ସାପ ଭଳି ହେଉଛି ଝିଅଟି ; ସେ ମଣିଷ ନା ସାପ? ଭୌତିକ କାଣ୍ଡ ନା ଅନ୍ଧବିଶ୍ୱାସ?
ଉଦଳା : ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏଇଠି ରହିବି। ଏଭଳି କହି କାନ୍ଦି କାନ୍ଦି ଭୂଇଁରେ ଗଡିଯାଉଛି। ଆଉ ମଝିରେ ମଝିରେ ସାପ ଭଳି ଗର୍ଜନ ମଧ୍ୟ କରୁଛି। କେବଳ ସେତିକି ନୁହେଁ ହାତକୁ ସାପ ଫଣା ଭଳି କରି ଗୁହାରି କରୁଛି ଝିଅଟି। ଘରେ ଏକ ବିଷାକ୍ତ ନାଗ ସାପ ପଶିବା ପରେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଉଦଳା ବ୍ଲକ ଚକରାପାଳ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ରବୀନ୍ଦ୍ର ସିଂଙ୍କ ମାଟିକାନ୍ଥ ଭିତରେ ଏକ ବିରାଟ ନାଗ ସାପ ପଶି ଯାଇଥିଲା। ସାପ ଉଦ୍ଧାର ପାଇଁ ସେ ସ୍ନେକ୍ ହେଲ୍ପ ଲାଇନଙ୍କୁ ଖବର ଦେଇଥିଲେ। ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପ ପଶି ରହିଥିବା ମାଟିକାନ୍ଥକୁ ଭାଙ୍ଗିଥିଲେ ଏବଂ ସାପକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିବା ସହିତ ଭୂଇଁରେ ଲୋଟି ପଡି ସାପ ଫଣା ଟେକିବା ଭଳି ହୋଇଥିଲେ। ତା ସହିତ ମୋତେ ମାର ନାହିଁ ବା ନେଇ ଯାଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ। ଯାହା ଦେଖି ସମସ୍ତେ ହୋଇଯାଇଥିଲେ ତାଜୁବ। ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା। ଦିନକ ପୂର୍ବରୁ ପରିବାର ଲୋକେ ଉକ୍ତ ସାପକୁ ଦେଖି ବାଡେଇ ମାରିବା ପାଇଁ ଚେଷ୍ଟା କରି ବାଡ଼ିରେ ଆଘାତ ଦେଇଥିଲେ। ସାପଟି ଖସି ପଳାଇଥିଲା । ହେଲେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଦେହରେ ଅଚାନ
ଉଦଳା : ମୁଁ ଯିବି ନାହିଁ, ମୋତେ ନିଅ ନାହିଁ, ମୁଁ ଏଇଠି ରହିବି। ଏଭଳି କହି କାନ୍ଦି କାନ୍ଦି ଭୂଇଁରେ ଗଡିଯାଉଛି। ଆଉ ମଝିରେ ମଝିରେ ସାପ ଭଳି ଗର୍ଜନ ମଧ୍ୟ କରୁଛି। କେବଳ ସେତିକି ନୁହେଁ ହାତକୁ ସାପ ଫଣା ଭଳି କରି ଗୁହାରି କରୁଛି ଝିଅଟି। ଘରେ ଏକ ବିଷାକ୍ତ ନାଗ ସାପ ପଶିବା ପରେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।
