ପୋଲିସ- ମାଓବାଦୀ ଗୁଳି ବିିନିମୟ: ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ

ମାଲକାନଗିରି,୫ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ ହୋଇଛନ୍ତି। ମୃତକ ହେଲେ ବୀରେନ୍ଦ୍ର କୁମାର ସୋରୀ । ସୂଚନା ଅନୁଯାୟୀ, ମାଓବାଦୀ ବିରୋଧୀ ଅଭିଯାନ ଅନ୍ତର୍ଗତ ନାରାୟଣପୁର ଜିଲା ଡିଆର୍‌ଜି ଓ ବିଏସ୍‌ଏଫ୍‌ ମିଳିତ ଭାବେ ସୋନପୁର ଥାନା ଓ କେହାମେଟା ସୀମାବର୍ତ୍ତୀ ଅଞ୍ଚଳରେ କୋମ୍ବିଂ କରିଥିଲେ ା ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ବେଳେ ପୋଲିସ ଆସିବା ଜାଣି ଗୁଳିଚାଳନା କରିଥିଲେ। ଏଥିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ […] The post ପୋଲିସ- ମାଓବାଦୀ ଗୁଳି ବିିନିମୟ: ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ appeared first on Dharitri Odia News.

ପୋଲିସ- ମାଓବାଦୀ ଗୁଳି ବିିନିମୟ: ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ

ମାଲକାନଗିରି,୫ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ ହୋଇଛନ୍ତି। ମୃତକ ହେଲେ ବୀରେନ୍ଦ୍ର କୁମାର ସୋରୀ ।
ସୂଚନା ଅନୁଯାୟୀ, ମାଓବାଦୀ ବିରୋଧୀ ଅଭିଯାନ ଅନ୍ତର୍ଗତ ନାରାୟଣପୁର ଜିଲା ଡିଆର୍‌ଜି ଓ ବିଏସ୍‌ଏଫ୍‌ ମିଳିତ ଭାବେ ସୋନପୁର ଥାନା ଓ କେହାମେଟା ସୀମାବର୍ତ୍ତୀ ଅଞ୍ଚଳରେ କୋମ୍ବିଂ କରିଥିଲେ ା ଉକ୍ତ ଅଞ୍ଚଳରେ ମାଓବାଦୀ ଥିବା ବେଳେ ପୋଲିସ ଆସିବା ଜାଣି ଗୁଳିଚାଳନା କରିଥିଲେ। ଏଥିରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ବହୁ ସମୟଧରି ଗୁଳି ବିନିମୟ ଘଟିଥିଲା। ନାରାୟଣପୁର ଡିଆର୍‌ଜି ପ୍ରଧାନ ଆରକ୍ଷୀ ବୀରେନ୍ଦ୍ରଙ୍କ ଦେହରେ ଗୁଳି ବାଜିବାରୁ ଗୁରୁତର ହୋଇ ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ନାରାୟଣପୁର ପୋଲିସ ସନ୍ଧ୍ୟାରେ ଗାର୍ଡ ଅଫ୍‌ ଅନର ଦେଇଥିଲା। ବୀରେନ୍ଦ୍ର ୨୦୧୦ରେ ନାରାୟପୁର ଜିଲାରେ ଆରକ୍ଷୀ ଭାବେ ଯୋଗଦେଇଥିଲେ।

The post ପୋଲିସ- ମାଓବାଦୀ ଗୁଳି ବିିନିମୟ: ଡିଆର୍‌ଜି ପ୍ରଧାନ ଆରକ୍ଷୀ ଶହୀଦ appeared first on Dharitri Odia News.