ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ

ଲାଠୋର,୭।୬(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଉଁରାଖମନ ଛକ ନିକଟରୁ ଲାଠୋର ବନବିଭାଗ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ଏକ ପିକଅପ ଭ୍ୟାନ୍‌ ଜବତ କରିଛି । ଏପରି କି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବନବିଭାଗ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ମୁରିବାହାଲ ରେଞ୍ଜ ଅଧୀନ ଗୁଡିଘାଟ ଗ୍ରାମର ଡ୍ରାଇଭର ସନ୍ତୋଷ ମାଝୀ ଏକ ପିକଅପ୍‌ ଭ୍ୟାନ୍‌ (ନଂ.ଓଆର୦୩ଇ-୭୧୮୭) ଯୋଗେ ଖଇର କାଠ ଚୋରା ଚାଲାଣ କରୁଥିଲେ। […] The post ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ appeared first on Dharitri Odia News.

ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ

ଲାଠୋର,୭।୬(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଧଉଁରାଖମନ ଛକ ନିକଟରୁ ଲାଠୋର ବନବିଭାଗ ଚୋରା ଚାଲାଣ ହେଉଥିବା ଖଇର କାଠ ସହ ଏକ ପିକଅପ ଭ୍ୟାନ୍‌ ଜବତ କରିଛି । ଏପରି କି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବନବିଭାଗ ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ମୁରିବାହାଲ ରେଞ୍ଜ ଅଧୀନ ଗୁଡିଘାଟ ଗ୍ରାମର ଡ୍ରାଇଭର ସନ୍ତୋଷ ମାଝୀ ଏକ ପିକଅପ୍‌ ଭ୍ୟାନ୍‌ (ନଂ.ଓଆର୦୩ଇ-୭୧୮୭) ଯୋଗେ ଖଇର କାଠ ଚୋରା ଚାଲାଣ କରୁଥିଲେ। ଏନେଇ ବିଶସ୍ତ ସୂତ୍ରରୁ ବନ ଅଧିକାରୀ ଶୈଳେଶ କୁମାର ବିଶି ଖବର ପାଇଥିଲେ ।

ଫରେଷ୍ଟର ଶାଗରିକା ସେଠ, ସନ୍ଧ୍ୟାରାଣୀ ସେଠ, ବନରକ୍ଷୀ ଉଦ୍ଧବ ହରପାଲ, ମହେନ୍ଦ୍ର କାଲସାଏ ଏବଂ ପାରା ଷ୍ଟାଫ ମିଳିତ ଭାବେ ଚଢ଼ାଉ କରି ଗାଡିକୁ ପିଛା କରିଥିଲେ। କାଠ ବୋଝେଇ ଗାଡ଼ିକୁ ଧଉଁରାଖମନ ଛକଠାରେ କାବୁ କରି ଡ୍ରାଇଭରଙ୍କୁ ଗିରଫ କରିଥିଲେ। ପରେ ଜବତ ଗାଡ଼ିକୁ ଲାଠୋର ବନ କାର୍ଯ୍ୟାଳୟକୁ ଆଣି ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ଗାଡ଼ିରେ ୨୨ କୁଇଣ୍ଟାଲ ଖଇର କାଠ ଚାଲାଣ ହେଉଥିବା ଜଣାପଡିଛି।

ଡ୍ରାଇଭଙ୍କ କହିବା ଅନୁସାରେ, ଉକ୍ତ କାଠ ବେନ୍ଦେର ସଂରକ୍ଷିତ ଜଙ୍ଗଲରୁ ଗୁଡିଘାଟ ଗ୍ରାମର ମାନସ ରଞ୍ଜନ ଖମାରୀଙ୍କ ପାଖକୁ ଯାଉଥିଲା। ମାମଲାରେ ମାନସଙ୍କ ନାମ ମଧ୍ୟ ରୁଜୁ କରିବାକୁ ରେଞ୍ଜର ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତାଙ୍କୁ ବନ ବିଭାଗ ଗିରଫ କରି ନ ଥିବା ଜଣାପଡିଛି l ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ଶନିବାର ଲାଠୋର ରେଞ୍ଜ କେସ (ନଂ ଓଆର୍‌୭୭/୨୫-୨୬) ରେ ଏକ ମାମଲା ରୁଜୁ କରି ଗିରଫ ଡ୍ରାଇଭରଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର କହିଛନ୍ତି।

The post ଚାଲାଣ ହେଉଥିଲା ଖଇର କାଠ: ମାଡ଼ି ବସିଲା ବନବିଭାଗ appeared first on Dharitri Odia News.