ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ
ଗଜପତି,୨୨।୨: ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ଦଳରୁ ବାହାର କରିଛି ବିଜେଡି। ସେ ଗଜପତି ଜିଲା ଛାତ୍ର ବିଜେଡି ଉପ-ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ସାମନାକୁ ଆସିଛି। ଏହାପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିଛି […] The post ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ appeared first on Dharitri Odia News.
ଗଜପତି,୨୨।୨: ଜଣେ ବୃଦ୍ଧାଙ୍କୁ ହତ୍ୟା ମାମଲାରେ ଗିରଫ ଛାତ୍ର ବିଜେଡି ନେତାଙ୍କୁ ନିଲମ୍ବନ କରିଛି ଦଳ । ଗଜପତି ଜିଲା ପାରଳାଖେମୁଣ୍ଡି କରଣସାହିର ସରୋଜିନୀ ପଟ୍ଟନାୟକ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଅମିତ ପଟ୍ଟନାୟକଙ୍କୁ ଦଳରୁ ବାହାର କରିଛି ବିଜେଡି। ସେ ଗଜପତି ଜିଲା ଛାତ୍ର ବିଜେଡି ଉପ-ସଭାପତି ଭାବେ କାର୍ଯ୍ୟରତ ଥିବା ବେଳେ ଏପରି ଏକ ସାଂଘାତିକ କାଣ୍ଡ ଘଟାଇଥିବା ପୁଲିସ ତଦନ୍ତରୁ ସାମନାକୁ ଆସିଛି। ଏହାପରେ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ନିଲମ୍ବନ କରିଛି ବିଜେଡି ।
ଏହି ମାମଲାରେ ଅମିତ ପଟ୍ଟନାୟକଙ୍କ ସହ ତାଙ୍କର ଆଉ ଦୁଇ ସହଯୋଗୀ ପ୍ରତିକ ପଟ୍ଟନାୟକ ଓ ଦାଉଦ ଜେନାଙ୍କୁ ବି ପୁଲିସ ବାନ୍ଧିଛି। ଗିରଫ ୩ ଜଣଙ୍କଠାରୁ ୨୪ ଗ୍ରାମ ସୁନା, ୪ଟି ମୋବାଇଲ ଓ ହତ୍ୟାରେ ବ୍ୟବହୃତ ଗାଡି ମଧ୍ୟ ଜବତ ହୋଇଛି।
ସୂଚନାଥାଉ କି, ଏହି ୩ ଅଭିଯୁକ୍ତ ଲୁଟ୍ ଉଦ୍ଦେଶ୍ୟରେ ଗତ ୨୧ ତାରିଖ ବିଳମ୍ବିିତ ରାତିରେ ପାରଳାଖେମୁଣ୍ଡି ସହର କରଣ ସାହିର ସରୋଜିନୀ ପଟ୍ଟନାୟକଙ୍କ ଘରେ ପଶିଥିଲେ। ସେମାନେ ଲୁଟ୍ କରୁଥିବା ବେଳେ ୭୦ ବର୍ଷୀୟା ସରୋଜିନୀ ଅମିତଙ୍କୁ ଚିହ୍ନି ପକାଇଥିଲେ। ଧରା ପଡିଯିବା ଭୟରେ ତିନି ଜଣ ମିଶି ସରୋଜିନୀଙ୍କୁ ହତ୍ୟା କରିଥିଲେ। ତା’ପରେ ଘରେ କଳାକଳା ବୁଲାଇ ଦେଇ ଫେରାର ହୋଇଯାଇଥିଲେ। ପ୍ରମାଣ ନଷ୍ଟ ପାଇଁ ଘରେ ଲଙ୍କା ଗୁଣ୍ଡା ପକାଇ ବୁଣି ଦେଇଥିଲେ।
ତା’ପର ଦିନ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଧରା ନ ପଡିବା ପାଇଁ ମୃତଦେହ ପାଖେ ପାଖେ ରହୁଥିଲେ ଅମିତ। ଏପରିକି ବୃଦ୍ଧାଙ୍କ ଶେଷକୃତ୍ୟ ସମୟରେ ବି ସେ ତାଙ୍କ ପାଖେପାଖ ଉପସ୍ଥିତ ରହୁଥିଲେ।
ପୋଲିସ ତଦନ୍ତ ବେଳେ ଅମିତଙ୍କ ଉପରକୁ ସନ୍ଦେହ ଯାଇଥିଲା। ତାଙ୍କୁ ଜେରା କରିବା ପରେ ପୁରା ଘଟଣା ସମ୍ପର୍କରେ ଜଣାପଡିଥିଲା। ଏହା ପରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା। ଲୁଟ ଓ ହତ୍ୟା ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
The post ଛାତ୍ର ନେତାଙ୍କୁ ଦଳରୁ ତଡିଲା ବିଜେଡି, ହତ୍ୟା ମାମଲାରେ ହୋଇଥିଲେ ଗିରଫ appeared first on Dharitri Odia News.