ଯାତ୍ରା କଳାକାର ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନୀଳଗିରି ୧୭/୬: ଝାଡାବାନ୍ତିରେ ୧୧ ଯାତ୍ରା କଳାକାର ଆକ୍ରାନ୍ତ । ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଧୋବଶିଳାରେ ରଜ ଉତ୍ସବରେ ଅଘଟଣ । ଯାତ୍ରା ଚାଲୁଥିବାବେଳେ ପାର୍ଟି ସଦସ୍ୟ ଜଣକ ପରେ ଜଣେ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ଏତେ ସଂଖ୍ୟକ ଲୋକଙ୍କୁ ଝାଡାବାନ୍ତି ହେଲା କାରଣ ଜଣାପଡିନି । ଫୁଡ ପଏଜନ କିମ୍ବା ବିଷାକ୍ତ ପାଣି ପାଇଁ ଯାତ୍ରା ପାର୍ଟି ସଦସ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି । ଯାତ୍ରା ପାର୍ଟି ଜଳେଶ୍ୱର ଶାଳୀକୋଠା ନିମ୍ବପୁର ଅଞ୍ଚଳର ବୋଲି ଜଣାପଡିଛି।