ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ଉଦ୍ୟମ କରି…
ରାଇକିଆ,୨୯ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଶିବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ସିଂହଦ୍ୱାର ତାଲା ଭାଙ୍ଗି ପ୍ରବେଶ କରିବା ସହ ଭିତରର ମୁଖ୍ୟ ଫାଟକର ତାଲା ଭାଙ୍ଗିଥିଲେ। ତେବେ ମନ୍ଦିର ଭିତରୁ କୌଣସି ସାମଗ୍ରୀ ଚୋରି କରି ନେବାରେ ବିଫଳ ହୋଇଛନ୍ତି। ସେହିପରି ମନ୍ଦିରର ଭଣ୍ଡାର ଘର ତାଲା ମଧ୍ୟ ଭାଙ୍ଗି ଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେଠାରୁ ମଧ୍ୟ କୌଣସି ସାମଗ୍ରୀ ଚୋରି ହୋଇ ନ ଥିବା […] The post ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ଉଦ୍ୟମ କରି… appeared first on Dharitri Odia News.
ରାଇକିଆ,୨୯ା୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଶିବ ମନ୍ଦିରରୁ ବୁଧବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ସିଂହଦ୍ୱାର ତାଲା ଭାଙ୍ଗି ପ୍ରବେଶ କରିବା ସହ ଭିତରର ମୁଖ୍ୟ ଫାଟକର ତାଲା ଭାଙ୍ଗିଥିଲେ। ତେବେ ମନ୍ଦିର ଭିତରୁ କୌଣସି ସାମଗ୍ରୀ ଚୋରି କରି ନେବାରେ ବିଫଳ ହୋଇଛନ୍ତି।
ସେହିପରି ମନ୍ଦିରର ଭଣ୍ଡାର ଘର ତାଲା ମଧ୍ୟ ଭାଙ୍ଗି ଥିଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେଠାରୁ ମଧ୍ୟ କୌଣସି ସାମଗ୍ରୀ ଚୋରି ହୋଇ ନ ଥିବା ବେଳେ କ୍ଷତି ମଧ୍ୟ ହୋଇନାହିଁ। ଗୁରୁବାର ଭୋର୍ରୁ ପୂଜାରୀ ଆସି ଦେଖିଲା ବେଳକୁ ସମସ୍ତ ତିନୋଟି ତାଲା ଭାଙ୍ଗିଯାଇଥିଲା। ପରେ ମନ୍ଦିର ପରିସରରେ ହୋମଯଜ୍ଞ କରାଯାଇ ପବିତ୍ର କରଯାଇଛି।
The post ଶିବ ମନ୍ଦିରରୁ ତାଲା ଭାଙ୍ଗି ଚୋରି ଉଦ୍ୟମ କରି… appeared first on Dharitri Odia News.