୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ ୮୦୦ କୋଟିର ଦୁର୍ନୀତି ମାମଲା ସାମ୍‌ନାକୁ ଆସିଛି। ଏହି ମାମଲାକୁ କେନ୍ଦ୍ରକରି ଦକ୍ଷିଣ ବେଙ୍ଗାଲୁରୁ ଜିଲା ଭାଜପା ସଭାପତି ଏନ. ଆର୍‌. ରମେଶଙ୍କ ପକ୍ଷରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ କର୍ନାଟକ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରାଯାଇଛି। ଡୋଡ୍ଡାମଣି ବେଙ୍ଗାଲୁରୁର ଡକ୍ଟର ବି. ଆର୍‌. ଆମ୍ବେଡକର ମେଡିକାଲ କଲେଜ […] The post ୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ appeared first on Dharitri Odia News.

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ ୮୦୦ କୋଟିର ଦୁର୍ନୀତି ମାମଲା ସାମ୍‌ନାକୁ ଆସିଛି। ଏହି ମାମଲାକୁ କେନ୍ଦ୍ରକରି ଦକ୍ଷିଣ ବେଙ୍ଗାଲୁରୁ ଜିଲା ଭାଜପା ସଭାପତି ଏନ. ଆର୍‌. ରମେଶଙ୍କ ପକ୍ଷରୁ
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ କର୍ନାଟକ ଲୋକାୟୁକ୍ତଙ୍କ ନିକଟରେ ମାମଲା ରୁଜୁ କରାଯାଇଛି। ଡୋଡ୍ଡାମଣି ବେଙ୍ଗାଲୁରୁର ଡକ୍ଟର ବି. ଆର୍‌. ଆମ୍ବେଡକର ମେଡିକାଲ କଲେଜ ଏବଂ ଡେଣ୍ଟାଲ କଲେଜର ପରିଚାଳନା କମିଟି ମୁଖ୍ୟ ହୋଇଥିବାବେଳେ ତାଙ୍କ ନାଁରେ ଦୁର୍ନୀତି, ଧୋକାବାଜ୍‌, ନକଲି ଦସ୍ତାବିଜ୍‌ ସୃଷ୍ଟି, କ୍ଷମତାର ଅପବ୍ୟବହାର ଆଦି ଅଭିଯୋଗ ହୋଇଛି। ନକଲି ଡକ୍ୟୁମେଣ୍ଟ ତିଆରି କରି ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ପାଇଁ ଧନୀ ପରିବାରର ଅଣ ମେଧାବୀ ଛାତ୍ରୀଛାତ୍ରଙ୍କଠାରୁ ଶହ ଶହ କୋଟି ଟଙ୍କା ଆଦାୟ କରାଯାଉଥିବାବେଳେ ଏଥିରେ ଡୋଡ୍ଡାମଣିଙ୍କ ସମ୍ପୃକ୍ତି ରହିଥିବା ରମେଶ ଅଭିଯୋଗ କରିଛନ୍ତି।

The post ୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ appeared first on Dharitri Odia News.