ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସୋମ‌ବାର ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସମ୍ବଲପୁର ଗ୍ରୀନ ପାର୍କ ସ୍ଥିତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବାସଭବନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଏନ ନାଗାରାଜୁ, ଭାଗିରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁସ୍ତକ କୁ ସୋନପୁରର ବିଶିଷ୍ଟ କଳାକାର ଶାଶ୍ବତ କୁମାର ତ୍ରୀପାଠୀ […] The post ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚିତ appeared first on Odisha.News.

ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ସୋମ‌ବାର ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ସମ୍ବଲପୁର ଗ୍ରୀନ ପାର୍କ ସ୍ଥିତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବାସଭବନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଏବଂ ନଗର ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ଗଙ୍ଗାଧର ମେହେର ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଏନ ନାଗାରାଜୁ, ଭାଗିରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପୁସ୍ତକ କୁ ସୋନପୁରର ବିଶିଷ୍ଟ କଳାକାର ଶାଶ୍ବତ କୁମାର ତ୍ରୀପାଠୀ ରଚନା କରିଛନ୍ତି । ପଶ୍ଚିମ ଓଡିଶାରେ ରହିଥ‌ିବା ବିଭିନ୍ନ ଲୋକନୃତ୍ୟ ଏବଂ ଲୋକ ଗୀତକୁ ନେଇ ତଥ୍ୟଭିଭିକ ଉପସ୍ଥାପନା କରାଯାଇଛି । ଏହି ପୁସ୍ତକ ଛାତ୍ରୀଛାତ୍ର ଏବଂ ଗବେଷକ ମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଏହି ଅବସରରେ ମାନସ ରଞ୍ଜନ ବକ୍ସି ଏବଂ ଅନ୍ୟାନ୍ୟ ଅତିଥି ପ୍ରମୁଖ ଉପସ୍ଥିତ ରହିଥିଲେ ।

The post ଆମ ଅଞ୍ଚଳର ଲୋକନୃତ୍ୟ ଓ ଲୋକଗୀତ ପୁସ୍ତକ ଉନ୍ମୋଚିତ appeared first on Odisha.News.