Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ… ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଓସ୍କାର ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ ଆଡ୍ରିଏନ୍‌ ବ୍ରୋଡି ବିଜେତା ହୋଇଛନ୍ତି। ମିକି  ‘ଆନୋରା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି। ଶ୍ରେଷ୍ଠ ଚଳଚ୍ଚିତ୍ର- […] The post Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି appeared first on Dharitri Odia News.

Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି

ଓ୍ବାଶିଂଟନ/ନୂଆଦିଲ୍ଲୀ,୩ା୩: ୨୦୨୫ର ୯୭ତମ ଓସ୍କାର ପୁରସ୍କାର ଉତ୍ସବ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ସୋମବାର ଅନୁଷ୍ଠିତ ହୋଇଛି। ଭାରତୀୟ ସମୟ ସକାଳ ୫:୩୦ରେ ଏହି ଉତ୍ସବ ଆରମ୍ଭ ହୋଇଥିଲା। ତେବେ ଏହି ଶ୍ରେଷ୍ଠ ପୁରସ୍କାର କେଉଁମାନଙ୍କୁ ମିଳିଛି ଜାଣନ୍ତୁ ସେ ସମ୍ପର୍କରେ…

ମିକି ମ୍ୟାଡିସନ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଓସ୍କାର ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ ଆଡ୍ରିଏନ୍‌ ବ୍ରୋଡି ବିଜେତା ହୋଇଛନ୍ତି। ମିକି  ‘ଆନୋରା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି।

ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
ଶ୍ରେଷ୍ଠ ଅଭିନେତା ଆଡ୍ରିଏନ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ନିର୍ଦ୍ଦେଶକ ସିଆନ ବେକର (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ଆକ୍ସନ ଲାଇଭ ସର୍ଟ ଫିଲ୍ମ ଆଇ ଏମ ନଟ ଏ ରୋବୋଟ
ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ଆଇ ଏମ ଷ୍ଟିଲ ହିୟର
ଶ୍ରେଷ୍ଠ ସିନେମାଟୋଗ୍ରାଫି ଦି ବ୍ରୁଟାଲିଷ୍ଟ
ମୂଳ ସ୍କୋର ଦି ବ୍ରୁଟାଲିଷ୍ଟ
ଡକ୍ୟୁମେଣ୍ଟାରୀ ଫିଚର୍‌ ଫିଲ୍ମ ନୋ ଅଦର ଲ୍ୟାଣ୍ଡ
ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ)
ଶ୍ରେଷ୍ଠ ମୌଳିକ ଗୀତ ଏଲ ମାଲ (ଚଳଚ୍ଚିତ୍ର: ଏମିଲିଆ ପେରେଜ)
ଶ୍ରେଷ୍ଠ ସହାୟକ ଅଭିନେତା କିରନ କଲକିନ (ଚଳଚ୍ଚିତ୍ର: ଦି ରିଅଲ ପେନ)
ଶ୍ରେଷ୍ଠ ଆନିମେଟେଡ ଫିଚର୍‌ ଫିଲ୍ମ ଫ୍ଲୋ
ଶ୍ରେଷ୍ଠ ଆନିମେଟେଡ କ୍ଷୁଦ୍ର ଚଳଚ୍ଚିତ୍ର ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
ଶ୍ରେଷ୍ଠ ପୋଷାକ ଡିଜାଇନ ପଲ ତାଜେୱେଲ (ଚଳଚ୍ଚିତ୍ର: ୱିକେଟ)
ଶ୍ରେଷ୍ଠ ଚିତ୍ରନାଟ୍ୟ ଆନୋରା
ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ ପିଟର ଷ୍ଟ୍ରାଘାନ (ଚଳଚ୍ଚିତ୍ର: କନକ୍ଲେଭ)
ଚଳଚ୍ଚିତ୍ର ସମ୍ପାଦନା ଆନୋରା
ଶ୍ରେଷ୍ଠ ଶବ୍ଦ ଡୁନ: ପାର୍ଟ 2
ଶ୍ରେଷ୍ଠ VFX ଡୁନ: ପାର୍ଟ 2

ଓସ୍କାର ହେଉଛି ଚଳଚ୍ଚିତ୍ର ଜଗତର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର। ଏହି ପୁରସ୍କାର ପ୍ରତିବର୍ଷ ଏକାଡେମୀ ଅଫ୍ ମୋସନ୍ ପିକଚର୍ସ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଏ। ୨୦୨୩ରେ, ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ’ ସର୍ବୋତ୍ତମ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଜିତିଥିଲା। ଏଥର ମଧ୍ୟ ଗୁନୀତ ମୋଙ୍ଗାଙ୍କ ଫିଲ୍ମ ‘ଅନୁଜା’ ଏହି ପୁରସ୍କାର ଜିତିବା ପାଇଁ ଦୌଡ଼ରେ ଥିଲା। ଏହା ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା।

The post Oscar Awards 2025: ଶ୍ରେଷ୍ଠ ଅଭିନେତ୍ରୀ ମିକି ମ୍ୟାଡିସନ, ଅଭିନେତା ଆଡ୍ରିଏନ୍‌ ବ୍ରୋଡି appeared first on Dharitri Odia News.