୨୨ ଦିନ ହେବ ନିଖୋଜ ଥିଲେ ଇଞ୍ଜିନିୟରିଂ ଛାତ୍ର: ପଥର ସନ୍ଧିରୁ ମିଳିଲା…
ବଣାଇଁ,୨୯ା୭(ପ୍ରଦୀପ ତ୍ରିପାଠୀ):ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ବାଦଲଗିରିକୁ ଗତ ୬ ତାରିଖରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର(୨୨)ଙ୍କ ଗଳିତ ମୃତଦେହ ୨୨ ଦିନ ପରେ ଠାବ ହୋଇଛି। ପାଣି କମିବା ପରେ ଏକ ପଥର ସନ୍ଧିରେ ଗଳିତ ମୃତଦେହ ସମ୍ପର୍କରେ ସୂଚନା ପାଇବାପରେ ଗୁରୁଣ୍ଡିଆ ଅଗ୍ନିଶମ ଓ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହ ଠାବ କରିଥିଲେ। ହେଲେ ମୃତଦେହକୁ […] The post ୨୨ ଦିନ ହେବ ନିଖୋଜ ଥିଲେ ଇଞ୍ଜିନିୟରିଂ ଛାତ୍ର: ପଥର ସନ୍ଧିରୁ ମିଳିଲା… appeared first on Dharitri Odia News.
ବଣାଇଁ,୨୯ା୭(ପ୍ରଦୀପ ତ୍ରିପାଠୀ):ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ବାଦଲଗିରିକୁ ଗତ ୬ ତାରିଖରେ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଆସି ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ର ଗୌରବ ବିପ୍ର(୨୨)ଙ୍କ ଗଳିତ ମୃତଦେହ ୨୨ ଦିନ ପରେ ଠାବ ହୋଇଛି। ପାଣି କମିବା ପରେ ଏକ ପଥର ସନ୍ଧିରେ ଗଳିତ ମୃତଦେହ ସମ୍ପର୍କରେ ସୂଚନା ପାଇବାପରେ ଗୁରୁଣ୍ଡିଆ ଅଗ୍ନିଶମ ଓ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହ ଠାବ କରିଥିଲେ। ହେଲେ ମୃତଦେହକୁ କୌଣସି ମତେ ରାସ୍ତା ଉପରକୁ ଆଣିବା ସମ୍ଭବ ହୋଇପାରିଲା ନାହିଁ। ମଙ୍ଗଳବାର ଓଡ୍ରାଫ ଟିମ ଆସି ଲିଫ୍ଟ ସାହାଯ୍ୟରେ ମୃତଦେହକୁ ଉପରକୁ ଆଣିବାର ବ୍ୟବସ୍ଥା କରିବେ ବୋଲି ଗୁରୁଣ୍ଡିଆ ଥାନା ଅଧିକାରୀ ରାମେଶ୍ୱର ସିଂ ସୂଚନା ଦେଇଛନ୍ତି। ମୁଣ୍ଡ, ହାତ, ଗୋଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କେବଳ ପେଟ ଓ ଗୋଟିଏ ଗୋଡ଼ ଆଂଶୀକ ରହିଛି I ପଲିଥିନରେ ଭର୍ତ୍ତି କରି ମୃତଦେହ ରଖାଯାଇଛି। ପରିବାରଲୋକେ ଘଟଣାସ୍ଥଳକୁ ଆସି ମୃତଦେହ ଚିହ୍ନଟ କରିଛନ୍ତି I
The post ୨୨ ଦିନ ହେବ ନିଖୋଜ ଥିଲେ ଇଞ୍ଜିନିୟରିଂ ଛାତ୍ର: ପଥର ସନ୍ଧିରୁ ମିଳିଲା… appeared first on Dharitri Odia News.