‘ଆମ ବସ୍‌’ ଧକ୍କାରେ ୨ଜଣ ଆହତ ହେବା ଘଟଣା, ତ୍ରୁଟି ମାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା CRUT

 ଭୁବନେଶ୍ୱର 25/02 : ‘ଆମ ବସ୍‌’ ଧକ୍କାରେ ୨ଜଣ ଆହତ ହେବା ଘଟଣାରେ  ତ୍ରୁଟି ମାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା CRUT । ଡ୍ରାଇଭର ଓ ଗାଇଡ୍‌ଙ୍କୁ ଟର୍ମିନେଟ୍‌ କଲା CRUT।  ଡ୍ରାଇଭର, ଗାଇଡ୍‌ ଚାହିଁଥିଲେ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି କହିଛନ୍ତି CRUT।  ମଙ୍ଗଳବାର ଦିନ ୧୦ଟାରେ ମାଷ୍ଟରକ୍ୟାଣ୍ଟିନରେ ଘଟିଥିଲା ଅଘଟଣ। ବସ୍ ସମ୍ମୁଖରେ ବସିଥିବାବେଳେ ମାଡ଼ିଯାଇଥିଲା  ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରୁଥିବା ବେଳେ ମୋ ବସ୍ ରୁଟ ନମ୍ବର ୨୩ଗାଡ଼ିଟି ବାଡେଇଦେଇଥିଲା । ଯାହାଫଳରେ ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡ ଆଘାତ ଲାଗିଛି । ସୂଚନା ଥାଉକି, ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

‘ଆମ ବସ୍‌’ ଧକ୍କାରେ ୨ଜଣ ଆହତ ହେବା ଘଟଣା, ତ୍ରୁଟି ମାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା CRUT

 ଭୁବନେଶ୍ୱର 25/02 : ‘ଆମ ବସ୍‌’ ଧକ୍କାରେ ୨ଜଣ ଆହତ ହେବା ଘଟଣାରେ  ତ୍ରୁଟି ମାନି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା CRUT । ଡ୍ରାଇଭର ଓ ଗାଇଡ୍‌ଙ୍କୁ ଟର୍ମିନେଟ୍‌ କଲା CRUT।  ଡ୍ରାଇଭର, ଗାଇଡ୍‌ ଚାହିଁଥିଲେ ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି କହିଛନ୍ତି CRUT।  ମଙ୍ଗଳବାର ଦିନ ୧୦ଟାରେ ମାଷ୍ଟରକ୍ୟାଣ୍ଟିନରେ ଘଟିଥିଲା ଅଘଟଣ। ବସ୍ ସମ୍ମୁଖରେ ବସିଥିବାବେଳେ ମାଡ଼ିଯାଇଥିଲା  ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ମାଷ୍ଟର କ୍ୟାଣ୍ଟିନ ଛକରେ ଅଟୋକୁ ଅପେକ୍ଷା କରୁଥିବା ବେଳେ ମୋ ବସ୍ ରୁଟ ନମ୍ବର ୨୩ଗାଡ଼ିଟି ବାଡେଇଦେଇଥିଲା । ଯାହାଫଳରେ ଯୁବକ ରଞ୍ଜିତ ବେହେରାଙ୍କ ଡାହାଣ ଗୋଡ ଆଘାତ ଲାଗିଛି । 

ସୂଚନା ଥାଉକି, ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।