ଜାହାଜ ସହ ବୁଡ଼ିଗଲେ ବ୍ରିଟେନର ସବୁଠୁ ଧନୀ ଓ ତାଙ୍କ ଝିଅ; ସିସ୍‌ଲି ସୁପରୟାଚ୍ ଟ୍ରାଜେଡି ହେଲା କିପରି ?

ନୂଆଦିଲ୍ଲୀ: ସିସ୍‌ଲି ସୁପରୟାଚ୍ ଟ୍ରାଜେଡିରେ ୫ଜଣ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ୟୁକେର ବିଲ୍ ଗେଟ୍ସ କୁହାଯାଉଥିବା ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ୧୮ ବର୍ଷୀୟା ଝିଅ ହାନାହ ଥିବା ସୂଚନା ରହିଛି । ଦି ଟେଲିଗ୍ରାଫ୍ ଅନୁଯାୟୀ, ଇଟାଲୀକୁ ଲାଗି କରି ଭୂ-ମଧ୍ୟସାଗରରେ ଥିବା ସିସଲି ଦ୍ବୀପରେ ରବିବାର ଭୟଙ୍କର ଝଡ଼ ତୋଫାନ ଆସିଥିଲା । ଏହି ପ୍ରକୃତିକ ବିପର୍ଯ୍ୟୟରେ ଭାରସାମ୍ୟ ହରାଇ ସୁପରୟାଚ୍ ବିଳାଶପୂର୍ଣ୍ଣ ଜାହାଜ ଜଳ ସମାଧି ନେଇଛି । ଏଥିରେ ୟୁକେର ଆରବପତି ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ଝିଅ ହାନାହଙ୍କ ମୃତ୍ୟୁ ହୋଇଛି ।ସମୁଦ୍ରରେ ସୁପରୟାଚ୍ ଜାହାଜ ଓଲଟିବା ପରେ ଇଟାଲୀର ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିଥିଲା । ସିସଲି ସମୁଦ୍ରରୁ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୭ଜଣ ନିଖୋଜ ଥିଲେ । ମୋଟ୍ ନିଖୋଜଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହକୁ ସନ୍ଧାନ କରିଛି ରେସକ୍ୟୁ ଟିମ୍ । ମୃତକଙ୍କ ମଧ୍ୟରେ ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ୧୮ ବର୍ଷୀୟା ଝିଅ ରହିଛନ୍ତି । ସିଲସି ସମୁଦ୍ର ଉପକୂଳରେ ପାଣିପାଗ ରିପୋର୍ଟ ଖରାପ ରହିଥିଲେ ମଧ୍ୟ ୨୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ସୁପରୟାଚ୍ ଜାହାଜ । ମାଇକ୍ ଲିଞ୍ଚ୍ ହେଉଛନ୍ତି ୟୁନାଇଟେଡ୍ ଷ୍ଟେଟର ବିଶିଷ୍ଠ ଶିଳ୍ପପତି । ଉଦ୍ୟୋଗପତି ମାଇକ୍ ଲିଞ୍ଚ୍ ସପ୍ତାହକୁ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଅର୍ଥ କମାଉଥିଲେ । ମାଇକ୍ ପରିବାର ସିସଲି ତଟରୁ ସୁପରୟାଚ ଜାହାଜରେ ଯାଉଥିବା ବେଳେ ଜାହାଜ ଭାରସ

ଜାହାଜ ସହ ବୁଡ଼ିଗଲେ ବ୍ରିଟେନର ସବୁଠୁ ଧନୀ ଓ ତାଙ୍କ ଝିଅ; ସିସ୍‌ଲି ସୁପରୟାଚ୍ ଟ୍ରାଜେଡି ହେଲା କିପରି ?

ନୂଆଦିଲ୍ଲୀ: ସିସ୍‌ଲି ସୁପରୟାଚ୍ ଟ୍ରାଜେଡିରେ ୫ଜଣ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ୟୁକେର ବିଲ୍ ଗେଟ୍ସ କୁହାଯାଉଥିବା ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ୧୮ ବର୍ଷୀୟା ଝିଅ ହାନାହ ଥିବା ସୂଚନା ରହିଛି । ଦି ଟେଲିଗ୍ରାଫ୍ ଅନୁଯାୟୀ, ଇଟାଲୀକୁ ଲାଗି କରି ଭୂ-ମଧ୍ୟସାଗରରେ ଥିବା ସିସଲି ଦ୍ବୀପରେ ରବିବାର ଭୟଙ୍କର ଝଡ଼ ତୋଫାନ ଆସିଥିଲା । ଏହି ପ୍ରକୃତିକ ବିପର୍ଯ୍ୟୟରେ ଭାରସାମ୍ୟ ହରାଇ ସୁପରୟାଚ୍ ବିଳାଶପୂର୍ଣ୍ଣ ଜାହାଜ ଜଳ ସମାଧି ନେଇଛି । ଏଥିରେ ୟୁକେର ଆରବପତି ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ଝିଅ ହାନାହଙ୍କ ମୃତ୍ୟୁ ହୋଇଛି ।

