ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ
ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍ (ସଂଶୋଧନ) ବିଲ୍ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍ସି ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ତେବେ ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ବ୍ୟବହାର ପାଇଁ କଲ୍ୟାଣଙ୍କୁ ସଂସଦୀୟ କମିଟିରୁ ଦିନକ ପାଇଁ ନିଲମ୍ବନ କରାଯାଇଛି। ତାଙ୍କର ଏଭଳି କାର୍ଯ୍ୟକୁ ଭାଜପାର ବରିଷ୍ଠ ଏମ୍ପି ଜଗଦମ୍ବିକା ନିନ୍ଦା କରିଛନ୍ତି। […] The post ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍ (ସଂଶୋଧନ) ବିଲ୍ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍ସି ଏମ୍ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍ ବୋତଲ ଭାଙ୍ଗି ଅଧ୍ୟକ୍ଷଙ୍କ ଉପରକୁ ଫିଙ୍ଗିବା ବେଳେ ନିଜେ ଆହତ ହୋଇଛନ୍ତି। ତେବେ ଆକ୍ରମଣରୁ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ବ୍ୟବହାର ପାଇଁ କଲ୍ୟାଣଙ୍କୁ ସଂସଦୀୟ କମିଟିରୁ ଦିନକ ପାଇଁ ନିଲମ୍ବନ କରାଯାଇଛି। ତାଙ୍କର ଏଭଳି କାର୍ଯ୍ୟକୁ ଭାଜପାର ବରିଷ୍ଠ ଏମ୍ପି ଜଗଦମ୍ବିକା ନିନ୍ଦା କରିଛନ୍ତି। ଏହା ଅଭୂତପୂର୍ବ ଏବଂ ସବୁ ସୀମା ଟପିଯାଇଥିବା ଜଗଦମ୍ବିକା କହିଛନ୍ତି। ଏମ୍ପିମାନେ ସ୍ବାଧିକାର ଉପଭୋଗ କରିବା ଅର୍ଥ ନୁହେଁ, ଜଣେ ରିଭଲଭର ଧରି ଆସିବ ବୋଲି ଭାଜପା ଏମ୍ପି ଖବରଦାତାମାନଙ୍କୁ କହିଛନ୍ତି। ବୈଠକରେ କଲ୍ୟାଣ ଏବଂ ଭାଜପା ଏମ୍ପି ତଥା କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଉଭୟ ଏମ୍ପି ପରସ୍ପରକୁ ବଙ୍ଗଳା ଭାଷାରେ ଗାଳିଗୁଲଜ କରିଥିଲେ। ଜଗଦମ୍ବିକା ଓ ଅନ୍ୟ ସଦସ୍ୟମାନେ ସେମାନଙ୍କୁ ବୁଝାଶୁଝା କରି ଶାନ୍ତ କରିବାକୁ ଉଦ୍ୟମ କରୁଥିବାବେଳେ କଲ୍ୟାଣ କାଚ ବୋତଲ ଭାଙ୍ଗି ତାଙ୍କ ଉପରକୁ ଫିଙ୍ଗିଥିଲେ। ଏହି ସମୟରେ କଲ୍ୟାଣଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ବୈଠକକୁ ସ୍ଥଗିତ ରଖାଯାଇଥିଲା।
The post ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ appeared first on Dharitri Odia News.