାଇକ୍। ଯେଉଁଥିରେ ୨ ଯୁବକଙ୍କର ମୃତ୍ୟୁ ହୋଇଛି। 

ଖବର ଅନୁଯାୟୀ, ବୁଧବାର ରାତିରେ ୨ ଜଣ ଯୁବକ ବାଇକ୍‌ରେ ଯାଜପୁର ଟାଉନ୍‌ରୁ ଘରକୁ ଫେରୁଥିବା ବେଳେ ରାଜ ଘାଟ ନିକଟରେ ଠିଆ ହୋଇଥିବା ଏକ ହାଇୱାକୁ ପଛପଟୁ ଧକ୍କା ଦେଇଥିଲେ। ସଦର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଅଞ୍ଚଳର କୁନୁ ହୋଇଥିବା ବେଳେ ଅନ୍ୟ ଜଣେ ବିହାର ଅଞ୍ଚଳର ବୋଲି ଜଣାପଡିଛି । ଉଭୟଙ୍କ ବୟସ ୨୦ ବର୍ଷ ବୋଲି ଅନୁମାନ କରାଯାଉଛି।