୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯) ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଜେଲରେ ଥିବା ହତ୍ୟା ଅଭିଯୁକ୍ତ ବାପା ଓ ଜେଜେମା’ଙ୍କୁ ରିମାଣ୍ଡରେ ନେଇ ତଦନ୍ତ ହେଉଛି। ତେବେ ବୁଧବାର କ୍ରାଇମବ୍ରାଞ୍ଚ କରୁଛି ସିନ ରିକ୍ରିଏସନ । ୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛି ହତ୍ୟାକାରି ବାପା। ଘଟଣାରେ ଅନ୍ୟ […] The post ୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା appeared first on Dharitri Odia News.

୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା

ନୟାଗଡ଼,୨୬।୩(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଫତେଗଡ଼ ଥାନା ଧାନଚାଙ୍ଗଡା ଗାଁର ୨ ନାବାଳକ ଭାଇ ଆକାଶ (୧୪) ଓ ସାନ ଭାଇ ବିକାଶ ମହାନ୍ତି (୯) ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଜେଲରେ ଥିବା ହତ୍ୟା ଅଭିଯୁକ୍ତ ବାପା ଓ ଜେଜେମା’ଙ୍କୁ ରିମାଣ୍ଡରେ ନେଇ ତଦନ୍ତ ହେଉଛି। ତେବେ ବୁଧବାର କ୍ରାଇମବ୍ରାଞ୍ଚ କରୁଛି ସିନ ରିକ୍ରିଏସନ । ୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛି ହତ୍ୟାକାରି ବାପା। ଘଟଣାରେ ଅନ୍ୟ କିଏ ସଂପୃକ୍ତ ଅଛନ୍ତି ତାର କାରଣ ବି କ୍ରାଇମବ୍ରାଞ୍ଚ ଖୋଜୁଛି । ମଙ୍ଗଳବାର ୨ ହତ୍ୟା ଅଭିଯୁକ୍ତଙ୍କୁ ଥାନାକୁ ଅଣାଯାଇ ପଚରାଉଚୁରା କରିଥିଲା ଏନେଇ
ଫତେଗଡ଼ ଥାନା ଆଇଆଇସି ପଞ୍ଚାନନ ପରିଡ଼ାଙ୍କୁ ପଚାରିବାରୁ କ୍ରାଇମବ୍ରାଞ୍ଚ ୭ରୁ ୮ଦିନ ହେବ ତଦନ୍ତ କରୁଥିବା ସୀକାର କରିଛନ୍ତି। ଅନ୍ୟପକ୍ଷେ ହତ୍ୟା ଅଭିଯୁକ୍ତ ରିମାଣ୍ଡରେ ଥିବା କହିଛନ୍ତି।

ସୂଚନାଯୋଗ୍ୟ, ଧାନଚାଙ୍ଗଡା ଗାଁର ପ୍ରକାଶ ମହାନ୍ତ ୧୬ ବର୍ଷ ତଳେ କୁମା ମହାନ୍ତିଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଆକାଶ ଓ ବିକାଶ ନାମରେ ଦୁଇଟି ପୁଅ ଥଲେ। ସାଢ଼େ ୨ ବର୍ଷ ତଳେ ଜୁମାଙ୍କ ମୃତ୍ୟୁ ପରେ ପ୍ରକାଶ ଦ୍ୱିତୀୟ ବିବାହ କରିବାକୁ ଉଦ୍ୟମ କରି ଆସୁଥିଲେ । ବଡପୁଅ ବାପାଙ୍କ ୨ୟ ବିବାହକୁ ବିରୋଧ କରୁଥିଲେ। ଗତ ୯ ତାରିଖରେ ଭୁବନେଶ୍ୱରରୁ ଏକ ବିବାହ ପ୍ରସ୍ତାବ ଆସିଥିଲା। ପ୍ରକାଶ ଓ ତାଙ୍କ ମା’ ବିବାହକୁ ଶୀଘ୍ର କରିବାକୁ ଚେଷ୍ଟା କରୁଥିଲେ। ବାପାଙ୍କର ବିବାହକୁ ବଡପୁଅ ଆକାଶ ବିରୋଧ କରିବାରୁ ପାଟିତୁଣ୍ଡ ଓ ଯୁକ୍ତିତର୍କ ହୋଇଥିଲା। ରାତିରେ ଶୋଇଥିବାବେଳେ ବାପା ଓ ଜେଜେମା’ ମିଶି ଗାମୁଛା ଭିଡି
ଦୁଇ ଭାଇଙ୍କୁ ଯୋଜନା ମୁତାବକ ହତ୍ୟା କରିଥିଲେ। ଏହାପରେ ଦୁଇ ଭାଇଙ୍କ ମୃତଦେହକୁ ଛାତରେ ଏକ ବାଉଁଶରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ମୃତ ୨ ନାବାଳକଙ୍କ ମାମୁ ଲକ୍ଷ୍ମଣ ନାୟକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା(ନଂ.୬୧ (୨୫) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ହତ୍ୟା ପ୍ରମାଣିତ ପରେ ଫଡେଗଡ଼ ଥାନା ପୋଲିସ ନାବାଳିକଙ୍କ ବାପା ପ୍ରକାଶ ମହାନ୍ତି (୪୦) ଓ ଜେଜେମା’ ସଉରୀ ମହାନ୍ତି(୬୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

The post ୨ ନାବାଳକ ଭାଇଙ୍କୁ ହତ୍ୟା କରିବାର ଡେମୋ ଦେଖାଉଛନ୍ତି ହତ୍ୟାକାରୀ ବାପା appeared first on Dharitri Odia News.