ପ୍ରଥମକରି ଗାଁରେ ଜଳିଲା ବିଜୁଳି ଆଲୁଅ

ଉମରକୋଟ,୩୦।୧୧(ସନ୍ତୋଷ ଶତପଥୀ):ଦୀର୍ଘ ବର୍ଷ ପରେ ଉମରକୋଟ ବ୍ଲକ୍‌ର ୨ ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଏହାକୁ ନେଇ ଉଭୟ ଗାଁର ଲୋକେ ବେଶ୍‌ ଖୁସି ଅଛନ୍ତି। ସୂଚନାନୁଯାୟୀ, ଉମରକୋଟ ବ୍ଲକ୍‌ ବକଦା ପଞ୍ଚାୟତର ଗଟିଗୁଡ଼ା ଓ କୋପେନା ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ନ ଥିଲା। ସନ୍ଧ୍ୟା ହେଲେ ଗ୍ରାମବାସୀ ଡିବିରି, ଲଣ୍ଠନ ଆଲୁଅ ଉପରେ ନିର୍ଭର କରୁଥିଲେ। ଗାଁକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ସେମାନେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଜଣାଉଥିଲେ। ତେବେ ଦୀର୍ଘ ବର୍ଷକରେ ବର୍ତ୍ତମାନ […] The post ପ୍ରଥମକରି ଗାଁରେ ଜଳିଲା ବିଜୁଳି ଆଲୁଅ appeared first on Dharitri Odia News.

ପ୍ରଥମକରି ଗାଁରେ ଜଳିଲା ବିଜୁଳି ଆଲୁଅ

ଉମରକୋଟ,୩୦।୧୧(ସନ୍ତୋଷ ଶତପଥୀ):ଦୀର୍ଘ ବର୍ଷ ପରେ ଉମରକୋଟ ବ୍ଲକ୍‌ର ୨ ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଏହାକୁ ନେଇ ଉଭୟ ଗାଁର ଲୋକେ ବେଶ୍‌ ଖୁସି ଅଛନ୍ତି। ସୂଚନାନୁଯାୟୀ, ଉମରକୋଟ ବ୍ଲକ୍‌ ବକଦା ପଞ୍ଚାୟତର ଗଟିଗୁଡ଼ା ଓ କୋପେନା ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ନ ଥିଲା। ସନ୍ଧ୍ୟା ହେଲେ ଗ୍ରାମବାସୀ ଡିବିରି, ଲଣ୍ଠନ ଆଲୁଅ ଉପରେ ନିର୍ଭର କରୁଥିଲେ। ଗାଁକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ସେମାନେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଜଣାଉଥିଲେ। ତେବେ ଦୀର୍ଘ ବର୍ଷକରେ ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଏହି ୨ ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଶୁକ୍ରବାର ମନ୍ତ୍ରୀଙ୍କ ପ୍ରତିନିଧି ତଥା ରାଜ୍ୟ ଭାଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସେଠାରେ ପହଞ୍ଚତ୍ ବିଜୁଳି ଆଲୁଅ ବ୍ୟବସ୍ଥା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଯୁବନେତା ମିଲୁ ପଣ୍ଡା, ବେହେଡ଼ା ମଣ୍ଡଳ ଭାଜପା ସମ୍ପାଦକ ହରପ୍ରସାଦ ପାଣିଗ୍ରାହୀ, ରାମହରି ସାହୁ ଓ ମାନସିକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The post ପ୍ରଥମକରି ଗାଁରେ ଜଳିଲା ବିଜୁଳି ଆଲୁଅ appeared first on Dharitri Odia News.