ସମୁଦ୍ରରେ ସୁପରୟାଚ୍ ଜାହାଜ ଓଲଟିବା ପରେ ଇଟାଲୀର ରେସକ୍ୟୁ ଟିମ୍ ଅପରେସନ ଆରମ୍ଭ କରିଥିଲା । ସିସଲି ସମୁଦ୍ରରୁ ୧୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୭ଜଣ ନିଖୋଜ ଥିଲେ । ମୋଟ୍ ନିଖୋଜଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହକୁ ସନ୍ଧାନ କରିଛି ରେସକ୍ୟୁ ଟିମ୍ । ମୃତକଙ୍କ ମଧ୍ୟରେ ମାଇକ୍ ଲିଞ୍ଚ୍ ଏବଂ ତାଙ୍କ ୧୮ ବର୍ଷୀୟା ଝିଅ ରହିଛନ୍ତି । ସିଲସି ସମୁଦ୍ର ଉପକୂଳରେ ପାଣିପାଗ ରିପୋର୍ଟ ଖରାପ ରହିଥିଲେ ମଧ୍ୟ ୨୨ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ସୁପରୟାଚ୍ ଜାହାଜ । 

ମାଇକ୍ ଲିଞ୍ଚ୍ ହେଉଛନ୍ତି ୟୁନାଇଟେଡ୍ ଷ୍ଟେଟର ବିଶିଷ୍ଠ ଶିଳ୍ପପତି । ଉଦ୍ୟୋଗପତି ମାଇକ୍ ଲିଞ୍ଚ୍ ସପ୍ତାହକୁ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ଅର୍ଥ କମାଉଥିଲେ । ମାଇକ୍ ପରିବାର ସିସଲି ତଟରୁ ସୁପରୟାଚ ଜାହାଜରେ ଯାଉଥିବା ବେଳେ ଜାହାଜ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଏଥିରେ ତାଙ୍କ ପତ୍ନୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ରେସକ୍ୟୁ ଅପରେସନରେ ନିୟୋଜିତ ଥିବା ଜଣେ ଅଧିକାରୀ କହିଛନ୍ତି, ଆଜି ଉଦ୍ଧାର ବେଳେ ୨ଟି ମୃତଦେହ ପ୍ରଥମେ ମିଳିଥିଲା । ପାଣିରେ ଡୁବି ଯାଇଥିବା ଡଙ୍ଗାର କ୍ୟାବିନ୍ ଭିତରେ ସେମାନେ ଫସି ଯାଇଥିଲେ । ନିଖୋଜ ଥିବା ୭ଜଣଙ୍କ ମଧ୍ୟରୁ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ଜଣ ଆମେରିକା ଏବଂ ୨ଜଣ ବ୍ରିଟେନ ବୋଲି ଜଣାପଡ଼ିଛି । ୫୦ ଜଣିଆ ରେସକ୍ୟୁ ଟିମ୍ ନିଖୋଜଥିବା ଅନ୍ୟ ୨ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି । 

କିଏ ଏହି ମାଇକ୍ ଲିଞ୍ଚ ?

ମାଇକ୍ ଲିଞ୍ଚ୍ ହେଉଛନ୍ତି ୟୁକେର ବିଶିଷ୍ଟ ଶିଳ୍ପପତି । ମାଇକ୍‌ଙ୍କୁ ୟୁକେର ବିଲ୍ ଗେଟ୍ସ ବୋଲି କୁହାଯାଏ । ୧୯୬୫ ମସିହା ଜୁନ୍ ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ବ୍ରିଟେନରେ ସେ ଲୋକପ୍ରିୟ ବିଜନେସ୍ ଟାଇକୁନ୍ ଭାବେ ଜଣାଶୁଣା । ସପ୍ତାହକୁ ତାଙ୍କର ଆୟ ପ୍ରାୟ 2 କୋଟିରୁ ଅଧିକ ଟଙ୍କା ହେବ । ୧୯୯୬ରେ ସେ ବ୍ରିଟେନରେ ଏକ ଟେକ୍ ଫାର୍ମ ପ୍ରତିଷ୍ଠା କରିଥିଲେ । ଅନ୍ୟ ଟେକ୍ କମ୍ପାନିଙ୍କ ସଫଳତା ପଛରେ ତାଙ୍କର ମଧ୍ୟ ହାତ କରିଛି ବୋଲି କୁହାଯାଏ । ଏହା ପରେ ସେ ଇନଭୋକ୍ କ୍ୟାପିଟାଲରେ ପୁଞ୍ଜି ନିବେଶ କରିଥିଲେ । ୨୦୧୧ରେ ଅଟୋନମି କମ୍ପାନିର ଅଂଶଧନ ବିକ୍ରି କରିଥିଲେ ଆମେରିକା କମ୍ପାନି ମାଇକ୍ ଲିଞ୍ଚ୍ । ଏଥିରେ ସେ ୧୧ ବିଲିୟନ ୟୁଏସ୍ ଡଲାର ରୋଜଗାର କରିଥିଲେ ।....