ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ
ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍ ଦିଆଯାଇଥିବା ନାମକୁ ପୁନଃ ସାମିଲ କରିବା ପାଇଁ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ଧାର୍ଯ୍ୟ ସମୟସୀମାରେ ସମସ୍ତ ପ୍ରକ୍ରିୟା ଶେଷ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି। ୨୮ରେ ଭାରତୀୟ ବକ୍ସିଂ ମହାସଂଘର ହେବାକୁଥିବା ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)କୁ ମଧ୍ୟ ବାତିଲ କରିଦିଆଯାଇଛି। ଗତ ୨୧ […] The post ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ appeared first on Dharitri Odia News.
ନୂଆଦିଲ୍ଲୀ,୨୭ା୩: ଆସନ୍ତା ୨୮ ତାରିଖରେ ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍ଆଇ)ର ହେବାକୁଥିବା ନିର୍ବାଚନକୁ ବୁଧବାର ମହାସଂଘ ବାତିଲ କରିଦେଇଛି। ଇଲେକ୍ଟୋରାଲ କଲେଜରୁ ବାଦ୍ ଦିଆଯାଇଥିବା ନାମକୁ ପୁନଃ ସାମିଲ କରିବା ପାଇଁ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପୂର୍ବରୁ ଧାର୍ଯ୍ୟ ସମୟସୀମାରେ ସମସ୍ତ ପ୍ରକ୍ରିୟା ଶେଷ କରିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।
୨୮ରେ ଭାରତୀୟ ବକ୍ସିଂ ମହାସଂଘର ହେବାକୁଥିବା ବାର୍ଷିକ ସାଧାରଣ ବୈଠକ (ଏଜିଏମ୍)କୁ ମଧ୍ୟ ବାତିଲ କରିଦିଆଯାଇଛି। ଗତ ୨୧ ତାରିଖରେ ରିଟର୍ନିଂ ଅଫିସର (ଅବସରପ୍ରାପ୍ତ ବିଚାରପତି) ଆର୍କେ ଗାଉବାଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଏହି ନିଷ୍ପତ୍ତି ଜରୁରୀ ଥିଲା।
ଇଲେକ୍ଟୋରାଲ କଲେଜ ତାଲିକାରେ ପରିବର୍ତ୍ତନ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ସମ୍ଭବ ନୁହେଁ ବୋଲି ବିଏଫ୍ଆଇ ପକ୍ଷରୁ ଏହାର ସମସ୍ତ ସଦସ୍ୟ ରାଜ୍ୟକୁ ସୂଚନା ଦିଆଯାଇଛି।
ନିର୍ବାଚନ ଲାଗି ମାର୍ଚ୍ଚ ୧୩ରେ ଇଲେକ୍ଟୋରାଲ କଲେଜ ଚୂଡ଼ାନ୍ତ କରାଯାଇଥିବା ବେଳେ ନାମାଙ୍କନ ପାଇଁ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ମାର୍ଚ୍ଚ ୭ ତାରିଖରେ ରାଜ୍ୟ ଆସୋସିଏଶନର ନିର୍ବାଚିତ ସଦସ୍ୟ ନ ଥିବା କର୍ମକର୍ତ୍ତା ଇଲେକ୍ଟୋରାଲ କଲେଜର ସଦସ୍ୟ ହୋଇପାରିବେ ନାହିଁ ବିଏଫ୍ଆଇ ସଭାପତି ଅଜୟ ସିଂ ନିର୍ଦ୍ଦେଶ ଜାରି କରିଥିଲେ।
ହେଲେ ଦିଲ୍ଲୀ ଓ ହିମାଚଳ ପ୍ରଦେଶ ହାଇକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ଦିଲ୍ଲୀ ହାଇକୋର୍ଟ ବିଏଫ୍ଆଇ ନିର୍ବାଚନ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ହିମାଚଳ ପ୍ରଦେଶ ହାଇକୋର୍ଟ ନାମାଙ୍କନ ଦାଖଲର ତାରିଖ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେଇଥିଲେ,
ଯାହାଫଳରେ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇସାରିଥିବା ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ନାମାଙ୍କନ ଦାଖଲ କରିପାରିବେ। ବିଏଫ୍ଆଇ ପକ୍ଷରୁ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରାଯାଇଥିଲା। ହେଲେ ଏହି ଆବେଦନକୁ ମଙ୍ଗଳବାର ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା।
The post ପୁଣି ଭାରତୀୟ ବକ୍ସିଂ ମହାସଂଘ ନିର୍ବାଚନ ବାତିଲ appeared first on Dharitri Odia News.