ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀନିବାସରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁନ୍ତଳା କୁମାରୀ ଛାତ୍ରୀନିବାସ ଅଧିକ୍ଷକ ଡ. ପ୍ରତିମା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଅଧିକ୍ଷକ ଡ.ପ୍ରତିମା ଷଡ଼ଙ୍ଗୀ କହିଥିଲେ ଯେ ଆଜିର ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମାନତା, ନାଗରିକ ଅଧିକାର, ନିରପେକ୍ଷତା, ସ୍ୱଚ୍ଛତା ଗଣତନ୍ତ୍ରର ମୂଳଦୁଆ ଓ ସାଧାରଣତନ୍ତ୍ର ଦିବସର […]

ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ସାଧାରଣତନ୍ତ୍ର ଦିବସ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର କୁନ୍ତଳା କୁମାରୀ ଛାତ୍ରୀନିବାସରେ ଆଜି ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କୁନ୍ତଳା କୁମାରୀ ଛାତ୍ରୀନିବାସ ଅଧିକ୍ଷକ ଡ. ପ୍ରତିମା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଅଧିକ୍ଷକ ଡ.ପ୍ରତିମା ଷଡ଼ଙ୍ଗୀ କହିଥିଲେ ଯେ ଆଜିର ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମାନତା, ନାଗରିକ ଅଧିକାର, ନିରପେକ୍ଷତା, ସ୍ୱଚ୍ଛତା ଗଣତନ୍ତ୍ରର ମୂଳଦୁଆ ଓ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ୟ। ଆମେ ସମସ୍ତେ ସମୟାନୁବର୍ତ୍ତି ହୋଇ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିପାରିବ ବୋଲି କହିଥିଲେ। ସ୍ୱାଧୀନତା ପାଇଁ ଭାରତମାତାଙ୍କ ମହାନ୍ ସନ୍ତାନମାନଙ୍କ ସାଧନା ସଂଘର୍ଷ ଓ ବଳିଦାନ ସମ୍ବନ୍ଧରେ ମନେପକାଇବା ସହ ଏହାକୁ ଚିରଦିନ ମନେରଖିବା ଓ ସେଥିରୁ ପ୍ରେରଣା ନେବା ନିମନ୍ତେ ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ କୁନ୍ତଳା କୁମାରୀ ଛାତ୍ରୀ ନିବାସର ସମସ୍ତ କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।