‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରହିଛି ଏସବୁ ସୁବିଧା…
ଦାରିଙ୍ଗବାଡ଼ି,୧୭ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଉଦ୍ଘାଟନ ଉତ୍ସବ ପାଇଁ ଦାରିଙ୍ଗବାଡ଼ିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲା ଅତିରିକ୍ତ […] The post ‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରହିଛି ଏସବୁ ସୁବିଧା… appeared first on Dharitri Odia News.
ଦାରିଙ୍ଗବାଡ଼ି,୧୭ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଉଦ୍ଘାଟନ ଉତ୍ସବ ପାଇଁ ଦାରିଙ୍ଗବାଡ଼ିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲା ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରସନ୍ନ କୁମାର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ,ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ,ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟରତ ମେଡିକାଲ ଅଫିସର, ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ଆଶା, ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ଥିଲେ।
ମୋ’ ହସ୍ପିଟାଲ ଯୋଜନାରେ ରୂପାନ୍ତର କରାଯାଇଛି। ଯେଉଁଠି ଫ୍ରି ଗାଡ଼ି ପାର୍କିଂ ସମେତ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷା ଗୃହ ଆଦିର ସୁବିଧା କରାଯାଇଛି। ଏହାଦ୍ୱାରା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଶଯ୍ୟା ବୃଦ୍ଧି ବ୍ୟବସ୍ଥା କରାଯାଇଛି। ବିଶେଷକରି ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ପାଇଁ ପରୀକ୍ଷାକେନ୍ଦ୍ରର ଉନ୍ନତି କରାଯାଇଛି। ସେହିପରି ମିଶନଶକ୍ତି କାଫେ ଖୋଲାଯିବା ବ୍ୟବସ୍ଥା କରାଯାଇଛି। ଯେଉଁଠି ରୋଗୀଙ୍କ ପାଇଁ ସୁଲଭ ଦରରେ ଖାଦ୍ୟ ମିଳିପାରିବ ସେ ବ୍ୟବସ୍ଥା କରାଯାଇଛି। ପ୍ରକାଶଯେ ରାଜ୍ୟରେ ମୋ’ ହସ୍ପିଟାଲ ଯୋଜନାରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ ଶୁଭାରମ୍ଭ ହୋଇଥିବା ବେଳେ ଏଥିରେ ଜିଲାର ଦାରିଙ୍ଗବାଡ଼ି ସମେତ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ ହୋଇଛି।
The post ‘ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରହିଛି ଏସବୁ ସୁବିଧା… appeared first on Dharitri Odia News.