ଉଦଳା ବ୍ଲକ ଚକରାପାଳ ଗ୍ରାମର ରବୀନ୍ଦ୍ର ସିଂଙ୍କ ଘରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ରବୀନ୍ଦ୍ର ସିଂଙ୍କ ମାଟିକାନ୍ଥ ଭିତରେ ଏକ ବିରାଟ ନାଗ ସାପ ପଶି ଯାଇଥିଲା। ସାପ ଉଦ୍ଧାର ପାଇଁ ସେ ସ୍ନେକ୍ ହେଲ୍ପ ଲାଇନଙ୍କୁ ଖବର ଦେଇଥିଲେ। ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାପ ପଶି ରହିଥିବା ମାଟିକାନ୍ଥକୁ ଭାଙ୍ଗିଥିଲେ ଏବଂ ସାପକୁ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଅଚାନକ ସାପ ଭଳି ଗର୍ଜନ କରିବା ସହିତ ଭୂଇଁରେ ଲୋଟି ପଡି ସାପ ଫଣା ଟେକିବା ଭଳି ହୋଇଥିଲେ। ତା ସହିତ ମୋତେ ମାର ନାହିଁ ବା ନେଇ ଯାଅ ନାହିଁ ବୋଲି କାନ୍ଦି କାନ୍ଦି ଗୁହାରି କରିଥିଲେ। ଯାହା ଦେଖି ସମସ୍ତେ ହୋଇଯାଇଥିଲେ ତାଜୁବ। ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା।
ଦିନକ ପୂର୍ବରୁ ପରିବାର ଲୋକେ ଉକ୍ତ ସାପକୁ ଦେଖି ବାଡେଇ ମାରିବା ପାଇଁ ଚେଷ୍ଟା କରି ବାଡ଼ିରେ ଆଘାତ ଦେଇଥିଲେ। ସାପଟି ଖସି ପଳାଇଥିଲା । ହେଲେ ରବୀନ୍ଦ୍ରଙ୍କ ଝିଅ ମିନାକ୍ଷୀ ଦେହରେ ଅଚାନକ ମାଡ଼ର ଆଘାତ ଚିହ୍ନ ସବୁ ଦେଖିଥିଲେ ପରିବାର ଲୋକେ । ଯାହା ଦେଖି ହତବାକ ପରିବାର ଲୋକେ । ସେତିକିରେ ସରି ନଥିଲା କଥା। ଘଟଣା ଘଟିବାର ପରଦିନ ବି ଉକ୍ତ ସାପକୁ ନେଇ ଝିଅର ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୂର୍ବରୁ ନାଗ ପଞ୍ଚମୀ ଓ ବସନ୍ତ ପଞ୍ଚମୀ ଏହି ଦୁଇ ଦିନରେ ଝିଅ ଦେହରେ ଏଭଳି ପ୍ରତିକ୍ରିୟା ଦେଖିବାକୁ ମିଳେ। ଏମିତି କିସାପ ଭଳି ଦେହରେ ଚିହ୍ନ ବସି ଯାଉଥିବା କହିଛନ୍ତି ପରିବାର ଲୋକେ। ଯାହାକୁ ହାଲୁକା ଭାବେ ନେଉଥିବା ବେଳେ ଏବେ ପୁଣି ଏଭଳି ଘଟଣା ପୂରା ପରିବାରକୁ ଚିନ୍ତାରେ ପକାଇ ଦେଇଛି। ସେପଟେ ସାପ ନେବାକୁ ଉଦ୍ଧାରକାରୀ ଦଳ ଆସିଥିବା ବେଳେ ଅଚାନକ ଝପିଅର ଦେହ କଣ ହେଲା ? ଆଉ ସେ ତା ପରେ କଣ କଣ କରିଛନ୍ତି ସେ ନିଜେ ଜାଣି ନ ଥିବା କହିଛନ୍ତି ସାପ ଭଳି ହୋଇତିବା ଝିଅ।
ଏ ସବୁ ପରେ ମଧ୍ୟ ସାପକୁ ଆଘାତରେ ଝିଅ ଦେହରେ ଚିହ୍ନ। ଝିଅ ସାପ ଭଳି ଗର୍ଜନ କରିବା, ଘରୁ ନ ତଡ଼ିବାକୁ ନେହୁରା ହେବା ଘଟଣା। ଏ ସବୁ ଆଈ ମା ପେଡିର ଗପ ଭଳି ଲାଗୁ ଥାଇପାରେ। କିନ୍ତୁ ଲୋକଙ୍କ ଆଗରେ କ୍ୟାମେରା ଆଗରେ ଏହା ସତ ନା ଅଭିନୟ ? ଚିହ୍ନ ତ ଅଭିନୟ ହୋଇ ନପାରେ । ଘର ଲୋକଙ୍କ ଚିନ୍ତା ବି ମିଛ କିପରି। ତେବେ ବିଜ୍ଞାନ ଯୁଗରେ ଏହାକୁ ଅନ୍ଧ ବିଶ୍ୱାସ କୁହାଯାଇପାରେ । ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ ଚିକିତ୍ସା ବିଜ୍ଞାନରେ ଏଥିପାଇଁ ନିର୍ଦ୍ଦିଷ୍ଟ କେଉଁ କାରଣ ରହିଛି କି, ତାହାର ଖୋଳତାଡ଼ ହେବା ଜରୁରୀ।