ହୁଇଲ୍‌ ଚେୟାରରେ ଥିବା ଦିବ୍ୟାଙ୍ଗ ଯୁୁବତୀଙ୍କୁ ବଳାତ୍କାର: ଧାନବିଲରୁ ଅଭିଯୁକ୍ତ ବାନ୍ଧିଲା ପୋଲିସ…

ବଳଙ୍ଗା,୧୪ା୬(କେଦାରେଶ୍ୱର ନନ୍ଦ): ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ୧୨ଦିନ ତଳେ ଏକ ବଳାତ୍କାର ଘଟଣା ଘଟିଥିବାବେଳେ ଶୁକ୍ରବାର ରାତିରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରବି ତ୍ରିପାଠୀଙ୍କୁ ଧାନବିଲରୁ ଲୁଚିଥିବାବେଳ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏଥିସହ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ […] The post ହୁଇଲ୍‌ ଚେୟାରରେ ଥିବା ଦିବ୍ୟାଙ୍ଗ ଯୁୁବତୀଙ୍କୁ ବଳାତ୍କାର: ଧାନବିଲରୁ ଅଭିଯୁକ୍ତ ବାନ୍ଧିଲା ପୋଲିସ… appeared first on Dharitri Odia News.

ହୁଇଲ୍‌ ଚେୟାରରେ ଥିବା ଦିବ୍ୟାଙ୍ଗ ଯୁୁବତୀଙ୍କୁ ବଳାତ୍କାର: ଧାନବିଲରୁ ଅଭିଯୁକ୍ତ ବାନ୍ଧିଲା ପୋଲିସ…

ବଳଙ୍ଗା,୧୪ା୬(କେଦାରେଶ୍ୱର ନନ୍ଦ): ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ୧୨ଦିନ ତଳେ ଏକ ବଳାତ୍କାର ଘଟଣା ଘଟିଥିବାବେଳେ ଶୁକ୍ରବାର ରାତିରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରବି ତ୍ରିପାଠୀଙ୍କୁ ଧାନବିଲରୁ ଲୁଚିଥିବାବେଳ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଏଥିସହ ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ ଜାରି ରହିଛି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୀଡ଼ିତାଙ୍କ ପରିବାରର ସମସ୍ତ ସଦସ୍ୟ ଏକ ବିଭାଘର ଭୋଜିକୁ ଯାଇଥିଲେ। ସେହି ସମୟରେ ପୀଡ଼ିତା ଏକାକୀ ଘରେ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ରବି ହୁଇଲ୍‌ ଚେୟାରରେ ବସିରହିଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିଥିବା ନେଇ ତାଙ୍କ ମା’ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ରବିଙ୍କୁ ଗ୍ରାମରେ ୨ଘଣ୍ଟାରୁ ଊଦ୍ଧର୍‌ବ ସମୟ ଖୋଜାଖୋଜି କରିବା ପରେ ଏକ ଧାନବିଲରୁ କାବୁ କରାଯାଇଥିଲା।

The post ହୁଇଲ୍‌ ଚେୟାରରେ ଥିବା ଦିବ୍ୟାଙ୍ଗ ଯୁୁବତୀଙ୍କୁ ବଳାତ୍କାର: ଧାନବିଲରୁ ଅଭିଯୁକ୍ତ ବାନ୍ଧିଲା ପୋଲିସ… appeared first on Dharitri Odia News.