ବିଜେଡିରେ ମିଶିଲେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର ୨୭।୩: ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିରାଟ ରାଲିରେ ଆସି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ମନ୍ମଥ ବିଜେଡିରେ ମିଶିଛନ୍ତି ।ବିଜେଡିରେ ମିଶିବେ ସୁର ରାଉତରାୟଙ୍କ ସାନ ପୁଅ, ବିରାଟ ପଟୁଆରରେ ଆସିବେ ଶଙ୍ଖ ଭବନସେପଟେ କଂଗ୍ରେସ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି । ମୋ ପୁଅ ସାବାଳକ ହୋଇଯାଇଛି । ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି । ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ । ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଏବଂ ମୋର ସମର୍ଥକ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ । ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ ବୋଲି ସୁର କହିଛନ୍ତି ।You can Read :ଛତିଶଗଡ ବିଜାପୁରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିହତ

ବିଜେଡିରେ ମିଶିଲେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ

ଭୁବନେଶ୍ୱର ୨୭।୩: ବିଜେଡିରେ ମିଶିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିରାଟ ରାଲିରେ ଆସି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସେ ଦଳରେ ସାମିଲ ହୋଇଛନ୍ତି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ସୁଲତା ଦେଓଙ୍କ ଉପସ୍ଥିତିରେ ମନ୍ମଥ ବିଜେଡିରେ ମିଶିଛନ୍ତି ।

ବିଜେଡିରେ ମିଶିବେ ସୁର ରାଉତରାୟଙ୍କ ସାନ ପୁଅ, ବିରାଟ ପଟୁଆରରେ ଆସିବେ ଶଙ୍ଖ ଭବନ

ସେପଟେ କଂଗ୍ରେସ ବିଧାୟକ ତଥା ମନ୍ମଥଙ୍କ ବାପା ସୁର ରାଉତରାୟ କହିଛନ୍ତି, ମୁଁ ମୋର ମୃତ୍ୟୁ ଯାଏଁ କଂଗ୍ରେସରେ ରହିବି । ମୋ ପୁଅ ସାବାଳକ ହୋଇଯାଇଛି । ତେଣୁ ସେ ଯେଉଁ ଦଳକୁ ଯିବ, ମୁଁ ତାକୁ ସମର୍ଥନ କରିବି । ମୋ ସମର୍ଥକ ତାକୁ ମଧ୍ୟ ସମର୍ଥନ କରିବେ । ମୋ ପୁଅ ଯେଉଁ ଦଳରେ ଛିଡା ହେବ ସେହି ଦଳକୁ ଜିତେଇବାକୁ ମୁଁ ଏବଂ ମୋର ସମର୍ଥକ ସମ୍ପୂର୍ଣ୍ଣ ଚେଷ୍ଟା କରିବୁ । ମୁଁ କଂଗ୍ରେସ ଲୋକ, ବିଜେଡି ପାର୍ଟି ଅଫିସ୍ ମାଟି ମାଡିବି ନାହିଁ ବୋଲି ସୁର କହିଛନ୍ତି ।

You can Read :

ଛତିଶଗଡ ବିଜାପୁରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିହତ